Odisha news

ତାଲା ବନ୍ଦ ସମୟରେ ବିଜେପି ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

0

ଖୋର୍ଦ୍ଧା : ମହାମାରୀ କରୋନା ପାଇଁ ହୋଇଥିବା ତାଲା ବନ୍ଦ ଯୋଗୁଁ ଗ୍ରାମାଂଚଳରେ ସାଧାରଣ ଲୋକଙ୍କ ସମସ୍ୟା ବେଳକୁ ବେଳ ବଢି ଚାଲିଛି । ଏପରିକି କାମ ଧନ୍ଦା ନ ମଳିବାରୁ ନୀରିହ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସ୍ଥାନରେ ଅନ୍ନ ଦାନ ଯୋଜନାରେ ଗରିବ ଓ ଅସହାୟ ଲୋକଙ୍କୁ ସୁଖିଲା ଓ ରନ୍ଧା ଖାଦ୍ୟମାନ ବିଭିନ୍ନ ସଂଗଠନ ତରଫରୁ ବଂଟନ କରାଯାଉଛି ।

ଏହି ଅବସରରେ ଖୋର୍ଦ୍ଧା ବ୍ଲକ୍ ଅଧିନସ୍ଥ ନନ୍ଦପୁର ଗ୍ରାମପଂଚାୟତର ଛତିପୁର ଆଦିବାସୀ ସାହିରେ ଭାରତୀୟ ଜନତା ପାର୍ଟିର୍ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ତରଫରୁ ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡେୟତରାୟଙ୍କ ସହଯୋଗରେ ସ୍ଥାନୀୟ ଯୁବ ନେତା ବିଘ୍ନେଶ୍ୱର ପରିଡ଼ାଙ୍କ ସଂଯୋଜନାରେ ପ୍ରାୟ ଦୁଇଶହ ଜଣକୁ ରନ୍ଧା ଖାଦ୍ୟ ବଂଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ମଧ୍ୟ ଖୋର୍ଦ୍ଧା ମଣ୍ଡଳ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସାଧାରଣ ସମ୍ପାଦକ ରଂଜନ ବରାଳ, ବି.ଏମ.ଏସ ନେତା ସର୍ବେଶ୍ୱର ପରିଡ଼ା, ଯୁବ ନେତା କିଶୋର ବରାଳ, ପ୍ରଦୀପ୍ତ କୁମାର ରଣସିଂହ, ସୁମନ୍ତ ଶ୍ରୀଚନ୍ଦନ ଓ ସ୍ଥାନୀୟ ବୁଥ ସଭାପତି ଧନଞ୍ଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ପରିବେଷଣ କରିଥିଲେ ।

Leave A Reply