Odisha news

ପଶ୍ଚିମବଙ୍ଗ ରାଷ୍ଟ୍ରପତି ଶାସନ ଆଡକୁ ଅଗ୍ରସର !

0

ବର୍ତମାନ ଦେଶ ସରଗରମ ପଶ୍ଚିମବଙ୍ଗ ରାଜନୀତିକୁ ନେଇ, ଜାନୁଆରୀ ୮ତାରିଖ ୨୦୨୬ ରେ ପ୍ରବର୍ତନ ନିର୍ଦେଶାଳୟ ଅର୍ଥାତ ED ଓ ଇନକମ ଟ୍ୟାକ୍ସ ଦ୍ୱାରା ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି କୁ କୋଲକାତା ଅଫିସ ଓ ତାର ମୁଖ୍ୟ ପ୍ରତୀକ ଜୈନ ଙ୍କ ଘରେ ଚଢ଼ାଉ ହୋଇଥିଲା, ମିଳିଥିବା ସୂଚନା ଅନୁସାରେ ଏହି ସଂସ୍ଥା ବିଭିନ୍ନ କାର୍ଯ୍ୟରେ ପଇସା ହେରଫେର କରୁଥିଲା, ଚଢ଼ାଉ ଖବର ଶୁଣି ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳ ରେ ପହଂଚିଥିଲେ, ଏବଂ ଇଡି ଅଧିକାରୀ ଙ୍କ ବିରୁଦ୍ଧରେ FIR ଦର୍ଜ କରିଥିଲେ l

ଇଡି ଅଧିକାରୀ ଜବତ କରିଥିବା କାଗଜପତ୍ର ଓ ହାର୍ଡ ଡିସ୍କ କୁ ମମତା ନିଜ ସହିତ ନେଇ ଯାଇଥିଲେ, ଏବଂ ଆରୋପ ଲଗାଇଥିଲେ ଯେ ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି ଉପରେ ଚଢ଼ଉକରି ପଶ୍ଚିମବଙ୍ଗ ସରକାରଙ୍କର ରାଜନୀତି ରଣନୀତି କୁ କେନ୍ଦ୍ର ସରକାର ଜାଣିବାକୁ ଚେଷ୍ଟା କରୁଥିଲେ l ମମତା ବାନାର୍ଜୀ ଙ୍କର ED ଉପରେ କାର୍ଯ୍ୟାନୁଷ୍ଠାନ ବିପକ୍ଷ କୁ ଖୋରାକ ଯୋଗାଇଛି , ଭାଜପା ର ସଂଘୀୟ ଏଜେନ୍ସି ଏହାକୁ କାର୍ଯ୍ୟରେ ବାଧା ଦେବା ଦର୍ଶାଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି l

ଏହି ଘଟଣା ଏଭଳି ସମୟରେ ଘଟିଛି ଯେତେବେଳେ ପଶ୍ଚିମବଙ୍ଗ ରେ ବିଧାନସଭା ମତଦାନ ଆଗକୁ ହେବାକୁ ଅଛି, ଏବଂ ଭାଜପା ଓ TMC ମଧ୍ୟରେ କଡା ଟକର ହେବାକୁ ଯାଉଛି l କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ପଶ୍ଚିମବଙ୍ଗ ର ସ୍ଥିତି କଣ କେନ୍ଦ୍ର ର NDA ସରକାର କୁ ସୁଯୋଗ ଦେଉଛି ଯେ ରାଜ୍ୟରେ ଅନୁଛେଦ ୩୫୬ ଅନୁସାରେ ରାଷ୍ଟ୍ରପତି ଶାସନ ଲଗାଇ ମତଦାନ କରିବା l

Leave A Reply