Odisha news

ଭାରତ – EU ମଧ୍ୟରେ ହେଲା ବଡ଼ ରାଜିନାମା , ପ୍ରଧାନମନ୍ତ୍ରୀ ମୋଦୀ କଲେ ଫ୍ରୀ ଟ୍ରେଡ଼ ଏଗ୍ରିମେଣ୍ଟ ର ଘୋଷଣା,

0

ଇଉରୋପିଅ ସଙ୍ଘ ସହିତ ହେଲା ଭାରତର ଚୁକ୍ତି, ଉଭୟ ଦେଶ ହେବେ ଲାଭାନ୍ବିତ, ଏହି ରାଜିନାମା ଦ୍ୱାରା ୧୪୦ କୋଟି ଭାରତୀୟ ପାଇବେ ଲାଭ,  ଏହାକୁ ନେଇ ଆମେରିକା ହେବକି ଅସନ୍ତୋଷ ?

ଗୋଆରେ ହୋଇଯାଇଛି ଭାରତ- EU FTA ଚୁକ୍ତି, ଏହି କାର୍ଯ୍ୟକ୍ରମ କୁ କେନ୍ଦ୍ରୀୟ ପେଟ୍ରୋଲିଅମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ସମ୍ପୂର୍ଣ କରିଛନ୍ତି, ଏହି କାର୍ଯ୍ୟକ୍ରମ ରେ ଅନେକ ଦେଶର ମନ୍ତ୍ରୀ, ଉଦ୍ୟୋଗ ଜଗତର ନେତା ଓ ନୀତି ବିଶେଷଜ୍ଞ ସାମିଲ ହୋଇଥିଲେ l ଏହି ଅବସରରେ ସଂଯୁକ୍ତ ଆରବ ଅମିରଟ ର ଉଦ୍ୟୋଗ ଓ ଯାନ୍ତ୍ରିକ ମନ୍ତ୍ରୀ ସୁଲତାନ ଅହମଦ ଅଲ ଜବେର ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଵନ୍ତ ସମେତ ଅନେକ ପ୍ରମୁଖ ଲୋକ ଉପସ୍ଥିତ ଥିଲେ l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୬ କୁ ସମ୍ବନ୍ଧିତ କରି ଭାରତ ଓ ୟୁରୋପ ସଙ୍ଘ ମଧ୍ୟରେ ହୋଇଥିବା ବଡ଼ ଫ୍ରି ଟ୍ରେଡ଼ ଏଗ୍ରିମେଣ୍ଟ ର ଘୋଷଣା କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏହି ରାଜିନାମା ବିଶ୍ୱର ଦୁଇ ଅର୍ଥବ୍ୟବସ୍ଥା ମଧ୍ୟରେ ଭାଇଚାରା ର ପ୍ରତୀକ ଅଟେ, ଏବଂ ଏହାର ସିଧା ସଳଖ ଲାଭ ଭାରତୀୟ ଉଦ୍ୟୋଗ , ଉର୍ଜା କ୍ଷେତ୍ର ଓ ସାଧାରଣ ଲୋକଙ୍କୁ ମିଳିବ , ଏବଂ ଏହି ଡୀଲ ଭାରତର ମ୍ୟାନୁଫାକଚରିଂ ଖାମତା କୁ ଆହୁରି ଅଧିକ ମଜବୁତ କରିବ ଏବଂ ସର୍ଭିସ ସେକ୍ଟର କୁ ନୂଆ ସାହାରା ହେବ l

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଆଜି ଭାରତ ଉର୍ଜା କ୍ଷେତ୍ରରେ ଗୋଟିଏ ବଡ଼ ଅର୍ଥବ୍ୟବସ୍ଥା, ଏବଂ ଭାରତ ପ୍ରତ୍ୟେକ ସେକ୍ଟର ରେ ନିଜ ସ୍ଥିତି କୁ ମଜବୁତ କରୁଛି, ଏହି କାରଣରୁ ଦେଶରେ ବିଦେଶୀ ମାନଙ୍କ ନିବେଶ ବୃଦ୍ଧି ପାଉଛି l

ଭାରତ -EU FTA , ଭାରତ ଓ ବ୍ରିଟେନ ମଧ୍ୟରେ ଗତବର୍ଷ ସ୍ୱାକ୍ଷରିତ ହୋଇଥିବା ଟ୍ରେଡ଼ ଏଗ୍ରିମେଣ୍ଟ କୁ ମଧ୍ୟ ସପୋର୍ଟ କରିବ, ଏହାଦ୍ୱାରା ଇଉରୋପ ସହିତ ଭାରତର ସମସ୍ତ ବ୍ୟବସାୟ ମଜବୁତ ହେବ, ଏହି ରାଜିନାମା ର ମୁଖ୍ୟ ଉଦେଶ୍ୟ ଭାରତ ଓ EU  ମଧ୍ୟରେ ବାଣିଜ୍ୟ କୁ ବୃଦ୍ଧି କରିବା, ସରକାର କହିଛନ୍ତି ଯେ ଏହାଦ୍ୱାରା ନିବେଶ, ରୋଜଗାର ଓ ଯାନ୍ତ୍ରିକ ସହଯୋଗ ର ନୂଆ ରାସ୍ତା ଖୋଲିବ l

Leave A Reply