Odisha news

କଟରପନ୍ଥୀ  ଙ୍କ ହିଂସାରେ  ଜଳୁଛି ବାଙ୍ଗଲାଦେଶ , ଢାକା ରେ ତେଜିଲା ହିଂସା 

0
ବାଙ୍ଗଲାଦେଶ ରେ ତେଜିଲା ଅରାଜକତା , ବଢୁଛି ହିଂସା , ଭାରତ ବିରୋଧୀ ନାରାରେ କମ୍ପୁଛି ବାଙ୍ଗଲାଦେଶ l ଶେଖ ହସିନା ଙ୍କ ବିରୋଧୀ ଆନ୍ଦୋଳନ ର ପ୍ରମୁଖ ଛାତ୍ର ନେତା ଏବଂ ଇନ୍ କିଲାଵ ମଞ୍ଚ ର ପ୍ରବକ୍ତା ଉଷ୍ମାନ ହାଦି ଙ୍କ ମୃତ୍ୟୁକୁ ନେଇ ତେଜୁଛି ହିଂସା l ୩୨ ବର୍ଷୀୟ ଉଷ୍ମାନ ଡିସେମ୍ବର ୧୨ ତାରିଖ ରେ ଭୋଟ ପ୍ରଚାର କରୁଥିବା ସମୟ ରେ ଅଜଣା ବନ୍ଧୁକଧାରି ଙ୍କ ଗୁଳି ର ଶିକାର ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁର ନିଆଯାଇ ଥିଲା l କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା l
 ଗୁରୁବାର ଦିନ ମଧ୍ୟ ରାତ୍ରି ରେ ଉଷ୍ମାନ ଙ୍କ ମୃତ୍ୟୁ ଖବର ମିଳିବା ପରେ  ଉଷ୍ମାନ ଙ୍କ ସମର୍ଥକ ହିଂସା ଆରମ୍ଭ କରିଦେଇ ଥିଲେ l ବାଙ୍ଗଲାଦେଶ ର ଭାରତୀୟ ଦୂତାବାସ ସମୁଖରେ ପ୍ରଦର୍ଶନକାରୀ ଭାରତ ବିରୋଧୀ ନାରା ଦେଇଥିଲେ ଏବଂ ଏହି ହିଂସା ଏଭଳି ସ୍ଥିତି ଉପୁଜି ଥିଲା ଯେ ଦୁଇ ପୋଲିସ କର୍ମୀ ଙ୍କ ର ମୃତ୍ୟୁ ହୋଇଥିଲା l ପ୍ରଦର୍ଶନକାରୀ ଙ୍କ ର ପ୍ରଦର୍ଶନ ରେ ଅନେକ ପତ୍ରକାର ଆହତ ହୋଇ ଛନ୍ତି l
ବାଙ୍ଗଲାଦେଶ ରେ ଇସନିନ୍ଦା ଆରୋପ ମାମଲା ରେ ଜଣେ ହିନ୍ଦୁ ଯୁବକ ଙ୍କୁ ପିଟି ପିଟି ହତ୍ୟା କରାଯାଇଛି l  ଯିଏକି ଗୋଟିଏ ଫ୍ୟାକ୍ଟ୍ରି ରେ କାମ କରୁଥିଲେ l ଅନେକ ଗୁଡିଏ ଖବର କାଗଜ ଅଫିସ କୁ ପ୍ରଦର୍ଶନକାରୀ ଭାଙ୍ଗି ରୁଜି ନଷ୍ଟ କରିଥିବାରୁ ୨ ଦିନ ପାଇଁ ଖବର କାଗଜ ପ୍ରିଣ୍ଟ ହେବା ବନ୍ଦ ରହିଛି l
ବାଙ୍ଗଲାଦେଶ ରେ ଅନ୍ତରିଣ ସରକାର ୟୁନୁଷ ସରକାର ସେନା ମେଜର ଙ୍କୁ ଏମାର୍ଜେନସି ବୈଠକ ଡାକି ଛନ୍ତି l ବୈଠକ ରେ କଣ ଆଗକୁ ନିଷ୍ପତି ନିଆଯିବ l
Leave A Reply