Odisha news

ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକ୍କା , ଘଟଣା ସ୍ଥଳରେ ଜଣେ ମୃତ୍ୟୁ ଅନ୍ୟ ଜଣେ ଗୁରୁତର 

0
ବାଲିଗୁଡା, ତା, ୧୭/୦୮ :(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଶଙ୍କରାଖୋଲ ନିକଟ ସାନ୍ଦୀଜାର୍ଗୀ ଗ୍ରାମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ସୂଚନା ପ୍ରକାରେ ଶଙ୍କରାଖୋଲ ରୁ ଏକ ଟ୍ରାକ୍ଟର ନଂ. ଓଡି-୧୨-ଏଫ- ୪୭୦୯ କଇଁଝର କୁ ଯାଉଥିବା ସମୟରେ ସାଞ୍ଜାଜାର୍ଗୀ  ବୁଲାଣି ରାସ୍ତା ଗଡାଣିଆ ଠାରେ କଇଁଝର ଦେଇ ଆସୁଥିବା ଗ୍ଲାମର ବାଇକ ନଂ. ଓଡି-୧୨-୮୮୯୧ ରେ ମନୋହର ପ୍ରଧାନ (ବାବୁ ) (୨୩)ଓ କିରଣ କହଁର(୨୫) ଉଭୟ ମିଶି ଶଙ୍କରାଖୋଲ ବଜାର କୁ ଆସୁଥିଲେ। ସେହି ସମୟରେ ହଠାତ ବିପରୀତ ଦିଗରେ ଟ୍ରାକ୍ଟର ସହ ବାଇକ ର ମୁହାଁମୁହିଁ ଧକ୍କା ହେଇଥିଲା। ଯାହା ଫଳରେ ବାଇକରେ ଥିବା ଦୁଇ ଜଣ ଙ୍କ ମଧ୍ୟରୁ ମନୋହର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ କିରଣ ଗୁରୁତର ଆହତ ହେଇଥିଲେ। ଟ୍ରାକଟର ଟି ପ୍ରଧାନପଡ଼ା ଗ୍ରାମର ହେଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଚମ୍ପଟ ମାରିଥିବା ଜଣାପଡିଛି । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ପୋଲିସ ବିଭାଗ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା ଏବଂ ମୃତ୍ୟୁ ଶରୀରକୁ ପୋଲିସ ଜବତ କରି ବ୍ୟବଛେଦ ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ I
Ad2
Leave A Reply