ଫିଟିଲା ଗୁମର ଶ୍ମୄତି  ମନ୍ଦlନା ଙ୍କ ବିବାହର, କାହିଁକି ଭାଙ୍ଗିଲା ବିବାହ ପଲାଶ ଓ ସ୍ମୃତି ଙ୍କର, ସ୍ମୃତିଙ୍କ ବନ୍ଧୁ ବିଦ୍ୟାନ ଖୋଲିଲେ ଗୁମର, ପଲାଶ ଙ୍କ ଉପରେ ଧୋକେବାଜ ର ଲଗାଇଲେ ଆରୋପ l

କିଛିଦିନ ତଳେ ମିୟୁଜିକସିଆନ ପଲାଶ ମୁଛାଲ ଓ ଭାରତୀୟ ମହିଳା କ୍ରିକେଟ ଦଳ ର ସେରନି ସ୍ମୃତି ଙ୍କ ବିବାହ ହେବାର ଆମେ ଶୁଣିଥିଲୁ, ଯାହାକି ନଭେମ୍ବର ୨୩ ରେ ହେବାକୁ ଥିଲା, କିନ୍ତୁ ଅଚାନକ ଉଭୟଙ୍କ ବିବାହ ଭାଙ୍ଗି ଯାଇଥିଲା, ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିଲା, କିନ୍ତୁ ଅଚାନକ ସବୁକିଛି ଶେଷ ହୋଇଯାଇଥିଲା, କିଛିଦିନ ପରେ ପଲାଶ ଓ ସ୍ମୃତି ନିଜ ନିଜ ଇନ୍ସଟା ପୋଷ୍ଟ ରେ ସବୁ ସମ୍ପର୍କ ଛିଡ଼ାଇ ଆଗକୁ ଯିବାର ନିଷ୍ପତି କରିଥିଲେ l ପ୍ରଡ୍ୟୁସର ବିଦ୍ୟାନ , ପଲାଶ ଙ୍କ ଉପରେ ପ୍ରତାରକ ର ଆରୋପ ଲଗାଇଥିଲେ l

ହିନ୍ଦୁସ୍ଥାନ ଟାଇମ୍ସ କୁ ଦେଇଥିବା ଇଣ୍ଟରଭିୟୁ ରେ ସ୍ମୃତି ଙ୍କୁ ବନ୍ଧୁ ବିଦ୍ୟାନ ଆରୋପ ଲଗାଇଛନ୍ତି ଯେ ୨୦୨୫ ନଭେମ୍ବର ରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଗୋଟିଏ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା, ଯାହାପରେ ଉଭୟଙ୍କ ବିବାହ ଭାଙ୍ଗି ଯାଇଥିଲା, ବିଦ୍ୟାନ କହିଥିଲେ ‘ ମୁଁ ବିବାହ କାର୍ଯ୍ୟରେ ୨୩ ନଭେମ୍ବର ରେ ଥିଲି, ଠିକ ଏହି ସମୟରେ ପଲାଶ କୁ ଅନ୍ୟ ଗୋଟିଏ ମହିଳାଙ୍କ ସହିତ ଧରାପଡିଥିଲା, ସେ ଦୃଶ୍ୟ ଖୁବ ଭୟଙ୍କର ଥିଲା, ଭାରତୀୟ ମହିଳା କ୍ରିକେଟ ଟିମ୍ ପଲାସ କୁ ନିର୍ଧୁମ ଛେଚିଥିଲେ, ମୁଛାଲ ପରିବାର ଚୋର ,  ମୁଁ ଭାବିଥିଲି ପଲାଶ ବିବାହ କରି ଖୁସିରେ ରହିବ, କିନ୍ତୁ ମୋ ପାଇଁ ତାହା ଓଲଟା ପଡିଗଲା l

ବିଦ୍ୟାନ ଆଗକୁ କହିଥିଲେ ଯେ ମୁଁ ସ୍ମୃତି ର ପିଲାଦିନର ସାଙ୍ଗ, ପଲାଶ ସହିତ ମୋର ସାକ୍ଷାତ ସ୍ମୃତି ର ପରିବାର ଜରିଆରେ ହୋଇଥିଲା, ପଲାଶ ଓ ତାଙ୍କ ପରିବାର ସ୍ମୃତି ଙ୍କ ଉପରେ ଫାଇନାନସିଆଲ ଚାପ ପକାଇଥିଲେ , ବର୍ତମାନ ମୋର ପଲାଶ ମୁଛାଲ ର ପରିବାର ସହିତ କୌଣସି ସମ୍ପର୍କ ନାହିଁ l ସେମାନେ ଯାହା ପାଖରୁ ପଇସା ନିଅନ୍ତି ସହଜରେ ଫେରାଇବା ପାଇଁ ପସନ୍ଦ କରନ୍ତି ନାହିଁ l ଯଦି କୌଣସି କଳାକାର କୁ କାମ କରାନ୍ତି ତେବେ ତାର ପଇସା ଦେବାକୁ ପସନ୍ଦ କରନ୍ତି ନାହିଁ l