Odisha news

ଭାରତର ପ୍ରଥମ Gen z MLA ମୈଥେଳୀ ଠାକୁର : ସଂଗୀତ ଦୁନିଆରୁ ରାଜନୀତି

0

ବିହାର ଇଲେକ୍ସନ ସରି ଯାଇଛି, ଫଳାଫଳ ପ୍ରକାଶିତ ହୋଇ ଯାଇଛି, NDA ମଧ୍ୟ ସରକାର ଗଢ଼ିବ ଏହା ଫାଇନାଲ ହୋଇ ସାରିଛି l  କିନ୍ତୁ ଏହି ସଫଳତା ର ସିଡ଼ି ରେ ପାଦ ଥାପି ଉପରକୁ ଉଠିଥିବା ଜଣେ ବିଧାୟିକା ହେଉଛନ୍ତି ମୈଥେଳୀ ଠାକୁର l ମାତ୍ର ୨୫ ବର୍ଷରେ ବିଧାୟିକା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି  ପ୍ରଥମ Gen z MLA ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି l

ପ୍ରଥମଥର ରାଜନୀତି ମୈଦାନ କୁ ଓଲ୍ହାଇ ଆଲିନଗର ସିଟ ରୁ ବିଜୟ ହାସଲ କରି ବିଜେପି କୁ ଗର୍ବିତ କରିଛନ୍ତି ମୈଥେଳୀ ଠାକୁର , କେବେ ରିଆଲିଟି ଶୋ ର ମଞ୍ଚରେ ରିଜେକ୍ଟ ହୋଇଥିବା ଝିଅଟି ବିହାର ଲୋକ ସଂଗୀତ ସହିତ ଏଭଳି ପରିଚୟ ସୃଷ୍ଟି କଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ  ମୈଥେଳୀ ଙ୍କର ବଡ଼ ଫ୍ୟାନ ହୋଇ ଯାଇଛନ୍ତି l ଏବଂ ବର୍ତମାନ ବିହାର ର ଜନତା ମଧ୍ୟ ନିଜ ହୃଦୟରେ  ମୈଥେଳୀ ଙ୍କୁ ସ୍ଥାନ ଦେଇଛନ୍ତି l

ମୈଥେଳୀ ଜୁଲାଇ ୨୫ ,  ୨୦୦୦ ମସିହାର ରେ ବିହାର ର ମଧୁବାଣି ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ, ପିଲାଟି ଦିନରୁ ସଂଗୀତ ପ୍ରତି ଖୁବ ଦୁର୍ବଳତା ରହିଥିଲା, ମାତ୍ର ୩ ବର୍ଷରୁ  ମୈଥେଳୀ ଗୀତ ଗାଇବା ଆରମ୍ଭ କରିଥିଲେ, ତାଙ୍କୁ ଏହି ଉପହାର ନିଜ ବାପା ଓ ଜେଜେ ଙ୍କ ନିକଟରୁ ମିଳିଥିଲା l

ପ୍ରାରମ୍ବିକ ଶିକ୍ଷା ନିଜ ଗାଁ ରୁ ଆରମ୍ଭ କରିଥିଲେ, ପରେ  ମୈଥେଳୀ ଙ୍କ ପରିବାର ଦିଲ୍ଲୀ ଚାଲି ଯାଇଥିଲେ ଓ ସେଠାରେ ତାଙ୍କର ଶିକ୍ଷା ଆରମ୍ଭ ହୋଇଥିଲା ଏବଂ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦିଲ୍ଲୀ ର ଵାଲ ଭବନ ଇନ୍ଟରନେଶନାଲ ସ୍କୁଲ ରେ ଶିକ୍ଷା ଗ୍ରହଣ କରିଥିଲେ  ମୈଥେଳୀ l ଦ୍ୱାଦଶ ପରେ ଦିଲ୍ଲୀ ର ଆତ୍ମାରାମ ସନାତନ ଧର୍ମ କଲେଜ ରୁ ଗ୍ରାଜୁଏସନ ର ଡିଗ୍ରୀ ଗ୍ରହଣ କରିଥିଲେ, ପାଠ ସହିତ ସଂଗୀତ ତାଙ୍କ ଜୀବନ ରେ ଯୋଡିହୋଇ ଯାଇଥିଲା l

