ସନାତନ ଧର୍ମରେ ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀଙ୍କୁ ପୂଜାର୍ଚନା କରାଯାଇଥାଏ, ମା ସରସ୍ବତୀ ହେଉଛନ୍ତି ଜ୍ଞାନ, ବୁଦ୍ଧି , ବିଦ୍ୟା, କଳା ଓ ବିଜ୍ଞାନ ର ଦେବୀ, ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ ରେ ବିଧି ବିଧାନ ଭାବରେ ପୂଜାର୍ଚନା କରାଯାଏ, ମାନ୍ୟତା ରହିଛି ଯେ ଯେଉଁ ପିଲାମାନେ ପ୍ରଥମ ଥର ବିଦ୍ୟା ଆରମ୍ଭ କରିବାକୁ ଯାଆନ୍ତି ସେମାନଙ୍କୁ ବସନ୍ତପଞ୍ଚମୀ ଦିନ ଖଦି ଛୁଅଁ କରାଯାଇଥାଏ l
ଶାସ୍ତ୍ରରେ ମାଘମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିକୁ ଶ୍ରୀପଞ୍ଚମୀ କୁହାଯାଏ, ଚଳିତବର୍ଷ ମାଘମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥି ଜାନୁଆରୀ ୨୨ ତାରିଖ ୨୦୨୬ ରାତି ୨ଟା ୨୮ ମିନିଟ ରେ ଆରମ୍ଭ ହେବ, ଏବଂ ଏହି ତିଥିର ସମାପ୍ତି ଜାନୁଆରୀ ୨୩ ରାତି ୧ଟା ୪୬ ମିନିଟ ରେ ସମାପ୍ତ ହେବ, ମାନ୍ୟତା ଅନୁସାରେ ଚଳିତ ବର୍ଷ ସରସ୍ବତୀ ପୂଜା ୨୩ ତାରିଖ ଶୁକ୍ରବାର ରେ ପାଳିତ ହେବ, ଏବଂ କଳସ ସ୍ଥାପନା ଓ ପୂଜା ପାଇଁ ଶୁଭ ସମୟ ରହିବ ସକାଳ ୭ଟା ୨୫ ମିନିଟ ରୁ ମଧ୍ୟାହ୍ନ ୧୨ଟା ୫୮ ମିନିଟ l
– ସରସ୍ବତୀ ପୂଜାରେ ପିଲାଙ୍କ ଖଡ଼ିଛୁଅଁ ପାଇଁ ମା ସରସ୍ବତୀଙ୍କ ନିକଟରେ ଗୋଟିଏ ହଳଦିଆ ପୁଷ୍ପ ରେ ସିନ୍ଦୁର, ହଳଦୀ ଲଗାଇ ସାମାନ୍ୟ ଚାଉଳ ଦେଇ ଅର୍ପଣ କରି ଖଡ଼ିଛୁଆ ଆରମ୍ଭ କରନ୍ତୁ l ବିଦ୍ୟା ଆରମ୍ଭ ପାଇଁ ଏହିଦିନ ଖୁବ ଶୁଭ l
– ସରସ୍ବତୀ ପୂଜା ଦିନ ମା ବାକ ଦେବୀଙ୍କୁ ପୁଷ୍ପାଞ୍ଜଳି ସମୟରେ ଫୁଲ ସହିତ ଦୁବ , ହଳଦୀ ଓ ଚାଉଳ ପୁଷ୍ପାଞ୍ଜଳି ରେ ଅର୍ପଣ କରନ୍ତୁ l ଏହାଦ୍ୱାରା ମାଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିଥିବ l
– ସରସ୍ବତୀ ପୂଜାରେ ଲେଖନୀ ପୂଜନ ର ଅନେକ ମହତ୍ୱ ରହିଛି, ତେଣୁ ନିଜ ଘରେ ମା ସରସ୍ବତୀଙ୍କ ନିକଟରେ ଲେଖନୀ ପୂଜନ କରିବା ଦ୍ୱାରା ଘରର ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ l
– ମାଙ୍କୁ ସରସ୍ବତୀ ପୂଜାରେ ପଦ୍ମ ଫୁଲ ଟିଏ ଅର୍ପଣ କରନ୍ତୁ , ମାଙ୍କର ପଦ୍ମ ଫୁଲ ଖୁବ ପ୍ରିୟ ଅଟେ, ମାଙ୍କ କୃପାରୁ ବର୍ଷ ସାରା କୃଷି କାର୍ଯ୍ୟ ସୁଚାରୁ ଭାବରେ ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l