Odisha news

ଝାରସୁଗୁଡ଼ା ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

0

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ କରି ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବାବେଳେ ଅନ୍ୟ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଅଛନ୍ତି।

ମଙ୍ଗଳ ବଜାରରେ ଥିବା ଏକ ପରିବାରର ବର୍ଷକର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ଉକ୍ତ ପରିବାରରୁ ଜଣେ ୫ ବର୍ଷର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ସୂଚନାଥାଉ କି, ସମ୍ପୃକ୍ତ ପରିବାରର ସଦସ୍ୟମାନେ ବାହାର ରାଜ୍ୟରୁ ଫେରି କ୍ୱାରେଣ୍ଟିନ୍‌ରେ ଥିଲେ। ସେହିପରି ଚିହ୍ନଟ ୪୦ ବର୍ଷୀୟ ବ୍ୟକ୍ତିଙ୍କ ଘର ବ୍ରଜରାଜନଗରରେ। ସେ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟିନ୍‌ରେ ଥିଲେ।

ସେହିପରି ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୧୯୧ରେ ପହଂଚିଥିବାବେଳେ ୪୩୬ ଜଣ ସୁସ୍ଥ ହୋଇଛନ୍ତି | ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ୭୪୮ଟି ସକ୍ରିୟ ମାମଲା ରହିଛି |

Govt
Leave A Reply