ହଁ ଆଜ୍ଞା ବର୍ତମାନ ଗ୍ରୀନଲ୍ୟାଣ୍ଡ ର ବାହାର ପାର୍ଶ୍ଵର ବିପଦ କୁ ଆକ୍ଷି ଆଗରେ ରଖି ନାଟୋ ଦେଶ ଆକ୍ଟିଭ ମୋଡ଼ ରେ ଆସି ଯାଇଛନ୍ତି, ଗ୍ରୀନଲ୍ୟାଣ୍ଡ ଗୋଟିଏ ସ୍ୱାୟତ୍ତ ଶାସିତ ଅଞ୍ଚଳ, ଯାହା ରହିଛି ଡେ଼ନମାର୍କ ଅଧୀନରେ, ବର୍ତମାନ ଡେ଼ନମାର୍କ ସହିତ ୬ ନାଟୋ ଦେଶ ସେନା ମୁତୟନ କଲେଣି, ହଁ ସେହି ଦେଶ ମାନଙ୍କ ମଧ୍ୟରେ ସ୍ୱିଡ଼େନ, ନରୱେ , ଜର୍ମାନୀ, ଫ୍ରାନ୍ସ, ନେଦରଲ୍ୟାଣ୍ଡ ଓ କାନାଡ଼ା ସାମିଲ ରହିଛନ୍ତି l
ଟ୍ରମ୍ପ ଆମେରିକାର ସୁରକ୍ଷାର ଦ୍ୱାହି ଦେଇ ଗ୍ରୀନ ଲ୍ୟାଣ୍ଡ କୁ କବ୍ଜା କରିବାକୁ ଧମକ ଦେଇଥିଲେ, ଏହା ସହିତ ସେ କହିଥିଲେ ରୁଷ ଓ ଚୀନ ଗ୍ରୀନ ଲ୍ୟାଣ୍ଡ ର ଫାଇଦା ଉଠାଇବାକୁ ଚାହୁଁଛନ୍ତି, କିନ୍ତୁ ବର୍ତମାନ ଡେ଼ନମାର୍କ ଓ ଗ୍ରୀନଲ୍ୟାଣ୍ଡ ନିଜ ସହଯୋଗୀ ଦେଶ ଙ୍କ ସହିତ ମିଶି ସୈନ୍ୟ ମୁତୟନ ବଢ଼ାଇଦେଇଛନ୍ତି l ଏଥିରେ ସବୁଠୁ ପ୍ରଥମ ଯୋଗଦାନ ସ୍ୱିଡ଼େନ ପକ୍ଷରୁ ହୋଇଛି, ସ୍ୱିଡ଼େନ ଡେ଼ନମାର୍କ ପକ୍ଷରୁ ଅନୁରୋଧ ପରେ ଗ୍ରୀନଲ୍ୟାଣ୍ଡ ରେ ସୈନ୍ୟ ମୁତୟନ କରିଛି l
ଏହାପରେ ନରୱେ ରକ୍ଷାମନ୍ତ୍ରୀ ଗ୍ରୀନଲ୍ୟାଣ୍ଡ ରେ ସୈନ୍ୟ ମତ୍ୟଂ କରିଥିଲେ ଓ କହିଥିଲେ ଯେ ଗ୍ରୀନଲ୍ୟାଣ୍ଡ ର ସୁରକ୍ଷା ପାଇଁ ନାଟୋ ଦେଶ ନିଜ ମଧ୍ୟରେ ଚର୍ଚା ଜାରି ରଖିଛନ୍ତି, ଏହାପରେ ଜର୍ମାନ ସରକାର ମଧ୍ୟ ଗ୍ରୀନଲ୍ୟାଣ୍ଡ ସୈନ୍ୟ ପଠାଇଛନ୍ତି, ଏବଂ କହିଛନ୍ତି ଯେ ଗ୍ରୀନଲ୍ୟାଣ୍ଡ ସୀମାରେ ବର୍ତମାନ ଗ୍ରୀନଲ୍ୟାଣ୍ଡ ସହିତ ମିଶି ୬ ନାଟୋ ଦେଶ ସମରାଭ୍ୟାସ କରିବେ ଏବଂ ଏହା ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ଚାଲିବ l ଯାହାର ମୁଖ୍ୟ ଉଦେଶ୍ୟ ହେଉଛି କ୍ଷେତ୍ର ର ସୁରକ୍ଷା ମଜବୁତ କରିବା l ଏହାପରେ ଫ୍ରାନ୍ସ ନିଜ ସୈନ୍ୟଙ୍କୁ ଗ୍ରୀନଲ୍ୟାଣ୍ଡ ପଠାଇଛି ଏବଂ କହିଛି ଯେ ସହଯୋଗୀ ଦେଶ ଙ୍କ ସହିତ ସମରାଭ୍ୟାସ କରିବା ଜରୁରୀ ଅଟେ l
କିନ୍ତୁ ସବୁଠୁ ଜରୁରୀ ହେଉଛି ଏହି ମିଳିତ ସମରାଭ୍ୟାସ ର ମୁଖ୍ୟ ଉଦେଶ୍ୟ କଣ ରହିଛି ତାହା ଜରୁରୀ, ଗୋଟିଏ ପକ୍ଷରେ ନାଟୋ ସହଯୋଗୀ ଦେଶ ଦେଖାଉଛନ୍ତି ଯେ ଏହା ଗୋଟିଏ ମିଳିତ ସମରାଭ୍ୟାସ ଓ ଟ୍ରମ୍ପ ଯଦି ରୁଷ ଓ ଚୀନ କୁ ଡରି ଗ୍ରୀନଲ୍ୟାଣ୍ଡ କବ୍ଜା କରିବାକୁ ଚାହୁଁଛନ୍ତି ତେବେ ଏହା ଗୋଟିଏ ଭଲ ସମାଧାନ, ଅନ୍ୟପକ୍ଷରେ ଗ୍ରୀନଲ୍ୟାଣ୍ଡ ରେ ୟୁରୋପୀୟ ଓ କାନାଡ଼ା ସୈନ୍ୟଙ୍କ ମୁତୟନ ଟ୍ରମ୍ପ ପ୍ରଶାସନକୁ ଚିନ୍ତାରେ ପକାଇଛି , କଣ ଗ୍ରୀନଲ୍ୟାଣ୍ଡ କୁ କବ୍ଜା କରିବା ପାଇଁ ସବୁଠୁ ପୁରୁଣା ସହଯୋଗୀଙ୍କ ସହିତ ଯୁଦ୍ଧକୁ ଓଲ୍ହାଇବ ?
ଗୋଟିଏ ପଟରେ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଅଧିକାର କରିବା ପାଇଁ ନାଟୋ ଦେଶ ଙ୍କ ସହଯୋଗ ଚାହୁଁଥିବା ବେଳେ ଅନ୍ୟ ପଟରେ ନାଟୋ ଦେଶ ଗ୍ରୀନଲ୍ୟାଣ୍ଡ ରେ ମିଳିତ ସମରାଭ୍ୟାସ ଜାରି ରଖିଛନ୍ତି l ଏଠାରେ ଦେଖିବାକୁ ରହିଲା ଯେ ବର୍ତମାନ ଆମେରିକା ନାଟୋ ଦେଶ ଙ୍କ ସହିତ ସାଲିସ କରିବ ନା ଯୁଦ୍ଧ କରିବ l