Odisha news

ଏସିଆ କପ ଫାଇନାଲ : ପାକିସ୍ତାନ ହେଲା ନୂଆ ଚମ୍ପିୟାନ , ଫାଇନାଲ ରେ ଭାରତ ପରାସ୍ତ ହେବାର ୪ ଟି ମୁଖ୍ୟ କାରଣ 

0
ପାକିସ୍ତାନ ଅଣ୍ଡର 19 ଏସିଆ କପ ର ନୂଆ ଚମ୍ପିୟାନ ହୋଇଛି l ଏହି ଫାଇନାଲ ମ୍ୟାଚ ରେ ପାକିସ୍ତାନ ଭାରତକୁ ୧୯୧ ରନରେ ପରାସ୍ତ କରିଥିଲା l ଦୁବାଇ ରେ ଖେଳା ଯାଇଥିବା ମ୍ୟାଚ ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୪୮ ରନ କରିଥିଲା , ଏହାର ବିପକ୍ଷ ରେ ଭାରତ ମାତ୍ର ୧୫୬ ରନରେ ସୀମିତ ରହି ଯାଇଥିଲା l ବ୍ୟାଟିଂ ରୁ ନେଇ ବୋଲିଙ୍ଗ ପର୍ଯ୍ୟନ୍ତ ଭାରତୀୟ ଦଳ ସବୁଥିରେ ଫ୍ଲପ ରହିଥିଲା l କିନ୍ତୁ ଏସିଆ କପ ଫାଇନାଲ  ରେ ଭାରତୀୟ ଦଳର ପରାଜୟ ର ମୁଖ୍ୟ କାରଣ କଣ ଥିଲା ?
ଏଥିପାଇଁ ବିଶେଷ ଭାବେ ୪ କାରଣ କୁ ଦର୍ଶା ଯାଇଛି –
୧- ପ୍ରଥମ କାରଣ ଥିଲା ପାକିସ୍ତାନ ବ୍ୟାଟର ମିନ୍ହାସ ଙ୍କ ଧୁଆଁ ଧାର ବ୍ୟାଟିଂ , ଯାହାକି ଏସିଆ କପ ରେ ଥିଲା ମୁଖ୍ୟ ଆକର୍ଷଣ l ମିନହାସ ଙ୍କ ବିରୁଧରେ ଭାରତ ସେଭଳି କୌଣସି ପ୍ରସ୍ତୁତି କରି ନଥିଲା l
ଦ୍ଵିତୀୟ ଭୁଲ ଟି ହେଲା ଭାରତୀୟ ଦଳ ରହିଥିଲେ ଚାପ ରର , ଭାରତୀୟ ଦଳ ର ଫ୍ଲପ ବୋଲିଙ୍ଗ୍ ଆଗରେ ୩୪୮ ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା ପାକିସ୍ତାନ l ଫାଇନାଲ ରେ ବୈଭବ ସୂର୍ଯ୍ୟବଂଶୀ ଙ୍କ ବ୍ୟାଟିଂ ର ଯାଦୁ ଆଉ ଦେଖିବାକୁ ମିଳି ନଥିଲା , ମାତ୍ର ୨୬ ରନରେ ଆଉଟ ହୋଇଥିଲେ ସୁର୍ଯ୍ୟ ବଂଶୀ , ଏବଂ କ୍ୟାପଟେନ ଆୟୁଷ ମାତ୍ର ୨ ରନରେ ଆଉଟ ହୋଇ ଯାଇଥିଲେ l ଯେଉଁ ମାନଙ୍କ ଉପରେ ଦଳ ନିର୍ଭର କରୁଥିଲା ସେହି ମାନେ ହିଁ ଖେଳିବାକୁ ଅସମର୍ଥ ଥିଲେ l ଯାହା ଦ୍ୱାରା ଚାପ ଯୋଗୁ ଠିକ ରେ ଖେଳି ପାରି ନଥିଲେ l
ତୃତୀୟ ଭୁଲ ଥିଲା ଭାରତୀୟ ଦଳ ଟସ ଜିତି ଫିଲଡିଂ କରିବାକୁ ନିଷ୍ପତି ନେଇଥିଲା l ଯାହାକି ଗୋଟିଏ ବଡ଼ ଭୁଲ ନିଷ୍ପତି ଥିଲା , ଯାହାକି ତା ପାଇଁ ଗୋଟିଏ ବଡ଼ ଚାପ ର କାରଣ ଥିଲା l
ଭାରତୀୟ ବ୍ୟାଟ୍ସ ମ୍ୟାନ ମାନେ ପାକିସ୍ତାନୀ ପେସ ବୋଲର ଙ୍କ ଆଗରେ ଫିକା ପଡି ଯାଇଥିଲେ l ପାକିସ୍ତାନ ର ଅଲି ରାଜା ୬.୨ ଓଭର ବୋଲିଙ୍ଗ କରି ୪ ଟି ଉଇକେଟ ନେଇଥିଲେ , ଏବଂ ଭାରତ ୧୫୬  ରନରେ ସୀମିତ ରହି ଯାଇଥିଲା l
Leave A Reply