ବଙ୍ଗଳାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜୀୟା ଙ୍କର ଡିସେମ୍ବର ୩୧ ତାରିଖରେ କବର ଦିଆଯିବ, ଏହି ଅବସରରେ ଅନେକ ଦେଶର ପ୍ରତିନିଧି ବଙ୍ଗଳାଦେଶ ପହଂଚି ଛନ୍ତି, ଭାରତ ପକ୍ଷରୁ ବିଦେଶମନ୍ତ୍ରୀ ଏସ. ଜୟଶଙ୍କର ଜୀୟା ଙ୍କର ଅନ୍ତିମ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଢ଼ାକାରେ ପହଂଚିଛନ୍ତି, ଏସ. ଜୟଶଙ୍କର ଏହି ସମୟରେ ଜୀୟା ଙ୍କ ପୁତ୍ର ତାରିକ ରହମାନ ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଶୋକ ପତ୍ର ଦେଇଛନ୍ତି l
ଶେଖ ହସିନା ଗାଦୀ ଛାଡିବା ପରେ ଜୟଶଙ୍କର ଙ୍କର ଏହା ପ୍ରଥମ ବଙ୍ଗଳାଦେଶ ଗସ୍ତ, ଯାହାକି ଉଭୟ ଦେଶ ମଧ୍ୟରେ ଚାଲିଥିବା ଉତେଜନା ମଧ୍ୟରେ ମୁଖ୍ୟ ଖବର , ଜୟଶଙ୍କର ଢାକା ପହଂଚିବା ପରେ ଜୀୟା ଙ୍କ ପୁତ୍ର ଓ ବିଏନପି ସୁପ୍ରିମୋ ତାରିକ ରହମାନ ଙ୍କୁ ଭେଟିଥିଲେ l ଜୟଶଙ୍କର ଖାଲିଦା ଜୀୟା ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଂଚି ଛନ୍ତି , ତାରିକ ରହମାନ ଙ୍କ ସହିତ ସାକ୍ଷାତ ସମୟରେ ତାଙ୍କ ଝିଅ ଜୟମା ରହମାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ, ଏହି ସାକ୍ଷାତ ସମୟରେ ତାରିକ ରହମାନ ଓ ଏସ. ଜୟଶଙ୍କର ଉଭୟ ହାତ ମିଳାଇଥିଲେ, ଯେଉଁ ସମୟରେ ଭାରତ- ବଙ୍ଗଳାଦେଶର ସମ୍ପର୍କ ଚରମ ରେ ରହିଛି ଠିକ ସେହି ସମୟରେ ବିଦେଶମନ୍ତ୍ରୀ ଙ୍କ ବଙ୍ଗଳାଦେଶ ଗସ୍ତ ଚର୍ଚାକୁ ଆସିଛି, ଅନ୍ୟପକ୍ଷରେ ପାକିସ୍ଥାନ ଉଭୟ ଦେଶ ଙ୍କ ସମ୍ପର୍କ ରେ ହସ୍ତକ୍ଷେପ କରି ବିଗାଡିବାକୁ ସମ୍ପୂର୍ଣ ଚେଷ୍ଟା ଚଳାଇଛି l
