ସମ୍ପ୍ରତି କୋଭିଡି ୧୯ ପରି ଏକ ବିଶ୍ୱମହାମାରୀର ପ୍ରକୋପରେ ଯେତେବେଳେ ସାରା ପୃଥିବୀ ଆତଙ୍କିତ ହୋଇ ସମସ୍ତେ ତାଲା ବନ୍ଦ ର କଟକଣା ଭିତରେ ସମୟ ବିତାଉଛନ୍ତି, ସେତିକିବେଳେ କିନ୍ତୁ ଭାରତୀୟ ରେଡକ୍ରସର ଓଡିଶା ରାଜ୍ୟ ଶାଖା ତରଫରୁ ବିଭିନ୍ନ ମାନବିକ ସେବା କାର୍ଯ୍ୟ ଘଂଟା ଘଂଟା ଧରି ଯୋଗାଇ ଦିଆଯିବା ସହ ଏଥିରେ ସାମିଲ ଥିବା ସ୍ୱେଚ୍ଛାସେବୀ ଗଣ ଦିନ ରାତି ୨୪ ଘଂଟା ପ୍ରସ୍ତୁତ ରହିଛନ୍ତି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ ଓ ନିଦେ୍ର୍ଦଶାନାମା କୁ ପାଳନ କରିବା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅନୁସରଣ କରି ଏମାନେ ଲୋକ ମାନଙ୍କୁ ସାମାଜିକ ଦୂରତ୍ୱ, ସ୍ୱଚ୍ଛତା, ହାତ ସଫେଇ ଓ ମାସ୍କ ପରିଧାନ ଆଦି କାର୍ଯ୍ୟ କିପରି ସୁଚାରୁ ରୁପେ କରାଯିବ ସେ ସମ୍ବନ୍ଧରେ ସଚେତନ କରେଇବା ସହ ଯେଉଁମାନେ ଅଭାବ ଅନଟନ ଭିତରେ ଦିଇ ଓଳି ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି, ଏମାନେ ସେମାନଙ୍କ ପାଖରେ ରନ୍ଧା ଖାଦ୍ୟ ନେଇ ପହଂଚୁଛନ୍ତି ।
ବୃଦ୍ଧା, ବୃଦ୍ଧ, କୁନି କୁନି ପିଲା ତଥା ସମାଜର ଦୁର୍ବଳ ଶ୍ରେଣୀର ମଣିଷମାନଙ୍କ ପାଖରେ ପହଂଚି ଏମାନେ ସେମାନଙ୍କୁ ମାନସିକ ଆଶ୍ୱସନା ଦେବା ସହ ଗର୍ଭବତୀ ମହିଳା, ଥାଲସେମିଆ ରୋଗୀ ଓ ଅନ୍ୟାନ୍ୟ ସଙ୍କଟାପନ୍ନ ରେଗରେ ପୀଡିତ ଥିବା ରୋଗୀ ମାନଙ୍କୁ ତୁରନ୍ତ ରକ୍ତ ଯୋଗାଇ ଦେଉଛନ୍ତି । ତାଲା ବନ୍ଦର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ମାତ୍ରାଧିକ କଟକଣା ସତ୍ତ୍ୱେ ମଧ୍ୟ ଏମାନେ ସାମାଜିକ ଦୂରତ୍ୱ ଓ ଶୃଙ୍ଖଳା ସହ କେତେ ଗୋଟି ରକ୍ତ ଦାନ ଶିବିର ଖୋଲି ରକ୍ତ ସଂଗ୍ରହ କରିବା ରେ ସଫଳ ହୋଇଛନ୍ତି ।
ଚାଷୀ ଓ ଖାଉଟିଙ୍କ ମଧ୍ୟରେ ସଂପର୍କ ଯୋଗା ଯୋଗର ସେତୁ ସୃଷ୍ଟି କରିବା ମଧ୍ୟ ରେଡକ୍ରସର ପ୍ରୟାସ ପ୍ରଶଂସନୀୟ । ଏଥିରେ ସ୍ୱେଚ୍ଛାସେବୀ, ପରାମର୍ଶଦାତା, ଆଜୀବନ ସଦସ୍ୟ, କନିଷ୍ଠ ରେଡକ୍ରସର ଓ ରାଜ୍ୟ ଶାଖାର ବିଭିନ୍ନ କର୍ମକର୍ତ୍ତା ଗଣ ସାମିଲ ହୋଇ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସ୍ୱାବ ପରୀକ୍ଷାରେ ସହେଯାଗ କରିବା ସହ ବିଭିନ୍ନ କ୍ୱାରେଂଟାଇନ କେନ୍ଦ୍ରକୁ ଯାଇ ଏଠାରେ ଥିବା ଅନ୍ତେବାସୀଙ୍କୁ ପ୍ରଶାସନ ସହ ମିଶି ସେବା ଯୋଗାଇ ଦେଉଛନ୍ତି । ଯୁବ ଓ କନିଷ୍ଠ ଛାତ୍ର ସ୍ୱେଚ୍ଛାସେବୀ ଚିତ୍ରାଙ୍କନ ମାଧ୍ୟମରେ କରୋନା ସଚେତନତାର ବାର୍ତ୍ତା ଦେବାର କାର୍ଯ୍ୟ ସବୁରି ମହଲରେ ବେଶ ପ୍ରଶଂସିତ ହେଉଛି ।