Odisha news

ଠାକରେ ବ୍ରଦର୍ସ ଙ୍କର ନୂଆ ଇନିଂସ , ଟାର୍ଗେଟ ରେ ବିଜେପି

0
ଆରମ୍ଭ ହେଲା ଠାକରେ ବ୍ରଦର୍ସଙ୍କ ନୂଆ ଇନିଂସ , ୨୦ ବର୍ଷର ଶତ୍ରୁତା ପରିଣତ ହେଲା ମିତ୍ରତାରେ, ଗଠବନ୍ଧନ ର ଡୀଲସ ହୋଇଛି ଫାଇନାଲ, ଟାର୍ଗେଟରେ ରହିଛି ବିଜେପି ର ପତନ,  ମହାରାଷ୍ଟ୍ର ରାଜନୀତିରେ ଆରମ୍ଭ ହେବକି ନୂଆ ଅଧ୍ୟାୟ ?ମହାରାଷ୍ଟ୍ର ରାଜନୀତି ରେ ଆରମ୍ଭ ହେବାକୁ ଯାଉଛି ନୂଆ ଇନିଂସ ,  ଠାକରେ ବ୍ରଦର୍ସ ଏକାଠି ହୋଇ ଓଲ୍ହାଇଲେ ରାଜନୀତି ମୈଦାନ କୁ l  ବିଏମସି ସମେତ ଅନ୍ୟ ନଗର ନିଗମ ମତଦାନ ପାଇଁ ଗଠବନ୍ଦନ ଡୀଲ ଫାଇନାଲ ହୋଇ ଯାଇଛି ଠାକରେ ବ୍ରଦର୍ସ୍ ଙ୍କ ମଧ୍ୟରେ , ଦିର୍ଘ ୨୦ ବର୍ଷ ପରେ ଠାକରେ ବ୍ରଦର୍ସ ଏକ ସାଙ୍ଗରେ ରାଜନୀତି ମୈଦାନ କୁ ଓଲ୍ହାଇବେ, ବୁଧବାର ଦିନ ରାଜ ଠାକରେ ଓ ଉଦ୍ଧବ ଠାକରେ ମିଳିତ ଭାବରେ ପ୍ରେସ କର୍ଣ୍ଣଫରେନ୍ସ କରି ନିଜର ଗଠବନ୍ଧନ ର ଘୋଷଣା କରିଛନ୍ତି, ଠାକରେ ବ୍ରଦର୍ସ ଙ୍କ ମୁଖ୍ୟ ଟାର୍ଗେଟ ରେ ରହିଛି ବିଜେପି  l

ମହାରାଷ୍ଟ୍ରର ରାଜନୀତିରେ ଦୀର୍ଘ  ୨୦ ବର୍ଷ ପରେ ଆଉଥରେ ଠାକରେ ବ୍ରଦର୍ସ ଏକାଠି ଦେଖିବାକୁ ମିଳିବ ରାଜନୀତି ମୈଦାନ ରେ, ମିଳିତ ଭାବରେ ଲଢ଼ିବେ ବିଏମସି  ଇଲେକ୍ସନ, କାହିଁକିନା ଏହା ତାଙ୍କ ପାଇଁ ଗୋଟିଏ ବଡ଼ ଆହ୍ୱାନ ଭାବରେ ଠିଆ ହୋଇଛି l

ଉଦ୍ଧବ ଠାକରେ ଓ ରାଜ ଠାକରେ ବିଜେପି କୁ ଆକ୍ଷେପ କରି କହିଛନ୍ତି ଯେ ଆମ ଉଭୟଙ୍କ ଚିନ୍ତାଧାରା ଗୋଟିଏ, ଆମକୁ ମରାଠୀ ମାନଙ୍କ ସଂଘର୍ଷ, ତାଙ୍କର ବଳିଦାନ ଆଜି ମଧ୍ୟ ମନେରହିଛି, ଉଦ୍ଧବ ଠାକରେ କହିଥିଲେ ଆଜି ଆମେ ଦୁଇଭାଇ ଏକାଠି ହୋଇ ଠିଆ ହୋଇଛୁ , ଦିଲ୍ଲୀ ରେ ଥିବା ଲୋକେ ଆମକୁ ବିଭାଜିତ କରୁଛନ୍ତି, କିନ୍ତୁ ଚଳିତ ଥର ଆଉ ଆମେ ଅଲଗା ହେବୁନାହିଁ l