ମୈଥେଳୀ ସଂଗୀତ କୁ କେବଳ ନିଜର ସଉକ ବୋଲି ଭାବୁଥିଲେ, କିନ୍ତୁ ଏହି ସଂଗୀତ ତାଙ୍କ ଜୀବନ ବଦଳାଇ ଦେଇଥିଲା, ସର୍ବ ପ୍ରଥମେ  ମୈଥେଳୀ ସା. ରେ. ଗା . ମା. ପା. ଲିଟିଲ ଚlମ୍ପ ରେ ନଜର ଆସିଥିଲେ,  ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିଲା, କିନ୍ତୁ ସେଠାରେ ସେ ରିଜେକ୍ଟ ହୋଇ ଇଣ୍ଡିଆନ ଆଇଡ଼ଲ ଜୁନିଅର କୁ ଯାଇଥିଲେ, ସେଠାରେ ଜଜ ଙ୍କୁ ତାଙ୍କ ସ୍ୱର ମନ୍ତ୍ରମୁଗ୍ଧ କରିଦେଇ ଥିଲା, କିନ୍ତୁ କିଛି ଏପିସୋଡି  ପରେ ରିଜେକ୍ଟ ହୋଇ ଯାଇଥିଲେ, ଏବଂ ଏହାପରେ ରାଇଜିଙ୍ଗ ଷ୍ଟାର ଶୋ  ମୈଥେଳୀ ଙ୍କୁ ପ୍ରକୃତ ପରିଚୟ ମିଳିଥିଲା l ଏହି ଶୋ ପରେ ଲୋକେ ତାଙ୍କୁ ଜାଣିଥିଲେ ଏବଂ ଅନେକ ସ୍ଥାନରୁ ଅଫର ଆସିଥିଲା, ଲାଇଭ ଶୋ ମଧ୍ୟ  ମୈଥେଳୀ କରିଛନ୍ତି l ଯାହା ତାଙ୍କୁ ଗୋଟିଏ ସୁପର ଷ୍ଟାର କରିଥିଲା l

ମୈଥେଳୀ ଙ୍କର ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି ଯେଉଁଥିରେ ସେ ଭଜନ, ଲୋକ ଗୀତ, ଶାସ୍ତ୍ରୀୟ ସଂଗୀତ ଅପଲୋଡ଼ କରିଥାଆନ୍ତି, ଦୀର୍ଘ ୫ବର୍ଷ ହେଲାଣି  ମୈଥେଳୀ ଠାକୁର ସୋସିଆଲ ମିଡ଼ିଆର ଗୋଟିଏ ଜଣାଶୁଣା ଚେହେରା ହୋଇ ଯାଇଛନ୍ତି, ଲୋକ ସଂଗୀତ ପାଇଁ  ମୈଥେଳୀ ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ମାନିତ ମଧ୍ୟ କରି ସାରିଛନ୍ତି, ୨୦୨୪ ରେ ପ୍ରଧାନମନ୍ତ୍ରୀ ମୋଦି  ମୈଥେଳୀ ଙ୍କୁ ନେସନାଲ କ୍ରିଏଟିଭ ଆୱାର୍ଡ ରେ ସମ୍ମାନିତ କରିଥିଲେ l ପ୍ରଧାନମନ୍ତ୍ରୀ ଙ୍କ ସହିତ ଏହି ସାକ୍ଷାତକାର  ମୈଥେଳୀ ଙ୍କୁ ଗୋଟିଏ ନୂଆ ଦିଗ ଦେଖାଇଥିଲା,  ମୈଥେଳୀ ନିଜ ଶୋ ରୁ ମାସକୁ ପାଖାପାଖି  ୧କୋଟି ପର୍ଯ୍ୟନ୍ତ ରୋଜଗାର କରି ଥାଆନ୍ତି l

ଲୋକ ସଂଗୀତ ରୁ ବିଧାୟିକା ହୋଇଥିବା  ମୈଥେଳୀ ଠାକୁର ନିଜର ସୁମଧୁର କଣ୍ଠରେ ଲୋକ ଗୀତ ଗାଈ ସମସ୍ତଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛନ୍ତି, କିନ୍ତୁ ବିଧାୟିକା ଭାବରେ ସେ ବିହାର ବାସୀ ଙ୍କ ମନରେ କିପରି ଘର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା l

Leave A Reply