Odisha news

ଦିଲୀ ରେ ଆଉଥରେ ବମ ଧମାକା ପାଇଁ ଧମକ ଦେଲେ ଆତଙ୍କବାଦୀ : ୨ଟି CRPF ସ୍କୁଲ ଓ ସାକେତ -ରୋହିଣୀ କୋର୍ଟ କୁ ଆତଙ୍କବାଦୀଙ୍କ ମେଲ୍ ଜରିଆରେ ଧମକ  

0

ଦିଲ୍ଲୀ ର ଦ୍ଵାରକା ଓ ପ୍ରଶାନ୍ତ ବିହାର ସ୍ଥିତ ଦୁଇଟି CRPF ସ୍କୁଲ କୁ ସୋମବାର ଦିନ ଇମେଲ୍ ଯୋଗେ ବମ ଧମାକା କରିବାର ଧମକ ମିଳିଛି, ଏହା ସହିତ ସାକେତ କୋର୍ଟ ଓ ରୋହିଣୀ କୋର୍ଟ କୁ ମଧ୍ୟ ଧମକ ମିଳିଛି ଇମେଲ୍ ଜରିଆରେ l

ସୂଚନା ଯୋଗ୍ୟ ଦିଲ୍ଲୀ ପୋଲିସ , ବମ ସ୍କ୍ୱାଡ଼ ଓ ଡଗ ସ୍କ୍ବାର୍ଡ ସମସ୍ତ ଲୋକେସନ ରେ ଛାନଭିନ ଆରମ୍ଭ କରିଛନ୍ତି l କିନ୍ତୁ କୌଣସି ସ୍ଥାନରୁ କିଛି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ, ମିଳିଥିବା ସୂଚନା ଅନୁସାରେ ଏହି ଇମେଲ୍ ଜୈଶ -ଏ-ମହମ୍ମଦ ଆତଙ୍କୀ ସଂଗଠନ ନିକଟରୁ ମିଳିଛି l ଏହାପରେ ସୁରକ୍ଷା ଏଜେନ୍ସି ସାରା ସହରରେ କଡାକଡି ଭାବରେ ଯାଞ୍ଚ ଆରମ୍ଭ କରିଛନ୍ତି l

ଦିଲ୍ଲୀରେ ସୋମବାର ଦିନ ଦ୍ଵାରକା ସ୍ଥିତ ସିଆରପିଏଫ ସ୍କୁଲ ଓ ପ୍ରଶାନ୍ତ ବିହାର ସ୍ଥିତ ସିଆରପିଏଫ ସ୍କୁଲ କୁ ମିଳିଥିଲା l ସୁରକ୍ଷା ଏଜେନ୍ସି ଡଗ ସ୍କ୍ୱାର୍ଡ ଓ ବମ ସ୍କ୍ୱାର୍ଡ ଙ୍କୁ ନେଇ ପହଂଚିବା ପରେ ସ୍କୁଲ ଗୁଡିକୁ ଖାଲି କରାଯାଇଥିଲା l ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଯାଞ୍ଚ ବେଳେ ଉଭୟ ସ୍କୁଲ ରୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ l

ସାକେତ କୋର୍ଟ ଓ ରୋହିଣୀ କୋର୍ଟ ରେ ସୁରକ୍ଷା ବ୍ୟବସ୍ଥା ପୂର୍ବରୁ କଡାକଡି ଥିଲେ ସୁଧା ପୋଲିସ ଯାଞ୍ଚ କରିଥିଲା ଏବଂ ୨ଟି କୋର୍ଟ ପରିସରରୁ ପୋଲିସ କୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା l ବର୍ତମାନ ଯାଞ୍ଚ ଏଜେନ୍ସି  ଇମେଲ୍ ଗୁଡିକୁ ନେଇ ଯାଞ୍ଚ ଆରମ୍ଭ କରିଛନ୍ତି ଏବଂ ଏହା ମିଥ୍ୟା ନା ପ୍ରକୃତରେ ଜୈସ -ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ର ଚେତାବନୀ ବୋଲି ସନ୍ଦେହ କରୁଛି l

ବର୍ତମାନ ଦିଲ୍ଲୀ ପୋଲିସ ପକ୍ଷରୁ ସମସ୍ତ ଲୋକେସନ କୁ ସୁରକ୍ଷିତ ବୋଲି ଘୋଷଣା କରିଦିଆ ଯାଇଛି, କିନ୍ତୁ ସତର୍କତା ବଢ଼ାଇ ଦିଆଯାଇଛି, ସାଇବର ସେଲ୍ ପକ୍ଷରୁ ମଧ୍ୟ ଯାଞ୍ଚ ଚାଲିଛି , ଇମେଲ୍ ପଠାଇଥିବା ବ୍ୟକ୍ତିର ସନ୍ଧାନ ଜାରି ରହିଛି l

Leave A Reply