ପୋଲସରା ୨୨/୦୫/୨୦୨୦ : ପୋଲସରା ବ୍ଳକ ର ରୁମାଗଡ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ସଂଗରୋଧ କେନ୍ଦ୍ର ର ଅନ୍ତେବାସୀ ମହିଳା ମାନଙ୍କୁ ବିଶିଷ୍ଟ ସମାଜସେବୀ ପ୍ରଭାକର ପଣ୍ଡା ଆଜି ସକାଳେ ଅମାବାସ୍ୟା ଭାର ଦେଇଛନ୍ତି। ଫଳରେ ସଂଗରୋଧ କେନ୍ଦ୍ର ଅନ୍ତେବାସୀ ମହିଳା ମାନେ ସାବିତ୍ରୀ ପୂଜା କରିବା ସଫଳ ହୋଇଛନ୍ତି। ଏଥିଯୋଗୁଁ ସମ୍ପୃକ୍ତ ମହିଳା ଅନ୍ତେବାସୀ ମାନେ ଶ୍ରୀ ପଣ୍ଡା ଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ମହାମାରୀ କରୋନା ଆତଙ୍କ ଯୋଗୁଁ ସାରାଦେଶରେ ଗତ ଦୁଇ ମାସ ହେଲା ଲକଡାଉନ୍ ଚାଲିଛି ।
ଫଳରେ ରୋଜଗାର ଆଶା ରେ ରାଜ୍ୟ ବାହାର କୁ ଯାଇଥିବା ହଜାର ହଜାର ପୁରୁଷ ମହିଳା ଶ୍ରମିକ ରୋଜଗାର ହରାଇ ଫେରି ଆସି ବିଭିନ୍ନ ସଂଗରୋଧ କେନ୍ଦ୍ର ରେ ରହିଛନ୍ତି। ସେହିପରି ପୋଲସରା ବ୍ଳକ ର ରୁମାଗଡ ପଞ୍ଚାୟତ ର ତିନୋଟି ସଂଗରୋଧ କେନ୍ଦ୍ର ରେ ୨୪ ଜଣ ମହିଳା ଅନ୍ତେବାସୀ ରହିଛନ୍ତି।
ଆଜି ସାବିତ୍ରୀ ଅମାବାସ୍ୟା ହୋଇଥିବାରୁ ମହିଳା ମାନଙ୍କ ଜୀବନର ସର୍ବଶ୍ରେଷ୍ଠ ପୂଜା ସାବିତ୍ରୀ ବ୍ରତ ରୁ ସେମାନେ ବଞ୍ଚିତ ହେବେ ବୋଲି ଜାଣି ରୁମାଗଡ ବାସିନ୍ଦା ତଥା ବିଶିଷ୍ଟ ସମାଜସେବୀ ପ୍ରଭାକର ପଣ୍ଡା ସଂଗରୋଧ କେନ୍ଦ୍ର ଦାୟିତ୍ୱ ରେ ଥିବା ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସହ ପରାମର୍ଶ କରି ସମସ୍ତ ୨୪ ଜଣ ଅନ ଅନ୍ତେବାସୀ ମହିଳା ମାନଙ୍କୁ ଶାଢୀ , ପୂଜା ସାମଗ୍ରୀ , ଫଟୋ ଏବଂ ସୁସ୍ୱାଦୁ ଫଳ , ମାସ୍କ ଓ ହସ୍ତ ବିଶୋଧକ ପ୍ରଭୃତି ଦେଇଥିଲେ।
ଫଳରେ ସମସ୍ତ ଅନ୍ତେବାସୀ ମହିଳା ମାନେ ସଂଗରୋଧ କେନ୍ଦ୍ର ରେ ସାମାଜିକ ଦୁରତ୍ୱ ବଜାୟ ରଖି ସାବିତ୍ରୀ ବ୍ରତ ପାଳନ ପୂର୍ବକ ଅଶେଷ ଆନନ୍ଦିତ ହୋଇଥିଲେ। ଏଥିପାଇଁ ମହିଳା ମାନେ ଶ୍ରୀ ପଣ୍ଡା ଙ୍କ ଏଭଳି ମହତ୍ କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା ରୁମାଗଡ ପଞ୍ଚାୟତ ର ସମସ୍ତ ଅଙ୍ଗନବାଡ଼ି କର୍ମୀ , ସହାୟିକା ଓ ଆଶାକର୍ମୀ ମାନଙ୍କୁ ମଧ୍ଯ ମାସ୍କ ଓ ବିଶୋଧକ ବଣ୍ଟନ କରିଥିଲେ।