ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ତୋଟାପଦର ଗ୍ରାମରେ ହଦଗଡ଼ ମଣ୍ଡଳ କୁମ୍ଭକାର ସମାଜ ର ନୂତନ ବର୍ଷର ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହଦଗଡ଼ ମଣ୍ଡଳ ର ସଭାପତି ମାନସ ରଞ୍ଜନ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଅତିଥି ଭାବେ ଜିଲ୍ଲା କୁମ୍ଭକାର ସମାଜ ର ସମ୍ପାଦକ ସୁବଳ ରଣା ଯୋଗ ଦେଇଥିବା ବେଳେ ମଣ୍ଡଳ ର ସମ୍ପାଦକ ବାବୁଲା ଦଳବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନୂତନ ବର୍ଷର ନୂତନ ଚିନ୍ତାଧାରା କୁ ନେଇ ଆଗକୁ ବଢ଼ିବା ପାଇଁ ମତ ଦେବାସହ ନିଜ ନିଜର ପୁଅ ଝିଅ ମାନଙ୍କୁ ଉଚ୍ଚ ଶିକ୍ଷିତ କରାଇବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକ ରେ ମଣ୍ଡଳ ର କୋଷାଧ୍ୟକ୍ଷ ଗୋକୁଳ ଚନ୍ଦ୍ର ବେହେରା ବାର୍ଷିକ ଆୟବ୍ୟୟ ବିଷୟ ରେ ଆଲୋଚନା କରିବା ସହ ଏକତା ରେ ସମସ୍ତେ ମିଳିମିଶି ଚଳିବା ପାଇଁ କହିଥିଲେ। ଉପ ସଭପତି ଆମ୍ବୁଜ ବେହେରା ତାଙ୍କ ଅଭିଭାଷଣରେ କହିଥିଲେ ଯେ ସମାଜ ଉନ୍ନତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଓ କର୍ମକର୍ତ୍ତା ମାନେ ପ୍ରତ୍ୟେକ ବୈଠକ କୁ ନିହାତି ଆସିବାକୁ କହିଥିବା ସହ ସମସ୍ତେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ସମ୍ପାଦକ କୁମ୍ଭାର ଜାତିକୁ ସରକାର ଅବହେଳିତ କରିଥିବାରୁ ତାଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଥିବା ବେଳେ ଏହି ଜାତି ଏକ ଆଦିମ ଅଧିବାସୀ ହୋଇଥିଲେ ମଧ୍ୟ ଆଶାନୁରୂପକ ସାମାଜିକ,ଅର୍ଥନୈତିକ ଉନ୍ନତି ହୋଇନଥିବା କହିଥିଲେ। ଏହା ସହିତ କୌଳିକ ବୃତ୍ତି ର ଉନ୍ନତି ପାଇଁ ଟେରାକୋଟା ତାଲିମ୍ ମାଧ୍ୟମରେ ସମସ୍ତ ଙ୍କୁ ତାଲିମ ର ବ୍ୟବସ୍ଥା କରାଯିବା କୁ ପ୍ରସ୍ତାବ ରଖିଥିଲେ। ଶେଷରେ ସଭାପତି କୁମ୍ଭାର ଜାତିର କୌଳିକ ବୃତ୍ତି କୁ ଛାଡି ଦାଦନ ଖଟିବାକୁ ଯାଇ ସେଠାରେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ସେଥିନିମନ୍ତେ ସରକାର ଆମ୍ଭ ସମସ୍ୟା କୁ ଗୁରୁତ୍ଵଦେଇ କାର୍ଯ୍ଯ କଲେ ମୌଳିକ ସୁବିଧା ମିଳି ପାରିବ ବୋଲି ଆଶା ରଖିଛନ୍ତି l ଜାତି ର ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରି ପରିଚାଳନା ରେ ସହଯୋଗ କରିଥିଲେ ।