Odisha news

ମଦ୍ୟପାନ ନକରି ମଧ୍ୟ କାହିଁକି ଭାରତୀୟଙ୍କ ମଧ୍ୟରେ ବୃଦ୍ଧି ପାଉଛି ଫ୍ୟାଟି ଲିଭର ସମସ୍ୟା

0

ଭାରତରେ ଗତକିଛି ବର୍ଷ ହେଲା ଫ୍ୟାଟି ଲିଭର ସମସ୍ୟା ବୃଦ୍ଧି ପାଉଛି, ଫ୍ୟାଟି ଲିଭର ମାମଲାରେ ଭାରତ ଦୁନିଆର ତୃତୀୟ ଦେଶ, ଯାହାକି ଗୋଟିଏ ଭୟଙ୍କର ସୂଚନା, ବିଶେଷ ଭାବରେ ଫ୍ୟାଟି ଲିଭର ସମସ୍ୟାର ମୁଖ୍ୟ କାରଣ ଆମେ ମଦ୍ୟପାନ ବୋଲି ଭାବିଥାଉ, କିନ୍ତୁ ବର୍ତମାନ ଫ୍ୟାଟି ଲିଭର ପାଇଁ ମୋଟାପା, ମଧୁମେହ ଓ ମର୍ଡନ ଲାଇଫ ଷ୍ଟାଇଲ ମୁଖ୍ୟ କାରଣ ବୋଲି କୁହାଯାଉଛି, ଯାହାକି ଭାରତରେ ଦ୍ରୁତ ଗତିରେ ବୃଦ୍ଧିପାଉଛି l

ଫ୍ୟାଟି ଲିଭର ଏୖଛି ଭୟାବହ ରୂପ –
ନନ -ଆଲକୋହଲିକ ଫ୍ୟାଟି ଲିଭର ଡିଜିଜ ଯାହାକି ବର୍ତମାନ ମେଟାବୋଲିକ ଡ଼ିସଫଙ୍କସନ – ଆସୋସିଏଟେଡ଼ ଷ୍ଟିଟୋଟିକ୍ ଲିଭର ଡିଜିଜ ନାମରେ ଜଣାଶୁଣା, ଯାହାକି ଦ୍ରୁତ ଗତିରେ ଭାରତୀୟଙ୍କ ମଧ୍ୟରେ ବୃଦ୍ଧି ପାଉଛି, ଜର୍ଣ୍ଣାଲ ଅଫ ଦି ଆମେରିକାନ ମେଡିକାଲ ଆସୋସିଏସନ ରେ ପବ୍ଲିସ ଗୋଟିଏ ଷ୍ଟଡି ଅନୁସାରେ ବିନା ମଦ୍ୟପାନ ରେ ଫ୍ୟାଟି ଲିଭର ସମସ୍ୟା ଦୁନିଆର ସବୁଠୁ ସାଧାରଣ କ୍ରନିକ ରୋଗ ହୋଇସାରିଛି, ଯାହାକି ବର୍ତମାନ ୩୦-୪୦ ପ୍ରତିଶତ ବ୍ୟକ୍ତି ଙ୍କୁ ପ୍ରଭାବିତ କରୁଛି, ଯାହାର ମୁଖ୍ୟ କାରଣ ପେଟର ମୋଟାପା l

ଗବେଷଣାରେ କୁହାଯାଇଛି ଯେ ଟାଇପ 2 ମଧୁମେହ ରୋଗୀ ୬୦ -୭୦ ପ୍ରତିଶତ ଲୋକେ ରହିଛନ୍ତି, ଏବଂ ମୋଟାପା ପୀଡିତ ଲୋକେ ୭୦ -୮୦ ପ୍ରତିଶତ ରହିଛନ୍ତି , ଯାହାଦ୍ୱାରା ଫ୍ୟାଟି ଲିଭର ସମସ୍ୟା ଅଧିକ ବୃଦ୍ଧି ପାଉଛି l

ମଧୁମେହ ଓ ମୋଟାପା ବ୍ୟତୀତ ଏହି ରୋଗ ହାଇ କୋଲେଷ୍ଟ୍ରଲ, ହାଇପରଟେନ୍ସନ , କରୋନାରୀ ଆର୍ତ୍ତରି ଡିଜିଜ ଓ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଲିଭର କ୍ୟାନ୍ସର ର କାରଣ ହେଉଛି l

ଅଧ୍ୟୟନ ଅନୁସାରେ ମହିଳାଙ୍କ ତୁଳନାରେ ପୁରୁଷ ମାନେ ଅଧିକ ଫ୍ୟାଟି ଲିଭର ସମସ୍ୟାରେ ପୀଡିତ ହେଉଛନ୍ତି, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ ଯଦି ଭାରତୀୟ ଙ୍କ ମଧ୍ୟରେ ଓଵେଶୀଟି ବୃଦ୍ଧି ହେଉଥିବ ତେବେ ଭାରତ ଫ୍ୟାଟି ଲିଭର ସମସ୍ୟା ରେ ସବୁଠୁ ଉପରେ ରହିବ l

Leave A Reply