ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ଖୁବ ଗୁରୁତ୍ୱପୂର୍ଣ ଅଟେ, ଯେତେବେଳେ କୌଣସି ଗ୍ରହ ଚଳନ ଆରମ୍ଭ କରିଥାଏ ଏହାର ପ୍ରଭାବ ସମସ୍ତ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ, ଏହି ଗୋଚର ଓ ପରିବର୍ତ୍ତନ ଆର୍ଥିକ, ସ୍ୱାସ୍ଥ୍ୟ, ଧନ ଓ କ୍ୟାରିଅର କ୍ଷେତ୍ରରେ ସବୁଠୁ ବଡ଼ ପରିବର୍ତ୍ତନ ଆଣିଥାଏ l
ଦ୍ରୀକ ପଞ୍ଚାଙ୍ଗ ଅନୁସାରେ ନୂଆ ବର୍ଷ ୨୦୨୬ ର ପ୍ରଥମ ମାସ ଅନେକ ଗୁଡିଏ ସଂଯୋଗ ରହିବ, ଜାନୁଆରୀ ୧୦ ୨୦୨୬ ରେ ଦେବଗୁରୁ ବୃହସ୍ପତି ଓ ସୂର୍ଯ୍ୟଦେବ ୧୮୦ ଡିଗ୍ରୀ ସ୍ଥିତିରେ ରହିବେ ଓ ଏହାଦ୍ୱାରା ପ୍ରତିଯୁଟି ଯୋଗ ନିର୍ମାଣ ହେବ l
ଜ୍ୟୋତିଷ ଶାସ୍ତ୍ରରେ ପ୍ରତିଯୁତି ଯୋଗ ଖୁବ ଶୁଭ ଓ ବିଶେଷ ଅଟେ, ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗୁରୁ-ସୂର୍ଯ୍ୟ ଙ୍କ ମିତ୍ରତା ଖୁବ ଗଭୀର ଅଟେ, ଏବଂ ଏହାର ଯୁତି ସମସ୍ତ ରାଶି ପାଇଁ ଶୁଭ ଅଟେ l
– ମେଷ ରାଶିର ବ୍ୟକ୍ତି ଙ୍କ ପାଇଁ ପ୍ରତିଯୁଟି ଯୋଗ କ୍ୟାରିଅର ରେ ଆଗକୁ ଯିବାକୁ ସୁଯୋଗ ଦେବ, ଚାକିରୀ କ୍ଷେତ୍ରରେ ସଫଳତା ପାଇବେ, ପ୍ରମୋସନ ଓ ଇନ୍କ୍ରିମିମେଣ୍ଟ ର ସୁବିଧା ଲାଭ ହେବ l ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ନୂଆ ଡୀଲ ମିଳିବ l
– ସିଂହ ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ୨୦୨୬ ର ପ୍ରତିଯୁଟି ଯୋଗ ପ୍ରଭାବରେ ପଜିଟିଭ ରହିବ, କାର୍ଯ୍ୟକ୍ଷେତ୍ର ରେ ଛବି ମଜବୁତ ରହିବ, ଯେଉଁମାନେ ରାଜନୀତି କିମ୍ବା ପ୍ରଶାସନ ସହିତ ଜଡିତ ସେମାନଙ୍କୁ ବିଶେଷ ସଫଳତା ମିଳିବ l
– ତୁଳା ରାଶିର ଵ୍ୟାକୟୀଙ୍କ ପାଇଁ ପ୍ରତିଯୁଟି ଯୋଗ ଭାଗ୍ୟ ଚମକି ଦେବ, ଅଟକିଥିବା ଥିବା ପଇସା ଫେରି ପାଇବେ, କ୍ୟାରିଅର କୁ ନେଇ ନିଆଯାଇଥିବା ନିଷ୍ପତି ରେ ସଫଳତା ପାଇବେ l
– ଧନୁ ରାଶିର ବ୍ୟକ୍ତି ଏହି ଯୋଗରେ ମାନସିକ ଓ ଆର୍ଥିକ ଦିଗରେ ସଫଳତା ପାଇବେ, ଦୀର୍ଘ ଦିନରୁ ଚାଲିଥିବା ଅସୁବିଧା ଦୂର ହେବ, ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ବଢିବ ଓ ମନ ଶାନ୍ତ ରହିବ l
– କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଗୁରୁ-ସୂର୍ଯ୍ୟ ଙ୍କ ଯୋଗ ଖୁବ ଶୁଭ ରହିବ, ଚାକିରୀ କ୍ଷେତ୍ରରେ ସଫଳତା ଓ ପ୍ରଶଂସା ମିଳିବ, ଶିକ୍ଷା କ୍ଷେତ୍ର ରେ ପ୍ରଶଂସା ପାଇବେ ଓ କ୍ୟାରିଅର ରେ ଉନ୍ନତି ହେବ l
