Odisha news

ସୁରତରୁ ପୁଣି ୩ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସିଲେ ପ୍ରବାସୀ ଓଡିଆ

0

ଛତ୍ରପୁର ୬/୫ : ପ୍ରବାସୀମାନେ ଏବେ ରାଜ୍ୟକୁ ଫେରୁଛନ୍ତି । ବୁଧବାର ଦିନ ଠାରୁ ବସ୍ରେ ସୁରତରୁ ହଜାର ହଜାର ପ୍ରବାସୀ ଗଂଜାମକୁ ଫେରୁଥିବାବେଳେ ରାଜ୍ୟସରକାର ପକ୍ଷରୁ ବସ୍ ଆସିବାକୁ ରୋକ୍ ଲଗାଇଯ୍ଧବଥିବା ହେତୁ ଏବେ ଟ୍ରେନ୍ ଯୋଗେ ହଜାର ହଜାର ଶିଶୁ, ମହିଳା ସମେତ ପ୍ରବାସୀ ଓଡିଆ ଭାଇ ମାନେ ଫେରୁଛନ୍ତି । ବୁଧବାର ୩ସ୍ୱତନ୍ତ୍ର ଟ୍ରେନ ଯୋଗେ ପୁଣି ସୁରତରୁ ପ୍ରବାସୀ ଓଡିଆ ମାନେ ଗଂଜାମ କୁ ଫେରିଛନ୍ତି ।

ସୁରତରୁ ୧୨୨୫ଜଣ ପ୍ରବାସୀ ଓଡିଆକୁ ଧରି ୪ଘଣ୍ଟା ବିଳମ୍ବରେ ସ୍ୱତନ୍ତ୍ର ଟ୍ରେନ ବୁଧବାର ଅପରାହ୍ନ ୨ଟାରେ ଜଗନ୍ନାପୁର ଷ୍ଟେସନରେ ପହଞ୍ଚିଥିଲା । ସେଥିରେ ଗଂଜାମ ଜିଲ୍ଲାର ୧୧୯୫ଜଣ ଥିବା ବେଳେ ନୟାଗଡ ଜିଲ୍ଲାର ୨୧ଜଣ, କଟକ ୨, ବଲାଙ୍ଗିରି ଜିଲ୍ଲାର ୩ଜଣ, ବୈାଦ୍ଧ ଜିଲ୍ଲାର୨ ଓ ଅନୁଗୁଳ ଜିଲ୍ଲାର ୨ଜଣ ପ୍ରବାସୀ ଥିଲେ ।

ସେହିପରି ପୁଣି ଆଉ ଏକ ସ୍ୱତନ୍ତ୍ର ଟ୍ରେନ ସୁରତ୧୨୩୦ଜନ ପ୍ରବାସୀ ଓଡିଆଙ୍କୁ ଧରି ବୁଧବାର ସନ୍ଧ୍ୟା ୫.୪୫ରେ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଥିଲା । ସେଥିରେ ଗଂଜାମ ଜିଲ୍ଲାର ୧୨୧୭ଜଣ ଥିବା ବେଳେ ନୟାଗଡ ଜିଲ୍ଲାର ୩, କନ୍ଧମାଳ ୯ , ପୁôରୀ ଜିଲ୍ଲାର ଜଣେ ଓଡିଆ ପ୍ରବାସୀ ମାନେ ରହିଥିଲେ ।

ସେହିପରି ରାତ୍ର ୮.୫୦ରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ସୁରତରୁ ୧୧୦୦ ପ୍ରବାସୀ ଓଡିଆ ମାନେ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଥିଲେ । ସେଥିରୁ ୧୦୫୬ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ବଳକା ଅନ୍ୟାନ୍ୟ ଜିଲ୍ଲା ର ପ୍ରବାସୀ ଓଡିଆ ମାନେ ରହିଥିଲେ । ସମସ୍ତେ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସେଠାରେ ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ସ୍ୱାସ୍ଥ୍ୟ ବିଭାଗର ୧୨ଟି ଆରଆର ଟିମ୍ ଏବଂ ଜିଲ୍ଲାର ୧୦ରୁ ଉଦ୍ଧ୍ୱର୍ ଡାକ୍ତର ଉପସ୍ଥିତ ରହି ପ୍ରବାସୀ ଓଡ଼ିଆମାନଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ କରିଥିଲେ ।

ପରେ ଅନ୍ୟ ଜିଲ୍ଲାର ପ୍ରବାସୀ ଓଡିଆ ମାନଙ୍କୁ ବସ ଯୋଗେ ନିଜ ନିଜ ଜିଲ୍ାକୁ ପଠାଯାଇଥିଲା । ସେହିପରି ଗଂଜାମ ଜିଲ୍ଲାର ପ୍ରବାସୀ ଓଡିଆକୁ ନିଜ ନିଜ ବ୍ଲକ କୁ ପଠାଇଯାଇଥିଲା । ଷ୍ଟେସନରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ସଙ୍କର ସ୍ୱାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ରାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ରଙ୍କ ସମେତ ପ୍ରଶାସନିକ ଅଧିକାରୀ, ପୁଲିସ, ଆରପିଏଫ ଓ ୩୦କର୍ମଚାରୀ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ସହାୟତା କରିବା ସହ କାର୍ଯ୍ୟ ଗୁଡିକୁ ତଦାରଖ କରିଥିଲେ ।

ସୂଚନା ଯୋଗ୍ୟ ଯେ ରବିବାର କେରଳ ଓ ସୁରତରୁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଯୋଗେ ପ୍ରବାସୀ ଓଡିଆ ମାନେ ଗଂଜାମକୁ ଆସିଥିବା ବେଳେ ସୋମବାର କେରଳରୁ ଗୋଟିଏ ଓ ସୁରତରୁ ୩ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ହଜାର ହଜାର ପ୍ରବାସୀଓଡିଆ ଭାଇ ଓ ଭଉଣୀ ମାନେ ଗଂଜାମକୁ ଫେରିଥିଲେ । ପୁଣି ମଙ୍ଗଳବାର ସୁରତରୁ ୩ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ୩୭୪୦ଜଣ ପ୍ରବାସୀ ଓଡିଆ ଗଂଜାମ କୁ ଫେରିଥିଲେ ।

Leave A Reply