ବର୍ତମାନ ଗ୍ରୀନଲ୍ୟାଣ୍ଡ ବିବାଦ ଯେତିକି ତେଜୁଛି ଫ୍ରାନ୍ସ ଓ ଆମେରିକାର ବିବାଦ ମଧ୍ୟ ସେତିକି ତେଜୁଛି, ଉଭୟ ଦେଶ ବର୍ତମାନ ଆଉଥରେ ରାଜନୀତି ଓ କୂଟନୀତି ଉତେଜନାକୁ ନେଇ ସମ୍ନାସାମ୍ନି ହୋଇଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଫ୍ରାନ୍ସ କୁ ଖୋଲା ଚେତାବନୀ ଦେଇ କହିଛନ୍ତି ଯେ ସେ ଫ୍ରାନ୍ସିସି ୱାଇନ ଓ ସାମ୍ପେନ ଉପରେ ୨୦୦ ପ୍ରତିଶତ ଟାରିଫ ଲଗାଇ ପାରିବେ, ଟ୍ରମ୍ପଙ୍କ ର ଏହି ଅସନ୍ତୋଷ ଫ୍ରାନ୍ସ ର ଗୋଟିଏ ଏଭଳି ନିଷ୍ପତି ପରେ ସାମ୍ନାକୁ ଆସିଛି , ଯେଉଁଥିରେ ଫ୍ରାନ୍ସ ଟ୍ରମ୍ପ ଙ୍କ ପ୍ରସ୍ତାବିତ ବୋର୍ଡ ଅଫ ପୀସ ରେ ସାମିଲ ହେବାକୁ ମନାକରିଛି l
ବୋର୍ଡ ଅଫ ପୀସ କଣ –
ବୋର୍ଡ ଅଫ ପୀସ କୁ ନେଇ ଟ୍ରମ୍ପ ପ୍ରଶାସନ ଦାବି କରିଛି ଯେ ଏହାର ଉଦେଶ୍ୟ ହେଲା ଯୁଦ୍ଧ ପ୍ରଭାବିତ ଅଞ୍ଚଳ, ବିଶେଷ ଭାବରେ ଗାଜା ର ପୁନଃନିର୍ମାଣ ଓ ଶାନ୍ତି ପ୍ରକ୍ରିୟା ର ଦେଖା ଚାହାଁ କରିବା l କିନ୍ତୁ ଫ୍ରାନ୍ସ କହିଛି ଯେ ଏହି ନିୟମ ର ସୀମା କେବଳ ସେତିକି ରେ ସୀମିତ ନୁହେଁ l ଏହା ଫ୍ରାନ୍ସ ର ବିଦେଶ ନୀତି ସହିତ ମେଳ ଖାଉନାହିଁ l
ଟ୍ରମ୍ପ ଧମକ ଦେଇଛନ୍ତି ଯେ ମୁଁ ଫ୍ରାନ୍ସ ର ୱାଇନ ଓ ସାଂପେନ ଉପରେ ୨୦୦ ପ୍ରତିଶତ ଟାରିଫ ଲଗାଇବି l ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ମାହୋଲ ଗରମ ହୋଇ ଯାଇଛି l ଏହି ପୁରା ମାମଲା ରେ ଫ୍ରାନ୍ସ ଗ୍ରୀନ ଲ୍ୟାଣ୍ଡ କୁ ନେଇ ଆମେରିକାର ବିଦେଶ ନୀତି ର ନେଇ ମଜାକ ଉଡାଇଛି l ଫ୍ରାନ୍ସ ରାଷ୍ଟ୍ରପତି ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଟାରିଫ ଧମକ ଅସ୍ବୀକାର୍ଯ୍ୟ ଓ ବେଅସର , ଫ୍ରାନ୍ସ କହିଛି ଯେ କୌଣସି ଦେଶର ବିଦେଶ ନୀତି କୁ ପ୍ରଭାବିତ କରିବା ପାଇଁ ଆର୍ଥିକ ଚାପ ପକାଇବା ଠିକ ନୁହେଁ l