Odisha news

ପାକିସ୍ତାନ ରାପର ତଲହା ଅଞ୍ଜୁମ ଉଡ଼ାଇଲେ ଭାରତୀୟ ତ୍ରିରଙ୍ଗା , ଇର୍ଷାରେ ଜଳିଲା ପାକିସ୍ଥାନ

0

ପାକିସ୍ତାନ ରାପର ତଲହା ଅଞ୍ଜୁମ ନିକଟରେ ଗୋଟିଏ କଂସର୍ଟ କରୁଥିବା ସମୟରେ ତ୍ରିରଙ୍ଗା ଉଡାଇ ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି l ରାପର ତଲହା ଅଞ୍ଜୁମ ତ୍ରିରଙ୍ଗା କୁ କାନ୍ଧ ରେ ଗୁଡ଼ାଇ ହୋଇ ପରଫର୍ମ ମଧ୍ୟ କରିଥିଲେ, ଭାରତ ପାଇଁ ରାପର ଙ୍କର ସମ୍ମାନ ଓ ଶ୍ରଦ୍ଧା ଦେଖି ପାକିସ୍ଥାନ ନାଗରିକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି l ଅନେକ ପାକ ୟୁଜର୍ସ ରାପର ତଲହା ଅଞ୍ଜୁମ ଙ୍କୁ ତିରସ୍କାର କରିଛନ୍ତି l

ନିକଟରେ ପାକିସ୍ତାନ ରାପର ତଲହା ଅଞ୍ଜୁମ ନେପାଳ ରେ ଗୋଟିଏ କଂସର୍ଟ କରିଥିଲେ, କଂସର୍ଟ ମଧ୍ୟରେ ଅଚାନକ ରାପର ତଲହା ଅଞ୍ଜୁମ ଭାରତୀୟ ତ୍ରିରଙ୍ଗା କୁ ଲହରାଇବାର ଦେଖିବାକୁ ମିଳିଥିଲା l ଏହାପରେ ସେ ତ୍ରିରଙ୍ଗା କୁ ନିଜ କାନ୍ଧରେ ଗୁଡ଼ାଇ ହୋଇ ପରଫର୍ମ କରିଥିଲେ, ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଭାରତ ପ୍ରତି ତାଙ୍କର ସ୍ନେହ ଓ ସମ୍ମାନ କୁ ଦେଖି ପ୍ରଶଂସକ ହୃଦୟ ରୁ ସ୍ୟାଲୁଟ କରୁଛନ୍ତି l

ଅନ୍ୟ ପକ୍ଷରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଚାଲିଥିବା ଉତେଜନା ମଧ୍ୟରେ ରାପର ତଲହା ଅଞ୍ଜୁମ ଙ୍କ ଏହି ଆକ୍ଟ ଦେଖି ପାକିସ୍ଥାନ ଜଳି ଯାଉଛି, ପାକିସ୍ତାନ ର ଅନେକ ୟୁଜର୍ସ ରାପର ତଲହା ଅଞ୍ଜୁମ ଙ୍କର ଆଲୋଚନା ମଧ୍ୟ କରୁଛନ୍ତି, ପହଁଲଗାମ ଆକ୍ରମଣ ପରେ ଭାରତ ପାକିସ୍ଥାନ ର କଳାକାର ମାନଙ୍କୁ ବଲିଉଡ ରୁ ବ୍ୟାନ କରିଛି l ଯାହାକୁ ନେଇ ପାକିସ୍ଥାନୀ ଆଜି ବି ମଧ୍ୟ ଅସନ୍ତୋଷ l

ରାପର ତଲହା ଅଞ୍ଜୁମ ଙ୍କୁ ପାକିସ୍ଥାନ ରେ ଟ୍ରଲ କରାଯାଉଥିବା କୁ ନେଇ ରା଼ପର ନିଜ X  ହ୍ୟାଣ୍ଡେଲ ରେ ପୋଷ୍ଟ ରେ ଲେଖିଛନ୍ତି ଯେ ‘ମୋ ମନରେ ଘୃଣା ଓ ଇର୍ଷା ର କୌଣସି ସ୍ଥାନ ନାହିଁ, ମୋର କଳା ମଧ୍ୟ ସୀମିତ ନୁହେଁ, ଯଦି ଭାରତୀୟ ତ୍ରିରଙ୍ଗା ଉଡ଼ାଇଲେ କଣ୍ଟ୍ରୋଭର୍ତ୍ସି ହେଉଛି ତେବେ ହେବାକୁ ଦିଅ, ମୁଁ ବାରମ୍ବାର ଏହା କରିବି, ମୁଁ ଏହି ମିଡ଼ିଆ, ସରକାର ଓ ତାଙ୍କ ପ୍ରପାଗଣ୍ଡା କୁ ଖାତିର କରିବିନି, ଉର୍ଧ୍ଵ ରାପର ସବୁବେଳେ ସୀମାହୀନ ରହିଥିଲା ଓ ରହିବ ମଧ୍ୟ l

ରାପର ତଲହା ଅଞ୍ଜୁମ କିଏ ?
ରାପର ତଲହା ଅଞ୍ଜୁମ ଙ୍କ ଭିଡିଓ ଦେଖିବା ପରେ ଲୋକେ ତାଙ୍କୁ ସର୍ଚ୍ଚ କରିବାକୁ ଲାଗିଥିଲେ, ୩୦ ବର୍ଷୀୟ ରାପର ତଲହା ଅଞ୍ଜୁମ କରାଚୀ ରେ ରୁହନ୍ତି, ସେ ପାକିସ୍ତାନ ର ଜଣେ ଟପ ରାପର ଭାବରେ ଜଣାଶୁଣା l

Leave A Reply