ମହାରାଷ୍ଟ୍ର ରାଜନୀତିରେ ସବୁଠୁ ବଡ଼ ଘଟଣାକ୍ରମ ଯଦି ଥାଏ ରାଜ ଠାକରେ ଓ ଉଦ୍ଧବ ଠାକରେ ଙ୍କ ଯୋଡି ଭାଙ୍ଗିବା, କିନ୍ତୁ ବର୍ତମାନ ଦୁଇଭାଇ ପୁଣି ଏକାଠି ହେବା ଚର୍ଚାରେ ରହିଛି l ଶିବସେନା ମୁଖ୍ୟ ବାଲା ସାହେବ ଠାକରେ ଙ୍କ ଆଙ୍ଗୁଳି ଧରି ମହାରାଷ୍ଟ୍ର ରାଜନୀତିରେ ପାଦ ଥାପିଥିଲେ ପୁତୁରା ରାଜ ଠାକରେ ଓ ପୁଅ ଉଦ୍ଧବ ଠାକରେ , ଗୋଟିଏ ସମୟ ଏଭଳି ଥିଲା ପୁତୁରା ରାଜ ଠାକରେ ଙ୍କୁ ଵାଲା ସାହେବ ଠାକରେ ଦଳର ଉତ୍ତରାଧିକାରୀ ବୋଲି ଭାବିଥିଲେ, ରାଜ ଠାକରେ ଙ୍କ କହିବା ଶୈଳୀ ଓ ବ୍ୟବହାର ବାଲା ସାହେବ ଠାକରେ ଙ୍କ ସହିତ ମେଳ ଖାଉଥିଲା l କିନ୍ତୁ ଵାଲା ସାହେବ ଠାକରେ ଉଦ୍ଧବ ଠାକରେ ଙ୍କୁ ଉତ୍ତରାଧିକାରୀ ବାଛି ଥିଲେ l

ଏବଂ ପୁତୁରା ରାଜ ଠାକରେ ଙ୍କୁ ଯୁବା ସେନାର ଦାୟିତ୍ୱ ଦେଇଥିଲେ, କିନ୍ତୁ ସେହି ସମୟରେ ଉଦ୍ଧବ ଠାକରେ ଙ୍କର ରାଜନୀତି ରେ ରୁଚି ନଥିଲା, ୯୦ ଦଶକ ରେ ବାଲା ସାହେବ ଠାକରେ ଉଦ୍ଧବ ଙ୍କୁ ସକ୍ରିୟ ରାଜନୀତିକୁ ଆଣିଲେ, ଏବଂ ଉଦ୍ଧବ ଶିବସେନା ର ମୁଖପାତ୍ର ଥିଲେ, ସେହି ସମୟ ରେ ରାଜ ଠାକରେ  ଙ୍କ ସ୍ଥିତି ଶିବସେନା ରେ ଦୁର୍ବଳ ଦେଖାଗଲା l ଉଦ୍ଧବ ଠାକରେ  ପାର୍ଟି ରେ ନିଜର ସ୍ଥିତିକୁ ସୁଦୃଢ଼ କଲେ, ଯେଉଁ କାରଣରୁ ରାଜ ଠାକରେ ଓ ତାଙ୍କ ସମର୍ଥକ ଅସୁରକ୍ଷିତ ମନେକଲେ l

୨୦୦୨ ରେ ମୁମ୍ବାଇ ମହାନଗରନିଗମ ଇଲେକ୍ସନ ପ୍ରଚାର ରେ ଉଦ୍ଧବ ଠାକରେ  ଙ୍କୁ ଦାୟିତ୍ୱ ଦିଆଗଲା, ଏବଂ ଶିବସେନା ପ୍ରଚଣ୍ଡ ସଫଳତା ପାଇଥିଲା, ଏହାପରେ ଵାଲା ସାହେବ ଉଦ୍ଧବ ଠାକରେ ଙ୍କୁ ଗୁରୁତ୍ୱ ଦେଇ ଆଗକୁ ଯିବାକୁ ପରାମର୍ଶ  ଦେଲେ l ଏହାକୁ ନେଇ ପରିବାର ମଧ୍ୟରେ ରାଜନୈତିକ ସମ୍ପର୍କ ଖରାପ ହେଲା l ଏବଂ ୨୦୦୪ ରେ ମହାରାଷ୍ଟ୍ର ବିଧାନସଭା ମତଦାନ ରେ ଶିବସେନା ର ଶୋଚନୀୟ ପରାଜୟ ହୋଇଥିଲା l

