ବାଙ୍ଗଲାଦେଶ ରାଜରାସ୍ତା କମ୍ପୁଛି ଗୁଳି ଶବ୍ଦ ରେ
ଛାତ୍ର ନେତା ଉସ୍ମାନ ହାଦି ଙ୍କ ମୃତ୍ୟୁର କିଛି ଦିନ ପରେ ଷୋମବାର ଦିନ ବଙ୍ଗଳାଦେଶ ରେ ଆଉ ଜଣେ ନେତାଙ୍କ ର ଗୁଳି ଫୁଟି ମୃତ୍ୟୁ ହୋଇଯାଇଛି, ଡେଲି ଷ୍ଟାର ର ରିପୋର୍ଟ ଅନୁସାରେ ପୀଡିତ ନେତାଙ୍କ ନାମ ମୋତାଲେବ ସିକଦର , ଯାହାଙ୍କୁ ଉପଦ୍ରବକାରୀ ଖୁଲାନା ରେ ମୁଣ୍ଡରେ ଗୁଳି ମାରିଦେଇଥିଲେ l ମିଳିଥିବା ସୂଚନା ଅନୁସାରେ ସିକଦାର ନେସନାଲ ସିଟୀଜେନ ପାର୍ଟି ର ନେତା ଅଟନ୍ତି l
ସିକଦାର ଙ୍କର ଗମ୍ଭୀର ସ୍ଥିତିରେ ଖୁଲନା ମେଡିକାଲ ରେ ଭର୍ତି କରାଯାଇଥିଲା, ଡାକ୍ତର କହିଥିଲେ ଯେ ଗୁଳି କାନ ମୁଣ୍ଡର ଗୋଟିଏ ପାର୍ଶ୍ୱରେ ପଶି ବାହାରି ଯାଇଥିଲା, ମିଳିଥିବା ସୂଚନା ଅନୁସାରେ ବର୍ତମାନ ସେ ବିପଦ ମୁକ୍ତ ଅଛନ୍ତି, ଏହି ଆକ୍ରମଣ ଢାକା ବିଶ୍ୱବିଦ୍ୟାଳୟ ର କଟରପନ୍ଥୀ ଛାତ୍ର ନେତା ଉସ୍ମାନ ଙ୍କ ହତ୍ୟା ର ବିରୋଧ ରେ ପ୍ରଦଦର୍ଶନ ସମୟ ରେ ହୋଇଥିଲା l
ବର୍ତମାନ ବଙ୍ଗଳାଦେଶ ରେ ସ୍ଥିତି ଅସମ୍ଭାଳ ହୋଇଯାଇଛି, ଦେଶ ରେ ଅରାଜକତା ବୃଦ୍ଧି ପାଉଛି, କିଛିଦିନ ତଳେ ହିନ୍ଦୁ ଯୁବକଙ୍କୁ ଗୋଟିଏ ଗୋଷ୍ଠୀ ପିଟିପିଟି ହତ୍ୟା କରି ଗଛରେ ଟାଙ୍ଗି ଜାଳି ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା l ଧୀରେ ଧୀରେ ବଙ୍ଗଳାଦେଶ ର ସ୍ଥିତି ଗୃହ ଯୁଦ୍ଧ ଆଡକୁ ଯାଉ ଥିବାର ଦେଖିବାକୁ ମିଳୁଛି ବୋଲି ସମୀକ୍ଷକ ମତ ଦେଇଛନ୍ତି l ଦେଶରେ କାନୁନ ବ୍ୟବସ୍ଥାକୁ ଭୃକ୍ଷେପ କରୁଛନ୍ତି ପ୍ରଦର୍ଶନକାରୀ l
