Odisha news

ଆଧୁନିକ ସମାଜରେ ସନ୍ତାନ ମାନଙ୍କ ବ୍ୟବହାରକୁ ନେଇ ପିତାମାତା ଚିନ୍ତାରେ ! କଣ ରହିଛି ବିଶେଷଜ୍ଞ ଙ୍କ ମତ

0

ପ୍ରତ୍ୟେକ ପିତାମାତା ନିଜ ସନ୍ତାନକୁ ଭଲରେ ଲାଳନପାଳନ କରିବାକୁ ଚାହିଁ ଥାଆନ୍ତି l ସେ ନିଜ ସନ୍ତାନକୁ ଅନୁଶାସନ, ଶାନ୍ତ ଓ ଆଜ୍ଞାକାରୀ ହେଉ ବୋଲି ଚାହିଁ ଥାଆନ୍ତି l ଅନେକ ସମୟରେ ଅତ୍ୟଧିକ ସ୍ନେହମମତା କାରଣରୁ ପିଲାମାନେ ଯିଦିଆ ହୋଇଯାଇ ଥାଆନ୍ତି l ଅନେକ ସମୟରେ ପିଲା ଏତେ ଯିଦିଆ ହୋଇ ଯାଇ ଥାଆନ୍ତି ଯେ ପିଲାମାନେ ଛୋଟ ଛୋଟ କଥା ରେ ଯୁକ୍ତି କରିବା ଆରମ୍ଭ କରିଦେଇ ଥାଏ l

ଆଜିର ଯୁବପିଢୀ ଙ୍କ ବ୍ୟବହାର ଓ ଉତେଜନା କୁ ନେଇ ଏମ୍ସ ପକ୍ଷରୁ ସାଇକୋଲୋଜିଷ୍ଟ ମାନେ ଗୋଟିଏ ରିସର୍ଚ୍ଚ ଆରମ୍ଭ କରିଥିଲେ , ଯେଉଁଥିରେ ସେମାନେ ପିତାମାତାଙ୍କୁ ଏଭଳି କିଛି ଉପାୟ ବିଷୟରେ କହିଛନ୍ତି ଯାହା ପିଲାର ଭବିଷ୍ୟତ ପାଇଁ ଠିକ ରହିବ l ଆସନ୍ତୁ ଜାଣିବା ….

– ଯଦି ପିଲା ଛୋଟ ଛୋଟ କଥାରେ ଯୁକ୍ତି କରୁଛନ୍ତି ତେବେ ସେମାନଙ୍କ ସହିତ ଖରାପ ବ୍ୟବହାର ନକରି ନିଜ ମଧ୍ୟର ସଂଯମତା ରଖନ୍ତୁ l ଏବଂ ପରିସ୍ଥିତି କୁ ଆୟତ୍ତ କରିବା ପାଇଁ ପିଲା ସହିତ ପାଟି ନକରି ଚୁପ ରହିବା ଜରୁରୀ l  ଏହାଦ୍ୱାରା ପରିସ୍ଥିତି ଶାନ୍ତ ହୋଇଗଲେ ନିଜ ସନ୍ତାନ କୁ ନିଜର ଭୁଲ ବୁଝାଇବାକୁ ଚେଷ୍ଟା କରନ୍ତୁ l

– ଗୋଟିଏ ନିର୍ଦ୍ଧିଷ୍ଟ ବୟସପରେ ପିଲାମାନେ ଅଧିକ ଆକ୍ରୋଶ ମନୋବୃତି ର ହୋଇ ଥାଆନ୍ତି l ଏପରି ସ୍ଥିତିରେ ସେମାନଙ୍କ ମଧ୍ୟରେ ପରିବର୍ତନ ଆଣିବା ପାଇଁ ମାତାପିତା ନିଜକୁ ପ୍ରସ୍ତୁତ କରିବା ଜରୁରୀ l କାହିଁକି ନା ୧୨ ରୁ ୧୪ ବର୍ଷ ମଧ୍ୟରେ ପିଲା ମାନଙ୍କ ମଧ୍ୟରେ ହର୍ମୋନଲ ଚେଁଜେସ ହୋଇଥାଏ l ତେଣୁ ଏହି ସମୟରେ ସେମାନେ ବିଚଳିତ ହୋଇ ଥାଆନ୍ତି l  ସେଥିପ୍ରତି ମାତାପିତା ଉଭୟ ପିଲାଙ୍କୁ ସମୟ ଦେଇ ଠିକ ବାଟରେ ପରିଚାଳିତ କରିବା ଆବଶ୍ୟକ l

– କେବଳ ପିଲାକୁ ଅନୁଶାସନ ମଧ୍ୟରେ ନରଖି ନିଜେ ମଧ୍ୟ ସେହି ଅନୁଶାସନ କୁ ପାଳନ କରିବା ଜରୁରୀ l କାହିଁକି ନା ପିଲାମାନେ ମାତାପିତା ଙ୍କୁ ଦେଖି ସବୁକିଛି ଶିଖି ଥାଆନ୍ତି l ପିଲାମାନଙ୍କ ପାଇଁ ଯେଉଁ ନିୟମ କରୁଛନ୍ତି ତାହାକୁ ଆପଣ ନିଜେ ମାନିବା ପ୍ରଥମେ ଆରମ୍ଭ କରନ୍ତୁ l

– କିଛିଟା ମାତାପିତା ଥାଆନ୍ତି ପିଲାଙ୍କୁ ଗାଳି ଗୁଲଜ ଓ ପାଟିତୁଣ୍ଡ ଦ୍ୱାରା ଠିକ କରିବାକୁ ଚେଷ୍ଟା କରି ଥାଆନ୍ତି l  କିନ୍ତୁ ଏହା ଠିକ ନୁହେଁ l ଏହାଦ୍ୱାରା ପିଲାମାନେ ପ୍ରତିଶୋଧ ପରାୟଣ ହୋଇ ଅଧିକ  ହେବାର ଆଶଙ୍କା ରହିଥାଏ l ତେଣୁ ଘରର ଗୋଟିଏ ସୁନ୍ଦର ବାତାବରଣ ମଧ୍ୟରେ ନିଜ ସନ୍ତାନ ର ଲାଳନପାଳନ କରନ୍ତୁ l ଯାହାକି ତାକୁ ଜୀବନରେ ଗୋଟିଏ ସୁନ୍ଦର ବ୍ୟକ୍ତିତ୍ୱ ଭାବରେ ଗଢି ତୋଳିବ l

Nalco
Leave A Reply