୨୦୦୫ ରେ ଵାଲା ସାହେବ ଠାକରେ ଓଢବ ଠାକରେ ଙ୍କୁ ପାର୍ଟି ର ଅଧ୍ୟକ୍ଷ କଲେ, ଏବଂ ରାଜ ଥାକରେ ଦଳରୁ ସାଇଡ ହୋଇଗଲେ, ଏବଂ ୨୦୦୬ ମାର୍ଚ୍ଚ ୯ ତାରିଖ ରେ ରାଜ ଥାକରେ ଗୋଟିଏ ନୂଆ ଦଳ ଗଢିଲେ ଯାହାର ନାମ ରଖିଲେ ମହାରାଷ୍ଟ୍ର ନବ ନିର୍ମାଣ ସେନା, ଏହାପରେ ୨ ଦାଦା ବଡବାପା ପୁଅଙ୍କର ରାଜନୈତିକ ରାସ୍ତା ଅଲଗା ହୋଇଗଲା l ଏବଂ ୨୦୦୭ ରେ ରରାଜ ଥାକରେ ବିଏମ୍ସି ଇଲେକ୍ସନ ଲଢ଼ି ୨୮ ଟି ସିଟ ରେ ବିଜୟ ହାସଲ କଲେ, ଏହାପରେ ୨୦୦୯ ରେ ବିଧାନସଭା ମତଦାନ ଲଢ଼ି ୧୩ ଟି ବିଧାୟକ ବିଜୟ ଲାଭ କରିଥିଲେ l

ଅନ୍ୟ ପକ୍ଷରେ ୨୦୨୨ ରେ ଶିବସେନା ଦୁଇଫାଳ ହୋଇଯାଇଥିଲା, ଏବଂ ଏକନାଥ ସିନ୍ଧେ ବଲାସାହେବ ଙ୍କ ଶିବସେନା ଉପରେ ସମ୍ପୂର୍ଣ କବ୍ଜା କରିଥିଲେ, ଉଦ୍ଧବ ଥାକରେ ୨୦୨୪ ଇଲେକ୍ସନ ରେ ୯୫ ଟି ପାର୍ଥୀଙ୍କୁ ମୈଦାନ କୁ ଓଲ୍ହାଇଥିଲେ, କିନ୍ତୁ ମାତ୍ର ୨୦ ଟି ସିଟ ରେ ବିଜୟ ହାସଲ କରିଥିଲେ l

ବର୍ତମାନ ବିଏମସି ଇଲେକ୍ସନ ଜିତିବା ଥାକରେ ବ୍ରଦର୍ସ ଙ୍କ ପାଇଁ ଖାଲି ରାଜନୀତି ହୋଇନାହିଁ ବରଂ ଗୋଟିଏ ଆହ୍ୱାନ ହୋଇଯାଇଛି l ଅନ୍ୟ ପକ୍ଷରେ ମହାରାଷ୍ଟ୍ର ରେ ଗାଦି ସମ୍ଭାଳିବା ବିଜେପି ର ଲକ୍ଷ ହୋଇନାହିଁ, ବିଜେପି ର ନଜର ବିଏମ୍ସି ଇଲେକ୍ସନ ଉପରେ ମଧ୍ୟ ରହିଛି, କାହିଁକିନା ମହାରାଷ୍ଟ୍ର ରାଜନୀତି ରେ ବିଜେପି ନିଜର ମହତ୍ୱ ରଖିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛି l  ଏବଂ ଉଦ୍ଧବ ଥାକରେ ନିଜ ରାଜନୀତି ଦୁର୍ଗ କୁ ବଞ୍ଚାଇବା ପାଇଁ ରାଜ ଙ୍କ ହାତ ଧରିଛନ୍ତି l

Leave A Reply