Odisha news

ଡାଲ୍‌ ହ୍ରଦ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି ୭ ବର୍ଷୀୟା ବାଳିକା

0

ଜାମ୍ମୁ  : ଶ୍ରୀନଗରର ୭ ବର୍ଷୀୟା ବାଳିକା ଜନ୍ନତ ଦୁଇ ବର୍ଷ ହେବ ଡାଲ୍‌ ହ୍ରଦ ସଫେଇ ଅଭିଯାନ ଆରମ୍ଭ କରିଛି । ତାର ଏହି ସ୍ୱଚ୍ଛତା ଅଭିଯାନର କାହାଣୀ ହାଇଦ୍ରାବାଦର ପାଠ୍ୟପୁସ୍ତକରେ ସ୍ଥାନ ପାଇଛି । ଜନ୍ନତ କହିଛି, ‘ବାପାଙ୍କଠାରୁ ମୋତେ ହ୍ରଦ ସଫା କରିବାର ପ୍ରେରଣା ମିଳିଛି । ଦୁଇ ବର୍ଷ ହେବ ମୁଁ ସ୍କୁଲରୁ ଫେରି ବାପାଙ୍କ ସହ ବୋଟ୍‌ରେ ବସି ଡାଲ୍‌ ହ୍ରଦରେ ପଡ଼ିଥିବା ଅଳିଆକୁ ଏକାଠି କରୁଛି ।’ ସେ ଡାଲ୍‌ ହ୍ରଦ ଉପକୂଳବର୍ତ୍ତୀ ଗୋଲେïନ ଡାଲ୍‌ ଅଞ୍ଚଳରେ ରହୁଛି । ସୋସାଲ ମିଡିଆ ୟୁଜର୍‌ମାନେ ଜନ୍ନତର ଏହି ଅଭିଯାନକୁ ଖୁବ୍‌ ପ୍ରଶଂସା କରିଛନ୍ତି ।

Leave A Reply