Odisha news

ଗୋଟିଏ ସ୍ଥାନରେ ଗୋଟିଏ ଦିନରେ ହେବ ଜୁମା ନମାଜ ଓ ସରସ୍ବତୀ ପୂଜା : ଇତିହାସ ପୃଷ୍ଠାରେ ମଧ୍ୟପ୍ରଦେଶର ଧାର ଭୋଜଶାଳା

0

ମଧ୍ୟପ୍ରଦେଶର ର ଧାର ଜିଲ୍ଲା ସ୍ଥିତ ଐତିହାସିକ ଭୋଜଶାଳା କୁ ନେଇ ଦୀର୍ଘ ସମୟ ରୁ ବିବାଦ ହୋଇ ଆସୁଥିଲା, ଗୋଟିଏ ନୂଆ ଆବେଦନ ଅନୁସାରେ ଆଜି ସୁପ୍ରିମ କୋର୍ଟ ଙ୍କର ଶୁଣାଣି କରି ଐତିହାସିକ ନିଷ୍ପତି ଶୁଣାଣି ହୋଇଛି, ଗୋଟିଏ ଦିନରେ ବସନ୍ତପଞ୍ଚମୀ ଓ ଜୁମା ନମାଜ ରହିଥିବାରୁ ସୁପ୍ରିମ କୋର୍ଟ ଉଭୟ ଗୋଷ୍ଠୀଙ୍କୁ ସରସ୍ବତୀ ପୂଜା ଓ ନମାଜ ପାଠ ଶୃଙ୍ଖଳିତ ଭାବରେ କରିବା ପାଇଁ ନିର୍ଦେଶ ଦେଇଛନ୍ତି, କୋର୍ଟଙ୍କ ପକ୍ଷରୁ ମୁସଲିମ ସମୁଦାୟ ଙ୍କୁ ଜୁମା ନମାଜ ମଧ୍ୟାହ୍ନ ୧ଟା ରୁ ୩ଟା ମଧ୍ୟରେ କରିବାକୁ ଆଦେଶ ଦେଇଛନ୍ତି l ଏବଂ ପ୍ରଶାସନ କୁ ପରିସର ମଧ୍ୟରେ ବ୍ୟାରିକେଟିଙ୍ଗ କରିବା ପାଇଁ ନିର୍ଦେଶ ଦିଆଯାଇଛି l

ହିନ୍ଦୁ ଫ୍ରଣ୍ଟ ଫର ଜଷ୍ଟିସ ପକ୍ଷରୁ ଦାଏର ହୋଇଥିବା ମୋକଦମl ରେ କେବଳ ହିନ୍ଦୁ ମାନଙ୍କୁ ୨୩ ତାରିଖ ଶୁକ୍ରବାର ସରସ୍ବତୀ ପୂଜା କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲା, ଏବଂ ମୁସଲମାନ ସମୁଦାୟ ଙ୍କୁ ନମାଜ ବନ୍ଦ କରାଯାଉ ବୋଲି କୁହାଯାଇଥିଲା l ଏହାର ଶୁଣାଣି କରି ସୁପ୍ରିମ କୋର୍ଟ ବସନ୍ତପଞ୍ଚମୀ ରେ ପାରମ୍ପରିକ ସରସ୍ବତୀ ପୂଜା ଦିନ ସାରା କରିବା ପାଇଁ ହିନ୍ଦୁ ସମୁଦାୟନକୁ କହିଥିବା ବେଳେ ମୁସଲମାନ ସମୁଦାୟ କେବଳ ଦିନ ଗୋଟାଏ ରୁ ୩ଟା ପର୍ଯ୍ୟନ୍ତ ଜୁମା ନମାଜ ପାଠ କରିପାରିବେ ବୋଲି ନିର୍ଦେଶ ଦିଆଯାଇଛି l

ଏହାଛଡା କୋର୍ଟ ମୁସଲିମ ପକ୍ଷଙ୍କୁ ଗୁରୁବାର ସନ୍ଧ୍ୟା ସୁଧା ଜିଲାର ମାଜିଷ୍ଟ୍ରେଟ ଙ୍କ ନିକଟରେ କେତେ ମୁସଲମାନ ନମାଜ ପାଠ କରିବାକୁ ଆସିବେ ସେମାନଙ୍କ ସମୁଦାୟ ସଂଖ୍ୟା ଲିଖିତ ଆକାରରେ ଦେବେକୁ କହିଛନ୍ତି l ଅଦାଲତ ଉଭୟ ପକ୍ଷଙ୍କୁ ଅପୀଲ କରିଛନ୍ତି ଯେ ନିଜ ମଧ୍ୟରେ ସମ୍ମାନ, ସହିଷ୍ଣୁତା ଓ ସହଯୋଗ ରଖନ୍ତୁ l

ମଧ୍ୟପ୍ରଦେଶ ର ଧାର ଜିଲ୍ଲା ସ୍ଥିତ ଭୋଜଶାଳ ରେ ମା ସରସ୍ବତୀଙ୍କ ମନ୍ଦିର ଓ କମାଲ ମୌଲା ମସଜିଦ ଗୋଟିଏ ସ୍ଥାନରେ ରହିଛି, ରାଜା ଭୋଜ ହିନ୍ଦୁ ମାନଙ୍କ ପାଇଁ ଏହି ସରସ୍ବତୀ ମନ୍ଦିରଟି ନିର୍ମାଣ କରିଥିଲେ, ଧାର କୁ ଛୋଟ ଅଯୋଧ୍ୟା ମଧ୍ୟ କୁହାଯାଇଥାଏ, ଏବଂ ଭୋଜଶାଳା ଗୋଟିଏ ଐତିହାସିକ ସ୍ଥଳ , ଯେଉଁଠି ଧାର୍ମିକ ଗତିବିଧି ହୋଇଥାଏ, କିନ୍ତୁ ପରେ  ଏହାକୁ ମସଜିଦ ର ରୂପ ଦିଆଯାଇଥିଲା l

ଚଳିତ ବର୍ଷ ସରସ୍ବତୀ ପୂଜା ଶୁକ୍ରବାର ପଡୁଛି ଏବଂ ସେହିଦିନ ଜୁମା ନମାଜ ମଧ୍ୟ ପଡୁଛି, ଏବଂ ଗୋଟିଏ ଦିନରେ ସରସ୍ବତୀ ପୂଜା ଓ ଜୁମା ନମାଜ ଥିବାରୁ ଚିନ୍ତାର କାରଣ ହୋଇଛି l

Leave A Reply