ପ୍ରଧାନମନ୍ତ୍ରୀ ମୋଦି ଭାଙ୍ଗିଲେ ନିଜ ବନ୍ଧୁଙ୍କ ପାଇଁ ପ୍ରୋଟକଲ୍ , ଦେଲେ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସରପ୍ରାଇଜ , ପୁଟିନ ବିମନାରୁ ଓଲ୍ହାଇବା ମାତ୍ରକେ ପାଇଲେ ସରପ୍ରାଇଜଯାହାକୁ ନେଇ ବିଦେଶୀ ଗଣମାଧ୍ୟମ ତାଯୁବ , ସରପ୍ରାଇଜକୁ ନେଇ ୟୁରୋପୀୟ ମିଡିଆରେ ଚାଲିଛି ଚର୍ଚା , ମୋଦିଙ୍କ ସରପ୍ରାଇଜ ସାଉଁଟୁଛି ଚର୍ଚା l
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ ତାରିଖ ଗୁରୁବାର ଦିନ ସନ୍ଧ୍ୟା ୬ ଟା ୪୫ ମିନିଟ ରେ ଭାରତ ଗସ୍ତରେ ଆସି ପହଂଚିଛନ୍ତି l ଏହି ଗସ୍ତ କୁ ନେଇ ଜାତୀୟ ଠାରୁ ଅନ୍ତର୍ଜାତୀୟ ଗଣମାଧ୍ୟମ ସରଗରମ ହୋଇ ରହିଛି ବର୍ତମାନ ସମୟ ରେ , ଉଭୟ ଦେଶଙ୍କର ବନ୍ଧୁତ୍ୱ ପୁର୍ଣ ବିଚାର କୁ ସବୁଠି ଆଲୋଚନା l
ଠିକ ଏହି ସମୟ ରେ ଆଉ ଗୋଟିଏ ଦୃଶ୍ୟ ମଧ୍ୟ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେବାରେ ଲାଗିଛି, ହଁ ଆଜ୍ଞା ରୁଷ ରାଷ୍ଟ୍ରପତି ଙ୍କ ଗସ୍ତ କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଭାଙ୍ଗିଛନ୍ତି ପ୍ରୋଟକଲ୍ l
ପ୍ରୋଟକଲ୍ ଅନୁସାରେ ରୁଷ ରାଷ୍ଟ୍ରନାୟକ ଙ୍କୁ ରକ୍ଷାମନ୍ତ୍ରୀ ରାଜନାଥ ସିଂ ବିମାନ ବନ୍ଦରରୁ ରିସିଭ କରିବାର ପ୍ରସ୍ତୁତି ଥିଲା, କିନ୍ତୁ ଠିକ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ଦେଖିବାକୁ ମିଳିଥିଲା ବିମାନବନ୍ଦର ରେ l
ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ହୋଇ ରହିଥିଲେ ବିମାନବନ୍ଦର ରେ , ରୁଷ ରାଷ୍ଟ୍ରପତି ପୁଟିନ ଙ୍କ ସ୍ୱତନ୍ତ୍ର ବିମାନ ଅବତରଣ କରିବା ପରେ ୨ ରାଷ୍ଟ୍ର ନାୟକ ଉତ୍ସାହ ର ସହିତ ପରସ୍ପର ଙ୍କୁ ଅଭିବାଦନ କରିଥିଲେ ଓ ଆଲିଙ୍ଗନ କରିଥିଲେ l ଯାହାକି ରାଷ୍ଟ୍ରପତି ପୁଟିନଙ୍କ ପାଇଁ ଥିଲା ଗୋଟିଏ ସରପ୍ରାଇଜ l ଏହି ବିଷୟରେ ଥିଲେ ସେ ସମ୍ପୂର୍ଣ ଅଜ୍ଞ l ଏହାପରେ ୨ ବନ୍ଧୁ ଗୋଟିଏ SUV ରେ ବସି ବାହାରି ଯାଇଥିଲେ ପ୍ରଧାନମନ୍ତ୍ରୀ ନିବାସ, ଯେଉଁଠି ଆୟୋଜନ ହୋଇଥିଲା ପୁଟିନ ଙ୍କ ସହିତ ମୋଦି ଙ୍କର ରାତ୍ରି ଭୋଜନର l ଏବଂ ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ଉପହାର ଭାବରେ ଦେଇଥିଲେ ଗୋଟିଏ ଶ୍ରୀମଦ ଭଗବତଃଗୀତା l ପୁଟିନ ମଧ୍ୟ ଏହାକୁ ସମ୍ମାନ ସହକାରେ ଗ୍ରହଣ କରିଥିଲେ l ଯାହାର ଭିଡିଓ ଓ ଫଟୋ ବର୍ତମାନ ଭାଇରଲ ହେଉଛି ସୋସିଆଲ ମିଡିଆରେ l
ପ୍ରଧାନମନ୍ତ୍ରୀ ମୋଦୀ ବିମାନ ବନ୍ଦରକୁ ଯିବାକୁ କୌଣସି ସମ୍ବାଦ ଦିଆଯାଇ ନଥିଲା ରୁଷ ରାଷ୍ଟ୍ରପତି ଙ୍କ ଅଫିସ କୁ , ଯାହାକୁ ନେଇ ଏବେ ସବୁଠି ଚର୍ଚା ଚାଲିଛି ଯେ ପ୍ରଧାନମନ୍ତ୍ରୀ ମୋଦି ନିଜ ବନ୍ଧୁ ଙ୍କ ପାଇଁ ଭାଙ୍ଗିଲେ ପ୍ରୋଟକଲ୍ l
ଏହି ସମ୍ବାଦ ତୁରନ୍ତ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧମ ରେ ଛାଇ ଯାଇଥିଲା, ପ୍ରଧାନମନ୍ତ୍ରୀ ମୋଦି ଙ୍କ ନିମନ୍ତ୍ରଣ ରକ୍ଷାକରି ପୁଟିନ ଆସିଛନ୍ତି ଭାରତ ଗସ୍ତରେ, ୨୩ ତମ ରୁଷ-ଭାରତ ସମିଟ ରେ ଯୋଗ ଦେବା ପାଇଁ, ଏହି ସମୟ ରେ ଉଭୟ ଦେଶ ମଧ୍ୟରେ ତୈଳ ରୁ ନେଇ S -400 ମିସାଇଲ ସିଷ୍ଟମ କିଣିବା ଓ ଫ୍ରି-ଟ୍ରେଡ଼ ଏଗ୍ରିମେଣ୍ଟ କୁ ନେଇ ଚର୍ଚା ହେବ l ଏହା ପୂର୍ବରୁ ୨୦୨୧ ରେ ରୁଷ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ l