ଭାରତୀୟ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଙ୍କ ନିକଟରେ ଗୋଟିଏ ବୟାନ କୁ ନେଇ ପାକିସ୍ତାନ ଚିନ୍ତାରେ ପଡିଯାଇଛି , ଆର୍ମି ଚିଫ କହିଥିଲେ ଯେ ଅପରେସନ ସିନ୍ଦୁର କେବଳ ଗୋଟିଏ ଟ୍ରେଲର ଥିଲା, ଏହି ବୟାନ ପରେ ପାକିସ୍ତାନ କୁ ପୁନର୍ବାର ଏୟାର ଷ୍ଟ୍ରାଇକ ଭୟ ଡରାଇ ଦେଇଛି, ପାକିସ୍ତାନ ରକ୍ଷାମନ୍ତ୍ରୀ ଖୁଆଯା ଆସିଫ ଦାବି କରିଛନ୍ତି ଯେ ଭାରତ କେବେବି ପାକିସ୍ତାନ ଉପରେ ଆକ୍ରମଣ କରିପାରେ, ଏହାକୁ ପାକିସ୍ତାନ ଅଣଦେଖା କରି ପାରିବ ନାହିଁ l
ଗୋଟିଏ ଟିଭି କାର୍ଯ୍ୟକ୍ରମ ରେ ପାକିସ୍ତାନ ରକ୍ଷାମନ୍ତ୍ରୀ କହିଛନ୍ତି ଭାରତୀୟ ସେନା ପ୍ରମୁଖ ଙ୍କ ବୟାନ ଏମିତି ଖାଲିରେ ଦେଇନାହାନ୍ତି, ଏହା ପାକିସ୍ଥାନ ପାଇଁ ଗୋଟିଏ ଚେତାବନୀ ଅଟେ, ଆସିଫ କହିଛନ୍ତି ଯେ ଭାରତ ପାକିସ୍ଥାନ ଉପରେ କେଉଁ ସମୟରେ ବି ଆକ୍ରମଣ ସ୍ଥଳ ଭାଗରେ କରିପାରେ, ଏବଂ ଆଫଗାନିସ୍ଥାନ ଅନୁପ୍ରବେଶ ରେ ଭାରତର ହାତ ରହିଛି, ଏବଂ ଅନେକ ଦେଶ ସାଉଦି ଆରବ, ୟୁଏଇ, ଇରାନ,ଚୀନ-ପାକିସ୍ଥାନ ରେ ସୀମା ଦେଇ ଅନୁପ୍ରବେଶ ରୋକିବା ନିହାତି ଜରୁରୀ l ଆଫଗାନିସ୍ଥାନ ର କାବୁଲ ଆତଙ୍କବାଦୀ ଙ୍କ ଆଡା ହୋଇ ସାରିଛି l
ଭାରତୀୟ ଆର୍ମି ଚିଫ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ସୋମବାର ଦିନ ଗୋଟିଏ ପ୍ରେସ ବିଜ୍ଞପ୍ତି ରେ କହିଛନ୍ତି ଯେ ଅପରେସନ ସିନ୍ଦୁର କେବଳ ଗୋଟିଏ ଟ୍ରେଲର ଥିଲା ଯାହା ମାତ୍ର ୮୮ ଘଣ୍ଟା ରେ ସମାପ୍ତ ହୋଇଥିଲା, ଯଦି ପାକିସ୍ଥାନ ଆମକୁ ମଉକା ଦେବ ତେବେ ଆମେ ତାକୁ ଶିଖାଇବୁ ଦାୟିତ୍ୱବାନ ରାଷ୍ଟ୍ର ନିଜ ପଡୋଶୀ ମାନଙ୍କ ସହିତ କିପରି ସମ୍ପର୍କ ରଖିବା ଆବଶ୍ୟକ l ଏହି ବୟାନ ପାକିସ୍ଥାନ ର ଚିନ୍ତା ବଢ଼ାଇଥିଲା l