ଦ୍ଵିତୀୟଥର ଟ୍ରମ୍ପ ଶାସନ ସମ୍ଭାଳିବା ପରେ ସର୍ଜିୟୋ ଗୋରଙ୍କୁ ଭାରତରେ ଆମେରିକାର ନୂଆ ରାଜଦୂତ ନିଯୁକ୍ତ କରିଛନ୍ତି, ୨୨ ଅଗଷ୍ଟ ରେ ଏହା ଟ୍ରମ୍ପ ଘୋଷଣା କରିଥିଲେ, ଏହି ନୁଯୁକ୍ତି ସହିତ ସର୍ଜିୟୋ ଗୋର ଙ୍କୁ ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ଆମେରିକା ର ବିଶେଷ ଦୂତ ମଧ୍ୟ କରାଯାଇଛି l
ଆମେରିକା ସିନେଟ ଦ୍ୱାରା ଅକ୍ଟୋବର ୨୦୨୫ ରେ ମଞ୍ଜୁରୀ ମିଳିଥିଲା ଓ ୧୧ ନଭେମ୍ବର କୁ ଶପଥ ନେବା ପରେ ସର୍ଜିୟୋ ଗୋର ବର୍ତମାନ ଭାରତରେ କାର୍ଯ୍ୟଭାର ସମ୍ଭାଳିବା ପାଇଁ ଦିଲ୍ଲୀରେ ପହଂଚି ସାରିଛନ୍ତି l ସେ ଜାନୁଆରୀ ୧୨ ରେ ଔପଚାରିକ ଭାବରେ ଭାରତରେ ଆମେରିକାର ରାଜଦୂତ ପଦବୀ ଗ୍ରହଣ କରିବେ l ଭାରତରେ ପହଂଚିବା ପରେ ସର୍ଜିୟୋ ଗୋର ନିଜ X ହ୍ୟାଣ୍ଡେଲ ରେ ଲେଖିଥିଲେ ‘ ଭାରତ ଫେରି ଖୁବ ଖୁସି ଲାଗୁଚି, ଉଭୟ ଦେଶ ପାଇଁ ଏହା ଗୋଟିଏ ଅବିଶ୍ୱାସନୀୟ ସୁନ୍ଦର ଅବସର ହେବ ‘ l
ଅକ୍ଟୋବର ୨୦୨୫ ରେ ସର୍ଜିୟୋ ଗୋର ଭାରତ ଆସିଥିଲେ ଓ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଦେଶମନ୍ତ୍ରୀ ଏସ. ଜୟଶଙ୍କର ଙ୍କୁ ସାକ୍ଷାତ କରିଥିଲେ l ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସହିତ ସାକ୍ଷାତ କରିବା ପରେ ଲେଖିଥିଲେ ‘ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସାକ୍ଷାତ କରିବା ସମ୍ମାନର କଥା, ଆସୁଥିବା ସମୟରେ ଭାରତ ସହିତ ଆମର ସମ୍ପର୍କ ଖୁବ ସୁନ୍ଦର ରହିବ l
ସର୍ଜିୟୋ ଗୋର ଏଭଳି ସମୟରେ ଭାରତରେ ନିଜର ଦାୟିତ୍ୱ ସମ୍ଭାଳୁଛନ୍ତି , ଯେତେବେଳେ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟ ରାଜିନାମା କୁ ନେଇ ଚର୍ଚା ଜାରିରହିଛି, ଏହି ଟ୍ରେଡ଼ ଡିଲ ରେ ରେ ସମସ୍ତଙ୍କର ନଜର ରହିଛି, ଗତବର୍ଷ ଅକ୍ଟୋବର ରେ ଉଭୟ ଦେଶ ମଧ୍ୟରେ କଥାବାର୍ତା ଜାରି ରହିଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ଖୋଲିନାହିଁ l
ସର୍ଜିୟୋ ଗୋର କିଏ ?
ସର୍ଜିୟୋ ଗୋରରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କର ଅତି ଖାସ ଅଟନ୍ତି, ଭାରତରେ ରାଜଦୂତ ହେବା ପୂର୍ବରୁ ଏହା ଟ୍ରମ୍ପ ପ୍ରଶାସନ ରେ ହେଡ଼ ଅଫ ପ୍ରେସିଡେନ୍ସିଆଲ ପର୍ଶନଲ ଆପଏଣ୍ଟମେଣ୍ଟସ ପଦବୀରେ କାର୍ଯ୍ୟରତ ଥିଲେ, ଆମେରିକାରେ ସର୍ଜିୟୋ ଗୋର ଙ୍କୁ ଟ୍ରମ୍ପଙ୍କର ଡାହାଣ ହାତ ବୋଲି କୁହାଯାଇଥାଏ l ଯେତେବେଳେ ଟ୍ରମ୍ପ ଗୋର ଙ୍କୁ ନିଯୁକ୍ତି ର ଘୋଷଣା କରିଥିଲେ, ସେତେବେଳେ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଲେଖିଥିଲେ ‘ ସର୍ଜିୟୋ ଗୋର ମୋର ଜଣେ ଖୁବ ଭଲ ବନ୍ଧୁ, ସେ ଅନେକ ଦିନରୁ ମୋ ସହିତ କାର୍ଯ୍ୟ କରୁଛନ୍ତି, ସେ ମୋର ଐତିହାସିକ ମତଦାନ ଅଭିଯାନ ରେ କାମ କରିଛନ୍ତି ଓ ମୋର ସବୁଠୁ ଅଧିକ ବିକ୍ରି ପୁସ୍ତକ ରେ ପ୍ରକାଶିତ କରିଛନ୍ତି, ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ଏଭଳି ବ୍ୟକ୍ତିଙ୍କ ଆବଶ୍ୟକ ଥିଲା, ଏବଂ ମୁଁ ତାଙ୍କ ଉପରେ ଭରସା କରୁଛି, ସର୍ଜିୟୋ ଗୋର ଜଣେ ଉନ୍ନତ ରାଜଦୂତ ହେବେ ‘ l