ଆଉ ଅନ୍ତରୀକ୍ଷ ରେ ଉଡିବେନି ଅନ୍ତରୀକ୍ଷ ପରୀ , ଅନ୍ତରୀକ୍ଷରେ ୬୦୮ ଦିନ ବିତାଇ ରଚିଥିଲେ ରେକର୍ଡ, ଅନ୍ତରୀକ୍ଷ ଏଜେନ୍ସିକୁ ଦେଇଥିଲେ ୨୭ବର୍ଷ ସେବା , ନିଜ ଜୀବନକାଳରେ ୩ଟି ସ୍ପେସ ମିଶନରେ ପାଇଥିଲେ ସଫଳତା l
ସାରା ବିଶ୍ୱରେ ନିଜର ବୀରତ୍ୱ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଅନ୍ତରୀକ୍ଷ ପରୀ ସୁନିତା ଉଇଲିୟମ ନାସା ରୁ ସନ୍ୟାସ ନେଇ ଯାଇଛନ୍ତି, ସେ ଅନ୍ତରୀକ୍ଷ ଏଜେନ୍ସି ରେ ପାଖାପାଖି ୨୭ ବର୍ଷ ପର୍ଯ୍ୟନ୍ତ ନିଜ ସେବା ଦେଇଛନ୍ତି, ନାସା ପକ୍ଷରୁ ଅଫିସିଆଲି ଭାବରେ ୨୭ ଡିସେମ୍ବର ୨୦୨୫ ରୁ ଲାଗୁ ହୋଇ ଯାଇଥିଲା, ସୁନିତା ଉଇଲିଅମ ଙ୍କ ନେତୃତ୍ୱରେ ଅନ୍ତରୀକ୍ଷ ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାର ରେକର୍ଡ ସବୁବେଳେ ମନେରହିବେ l
ସୁନିତା ଉଇଲିୟମ ନିଜ କ୍ୟାରିଅର ରେ ସାମ୍ୱଦୟ ୩ଟି ବଡ଼ ମିଶନ ରେ ସଫଳତା ପାଇଛନ୍ତି, ସୁନିତା ଙ୍କ ଶେଷ ମିଶନ ସାରା ବିଶ୍ୱବାସୀ ଙ୍କର ମନେରହିବ ଯାହାକି ଜୁନ ୨୦୨୪ ରେ ଆରମ୍ଭ ହୋଇଥିଲା, ଏହି ମିଶନ ଛୋଟ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ୯ ମାସ ପର୍ଯ୍ୟନ୍ତ ଲମ୍ବା ରହିଥିଲା, ସୁନିତା ଉଇଲିୟମ ମାର୍ଚ୍ଚ ୨୦୨୫ ରେ ସୁରକ୍ଷିତ ଭାବରେ ପୃଥିବୀକୁ ଫେରିଥିଲେ l
ସୁନିତା ଉଇଲିୟମ ଭାରତର ଓହିଆ ରେ ଜନ୍ମିତ, କିନ୍ତୁ ସେ ଗୁଜୁରାଟ ସହିତ ଜଡିତ, ତାଙ୍କ ପିତା ଜଣେ ନ୍ୟୁରୋଏନଟୋମିଷ୍ଟ ଥିଲେ l ସୁନିତା ଭାରତୀୟ ବଂଶଉଦ୍ଧବ ହୋଇଥିବାରୁ ଗର୍ବିତ ଅନୁଭବ କରୁଥିଲେ l ସେ ନିଜ କ୍ୟାରିଅର ରେ ୯ ଟି ସ୍ପେସ ୱାକ କରିଛନ୍ତି ଯେଉଁଥିରେ ସେ ସମୁଦାୟ ୬୨ ଘଣ୍ଟା ଓ ୬ ମିନିଟ ର ସମୟ ଅତିବାହିତ କରିଛନ୍ତି l ଏହା କୌଣସି ମହିଳା ଆଷ୍ଟ୍ରୋନଟ ଙ୍କ ଦ୍ୱାରା ସ୍ପେସ ୱାକ ରେ ବିତାଇଥିବା ସର୍ବାଧିକ ସମୟ l ଏହାଛଡା ସେ ଗୋଟିଏ ଅଦ୍ଭୁତ ରେକର୍ଡ ର ଅଧିକାରିଣୀ ହୋଇଛନ୍ତି ଓ ସ୍ପେସ ରେ ମାରାଥନ ଦୌଡ଼ ରେ ଦୁନିଆର ପ୍ରଥମ ବ୍ୟକ୍ତି l
ସୁନିତା କେବଳ ଅନ୍ତରୀକ୍ଷରେ ସୀମିତ ନଥିଲେ , ସେ NEEMO ପୋଗ୍ରାମ ଜରିଆରେ ୯ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହି ଟ୍ରେନିଂ ନେଇଥିଲେ, ଅବସର ନେବା ପୂର୍ବରୁ ସେ ଚନ୍ଦ୍ର ପୃଷ୍ଠରେ ଯାତ୍ରୀ ମାନଙ୍କ ଅବତରଣ ପାଇଁ ହେଲିକପ୍ଟର ଟ୍ରେନିଂ ପୋଗ୍ରାମ ରେ ନିଜର ଭୂମିକା ରଖିଥିଲେ, ସେ ରୁଷ ର ଷ୍ଟାର ସିଟି ରେ ଅପରେସନ ଡ଼ାଇରେକ୍ଟର ଭାବରେ ମଧ୍ୟ କାମ କରିଛନ୍ତି l
ସୁନିତା ଉଇଲିଅମ ନିକଟରୁ ଏହା ଶିଖିବାକୁ ମିଳିଛି ଯେ ପରିଶ୍ରମ ଓ ଆତ୍ମବିଶ୍ୱାସ ଦ୍ୱାରା ଯେକୌଣସି ଅସୁବିଧା କୁ ଦୂର କରାଯାଇ ପାରିବ l
ସୌଜନ୍ୟ – Z ନିୟୁଜ l