ଭାରତ ବିଶ୍ୱ ବାଣିଜ୍ୟ ମୋର୍ଚା ରେ ଆଉ ଗୋଟିଏ ବଡ଼ କୂଟନୈତିକ ସଫଳତା ହାସଲ କରିବାକୁ ଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନିୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟଫର ଲକ୍ସନ ଙ୍କ ମଧ୍ୟରେ ଫୋନ ଯୋଗେ କଥାବାର୍ତା ହୋଇ ଭାରତ-ନିୟୁଜିଲ୍ୟାଣ୍ଡ ମୁକ୍ତ ବ୍ୟାପାର ରାଜିନାମା ରେ ସଂଯୁକ୍ତ ଘୋଷଣା କରିଛନ୍ତି l ଏହି ରାଜିନାମା କେବଳ ଦୁଇ ଦେଶର ଆର୍ଥିକ ସମ୍ପର୍କ କୁ ନୂଆ ଦିଗ ଦେବନାହିଁ, ବରଂ ଆମେରିକା ର ସଂରକ୍ଷଣବାଦି ବ୍ୟାପାର ନୀତିକୁ ଦୁର୍ବଳ କରିବ l
ଭାରତ ଓ ନିୟୁଜିଲ୍ୟାଣ୍ଡ ମଧ୍ୟରେ FTA କୁ ନେଇ ଚର୍ଚା ୨୦୨୫ ମାର୍ଚ୍ଚ ଆରମ୍ଭରେ ହୋଇଥିଲା, ଯେତେବେଳେ ନିୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଲକ୍ସନ ଭାରତ ଗସ୍ତରେ ଆସିଥିଲେ, ଅର୍ଥାତ ୯ମାସ ପୂର୍ବରୁ ଏହି ରାଜିନାମା ସ୍ଥିର ହୋଇ ସାରିଥିଲା l
ଦୁଇ ଦେଶର ନେତା ଙ୍କ ସହମତି ରେ ଏହା ସ୍ଵାକ୍ଷର ହୋଇଛି, ଏବଂ ସ୍ଥିର ହୋଇଛି ଯେ ଏହା ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଦୁଇ ଗୁଣା ଦ୍ୱିପାକ୍ଷିକ ବ୍ୟାପାର ହେବ l ଏହି ରାଜିନାମା ଅନୁସାରେ ଭାରତ ଓ ନିୟୁଜିଲ୍ୟାଣ୍ଡ ମଧ୍ୟରେ ବ୍ୟବସାୟ, ନିବେଶ, ସପ୍ଲାଏ ଚେନ କୁ ଗୁରୁତ୍ୱ ଦିଆଯିବ l
ଏହି ରାଜିନାମା ଅନୁସାରେ ନିୟୁଜିଲ୍ୟାଣ୍ଡ ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଭାରତରେ ୨୦ ମିଲିୟନ ଡଲାର ନିବେଶ କରିବ l ଏହି ନିବେଶ କୃଷି, ଡାଏରୀ ପ୍ରଡକ୍ଟ, ଫୁଡ ପ୍ରୋସେସିଂ, ଶିକ୍ଷା, ଟେକ୍ନୋଲୋଜି ଓ ଷ୍ଟାର୍ଟ ଅପ ଭଳି କ୍ଷେତ୍ରରେ ସୁଯୋଗ ଦେବ l
ନିୟୁଜିଲ୍ୟାଣ୍ଡ ସହିତ ଏହି ରାଜିନାମା ଭାରତର ସପ୍ତମ ପ୍ରମୁଖ FTA , ଏହା ପୂର୍ବରୁ ଭାରତ ଓମାନ, UAE , ୟୁକେ, ଅଷ୍ଟ୍ରେଲିଆ, ମୋରିସସ EFTA ଦେଶ ସହିତ ଏଭଳି ରାଜିନାମା କରିସାରିଛି l
