Odisha news

ନିଆଳିରେ ଫୁଟିଲା ବ୍ରହ୍ମକମଳ ଫୁଲ

0

ରାଜେଶ କୁମାର ଲେଙ୍କା(ନିଆଳି): କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ମଝିଖଣ୍ଡ ଗ୍ରାମରେ କୃଷ୍ନଚନ୍ଦ୍ର ବେହେରାଙ୍କ ବାଡ଼ିରେ ଏକ ବିରଳ ବ୍ରହ୍ମ କମଳ ଫୁଲ ଫୁଟିଛି।ଏହି ବିରଳ ବ୍ରହ୍ମ କମଳ ଫୁଲ ସାଧାରଣରେ କିଛି ସ୍ଥାନରେ ଦେଖିବାକୁ ମିଳିଥାଏ।

ଏହି ବିରଳ ଫୁଲ ଫୁଟିଥିବା ନେଇ ଅଞ୍ଚଳରେ ଖବର ବ୍ୟାପିବା ପରେ ବହୁ ସଂଖ୍ୟାରେ ଲୋକ ଏହି ଫୁଲ କୁ ଦେଖିବା ପାଇଁ ଆସିଥିଲେ।

କୃଷ୍ଣ ଚନ୍ଦ୍ର ବେହେରା ଏହି ବ୍ରହ୍ମ କମଳ ଫୁଲ ଗଛଟିକୁ ଅତି ଯତ୍ନର ସହିତ ଦେଖା ରଖା କରୁଥିବା ବେଳେ ଏବେ ଏହି ବିରଳ ଫୁଲ ଏକା ଥରକେ  ୨ ରୁ ୩ ଟି ଫୁଟିଥିବା ରୁ ଖୁବ୍ ଆନନ୍ଦ ପ୍ରକାଶ କରିଛନ୍ତି।

Nalco
Leave A Reply