ଏହି ଷ୍ଟେସନ କୌଣସି ଗୋଟିଏ ଯାଦୁ ଠାରୁ କମ ନୁହେଁ, କାହିଁକିନା ଏହି ରାଜ୍ୟଟି ର ଗୋଟିଏ ଗୋଟିଏ ଇଟା ଓ ରେଳ ଧାରଣା ଦୁଇଟି ରାଜ୍ୟ ମଧ୍ୟରେ ବଣ୍ଟା ଯାଇଛି l ଏହି ୨ଟି ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର ଓ ଗୁଜୁରାଟ, ଆପଣ ଯେତେବେଳେ ଟିକେଟ କିଣିବେ ରେଳବାଇ କାଉଣ୍ଟର ରେ ସେତେବେଳେ ଆପଣ ମହାରାଷ୍ଟ୍ର ରେ ଠିଆ ହୋଇଥିବେ, ଏବଂ ଯେମିତି ଟ୍ରେନ ରେ ଚଢିବା ପାଇଁ ଯିବେ ସେତେବେଳେ ଗୁଜୁରାଟ ରେ ପହଂଚି ଯିବେ l
ଏହି ଷ୍ଟେସନ ଟି ହେଉଛି ନବା ପୁର ରେଳ ଷ୍ଟେସନ, ଯେଉଁଠି ଯାତ୍ରୀ ମାତ୍ର ଅଳ୍ପ ସମୟ ମଧ୍ୟରେ ୨ଟି ରାଜ୍ୟର ଯାତ୍ରା କରିଥାଆନ୍ତି l ଭାରତରେ ହଜାର ହଜାର ରେଳ ଷ୍ଟେସନ ରହିଛି , କିଏ ନିଜ ସୌନ୍ଦର୍ଯ୍ୟ ପାଇଁ ପ୍ରସିଧ ଅଟେ ତ ଆଉକିଏ ଭିଡ଼ ପାଇଁ, କିନ୍ତୁ ନବାପୁର ରେଳ ଷ୍ଟେସନ ର କାହାଣୀ ସବୁଠୁ ଅଲଗା l ଏହି ରେଳ ଷ୍ଟେସନ ଟି ଠିକ ମହାରାଷ୍ଟ୍ର ଓ ଗୁଜୁରାଟ ର ସୀମା ଅଟେ, ଏହି ରେଳ ଷ୍ଟେସନ ଟି ଏଭଳି ନିର୍ମାଣ ହୋଇଛି ଯାହାର ଅଧା ଭାଗ ଗୁଜୁରାଟ ରେ ଓ ଅଧା ଭାଗ ମହାରାଷ୍ଟ୍ର ରେ l
ସବୁଠୁ ଗୁରୁତ୍ୱପୂର୍ଣ ହେଲା ଏହି ରେଳ ଷ୍ଟେସନ ରୁ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତ୍ରା କରିଥାଆନ୍ତି, ମାତ୍ର ପାଦରେ ଚାଲିଚାଲି ଲୋକେ ଅନ୍ୟ ଗୋଟିଏ ରାଜ୍ୟରେ ପହଂଚି ଯାଇଥାଆନ୍ତି l ଏପରିକି ରେଳ ଷ୍ଟେସନ ରେ ରହିଥିବା ଚୌକି ମଧ୍ୟ ଉଭୟ ଦେଶ ମଧ୍ୟରେ ବଣ୍ଟା ଯାଇଥାଏ l ଏବଂ ଷ୍ଟେସନ ରେ ହେଉଥିବା ଅନାଉନ୍ସମେଣ୍ଟ ମଧ୍ୟ ୨ଟି ଭାଷାରେ ହୋଇଥାଏ l
ଏହି ରେଳ ଷ୍ଟେସନ ଟି ବହୁ ପୁରୁଣା, ଯାହା ଇଂରେଜ ମାନଙ୍କ ସମୟ ର, ସେହି ସମୟ ରେ ଦୁଇରାଜ୍ୟ ମିଶି ରହିଥିଲେ, ଏବଂ ଅଲଗା ହେବା ପରେ ଷ୍ଟେସନ ମଧ୍ୟ ବଣ୍ଟା ହୋଇ ଯାଇଥିଲା l ଯାହାକି ଆଜି ମଧ୍ୟ ରହିଛି l ଯାହାକି ପର୍ଯ୍ୟଟକ ଙ୍କ ପାଇଁ ଆକର୍ଷଣ ର କେନ୍ଦ୍ର ଅଟେ l
