ହିନ୍ଦୁ ଧର୍ମରେ ତୁଳସୀ ଙ୍କୁ ମା ଲକ୍ଷ୍ମୀ ଙ୍କ ସ୍ଥାନରେ ରଖି ପୂଜନ କରାଯାଏ, ତୁଳସୀ ଗଛକୁ କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ, ବରଂ ସକାରାତ୍ମକ ଉର୍ଜା ଓ ପବିତ୍ରତା ର ପ୍ରତୀକ ବୋଲି କୁହାଯାଇଥାଏ l ତୁଳସୀ ଔଷଧୀୟ ଗୁଣରେ ମଧ୍ୟ ଭରପୁର ହୋଇଥାଏ l
ତୁଳସୀ ଗୁଣକାରୀ ଭାବି ଅନେକ ଲୋକ ଚୋବାଇ ମଧ୍ୟ ଖାଇ ଥାଆନ୍ତି, ଆପଣ ଯଦି ଚୋବାଇ ଖାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଗୁଣକାରୀ ଅଟେ ବୋଲି ଆପଣ ଭାବି ଥାଆନ୍ତି , ଯାହା ଆପଣ ନିହାତି ଜାଣିବା ଜରୁରୀ l
ତୁଳସୀ ପତ୍ର ଚୋବାଇ ଖାଇବା ଦ୍ୱାରା ଆପଣ କେବଳ ଧାର୍ମିକ ନିୟମ କୁ ଉଲଂଘନ କରୁ ନାହାନ୍ତି, ଏହାଦ୍ୱାରା ଆପଣ ଶରୀରକୁ ମଧ୍ୟ କ୍ଷତି କରୁଛନ୍ତି l ଧର୍ମ ଓ ବିଜ୍ଞାନ ଦୃଷ୍ଟିରେ ଏହା ଠିକ ନୁହେଁ l ତେବେ ଆସନ୍ତୁ ଜାଣିବା କଣ ରହିଛି କାରଣ l
କାହିଁକି ଚୋବାଇ ଖାଇବା ଉଚିତ ନୁହେଁ ତୁଳସୀ ପତ୍ର ?
ଧାର୍ମିକ ମାନ୍ୟତା -:
ପୁରାଣ ରେ ତୁଳସୀ ଙ୍କୁ ଦେବୀ ଓ ମାତା ଙ୍କ ସ୍ଥାନ ଦିଆଯାଇଥାଏ, ସେଥିପାଇଁ ଏହି ଗଛ ପବିତ୍ର ଓ ପୂଜନୀୟ ବୋଲି ଗ୍ରହଣ କରାଯାଇଥାଏ l ତୁଳସୀ ପତ୍ର କୁ ଦାନ୍ତ ରେ ଚୋବାଇବା ଦ୍ୱାରା ଏହାର ଅପମାନ ଅଟେ, ତୁଳସୀ ର ପ୍ରତ୍ୟେକ ପତ୍ର ରେ ମାତା ଲକ୍ଷ୍ମୀ ବାସ କରି ଥାଆନ୍ତି, ଏହି କାରଣରୁ ପୂଜା-ପାଠ ରେ ତୁଳସୀ ପତ୍ର କୁ ଖଣ୍ଡିତ କରାଯାଏ ନାହିଁ l
ବୈଜ୍ଞାନିକ କାରଣ -:
ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ତୁଳସୀ ପତ୍ରକୁ ଚୋବାଇବା ଉଚିତ ନୁହେଁ, କାହିଁକିନା ତୁଳସୀ ପତ୍ର ରେ ମରକ୍ୟୁରୀ ବା ପାରଦ ଅର୍ଥାତ ମରକ୍ୟୁରୀ ଏସିଡ ଭଳି ତତ୍ୱ ରହିଥାଏ l ଯାହାକି ଦାନ୍ତର ଏନାମେଲ କୁ ନଷ୍ଟ କରିଦେଇ ଥାଏ l ତୁଳସୀ ପତ୍ର ରସରେ ଏସିଡ ରହିଥାଏ ତୁଳସୀ ପତ୍ର ବାରମ୍ବାର ଚୋବାଇବା ଦ୍ୱାରା ଦାନ୍ତ ଉପରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥାଏ l ଏବଂ ଅଧିକ ତୁଳସୀ ଚୋବାଇବା ଦ୍ୱାରା ଶରୀରରେ ଟକ୍ସିନ ଜମା ହୋଇଥାଏ l
କିପରି ସେବନ କରିବେ ତୁଳସୀ ?
ଆୟୁର୍ବେଦ ଓ ବିଜ୍ଞାନ ଅନୁସାରେ ତୁଳସୀ ଔଷଧୀୟ ବୃକ୍ଷ, ଯେଉଁଥିରେ ଅନେକ ପ୍ରକାର ର ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଭାଇରଲ ଗୁଣ ରହିଥାଏ, ସେଥିପାଇଁ ଆୟୁର୍ବେଦ ରେ ଏହାକୁ ସେବନ କରିବା ପାଇଁ କୁହାଯାଇଥାଏ l ବିଶେଷ ଭାବରେ ସର୍ଦି, କାଶ ଓ କଫ ପାଇଁ ରାମବାଣ ଅଟେ l କିନ୍ତୁ ମରକ୍ୟୁରୀ ଏସିଡ ରହିଥିବା କାରଣରୁ ବୈଜ୍ଞାନିକ ମାନେ ତୁଳସୀ ପତ୍ର ଚୋବାଇବା ପରିବର୍ତେ ଗିଳି ଦେବାକୁ କୁହାଯାଇ ଥାଏ l