ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ଵାରା ୨୦୨୭ ଜନଗଣନାର ପ୍ରଥମ ପର୍ୟ୍ୟାୟରେ ଗୃହଗଣନା ଓ ଗୃହତାଳିକା ପ୍ରସ୍ତୁତି କାର୍ୟ୍ୟକ୍ରମର ପ୍ରାକ୍-ପରୀକ୍ଷଣ : ଜନଗଣନା ନିର୍ଦ୍ଦେଶାଳୟ
ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ଵାରା ୨୦୨୭ ଜନଗଣନାର ପ୍ରଥମ ପର୍ୟ୍ୟାୟରେ ଗୃହଗଣନା ଓ ଗୃହତାଳିକା ପ୍ରସ୍ତୁତି କାର୍ୟ୍ୟକ୍ରମର ପ୍ରାକ୍-ପରୀକ୍ଷଣ , ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ଦ୍ଵାରା ରାଜ୍ୟ ସରକାରଙ୍କ ମିଳିତ ସମନ୍ଵୟରେ ରାଜ୍ୟର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତହସିଲର ୨୦ଟି ରାଜସ୍ୱ ଗ୍ରାମରେ ଓ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲର ୪୪ଟି ରାଜସ୍ୱ ଗ୍ରାମରେ ଏବଂ ଭୂବନେଶ୍ଵର ମହାନଗର ନିଗମ ୱାର୍ଡ ଘକ୍ଟ.୨୨ ଓ କଟକ ମହାନଗର ନିଗମ ୱାର୍ଡ ଘକ୍ଟ.୧୭ରେ ନଭେମ୍ବର ୧୦ ତାରିଖ ରୁ ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେଉଛି ।
ଏହି ସମୟ ଅବଧି ମଧ୍ୟରେ ଗଣନାକାରୀ ଆପଣଙ୍କ ଗୃହକୁ ପରିଦର୍ଶନ କରି ଗୃହରେ ନମ୍ବର ଦେବେ ଓ ଗୃହଗଣନା ତଥ୍ୟ ସଂଗ୍ରହ କରିବେ । ୨୦୨୭ ଜନଗଣନାର ବିଶେଷତ୍ଵ ହେଉଛି : ଡିଜିଟାଲ ତଥ୍ୟ ସଂଗ୍ରହ ଓ ସ୍ଵ-ଗଣନା (ଝରକ୍ଷଲ-ଋଦ୍ଭଙ୍କଜ୍ଞରକ୍ସବଗ୍ଧସକ୍ଟଦ୍ଭ) ପୋର୍ଟାଲ୍ ର ବ୍ୟବହାର କରି ନିଜେ ନିଜର ତଥ୍ୟ ପ୍ରଦାନ କରିପାରିବାର ପ୍ରାବଧାନ ବା ସୁବିଧା ସହିତ ଡିଜିଟାଲ ଲେଆଉଟ ମ୍ୟାପିଂ ଆପରେ ପ୍ରତ୍ୟେକ ଘରକୁ ଜିଓ ଟ୍ୟାଗ କରାଯିବ ଓ ଜନଗଣନା ତଥ୍ୟର ତୁରନ୍ତ ପ୍ରସାର କରାଯାଇ ପାରିବ ।
ଭାରତ ସରକାରଙ୍କ ମହା ରେଜିଷ୍ଟ୍ରାର ଓ ଜନଗଣନା ଆୟୁକ୍ତଙ୍କ ସୌଜନ୍ୟରୁ ଗଣନାକାରୀ ଜନସାଧାରଣଙ୍କ ଗୃହକୁ ପରିଦର୍ଶନ କରି – ଗୃହର ଅବସ୍ଥା, ଗୃହରେ ଥିବା ସୁବିଧା ସୁଯୋଗ, ପରିବାର ଦ୍ଵାରା ବ୍ୟବହୃତ ଉପକରଣ ଇତ୍ୟାଦିର ତଥ୍ୟ ସଂଗ୍ରହ କରିବେ । ତେଣୁ, ଏହି କାର୍ୟକ୍ରମରେ ସ୍ଥାନୀୟ ପ୍ରଶାସନ ଓ କର୍ତ୍ତବ୍ୟରତ ଜନଗଣନା ଅଧିକାରୀଙ୍କୁ ସହଯୋଗ ପ୍ରଦାନ କରିବା ସହ ଯେଉଁ ଅଞ୍ଚଳଗୁଡିକରେ ପ୍ରାକ୍-ପରୀକ୍ଷଣ (ଚକ୍ସର-ଞରଗ୍ଦଗ୍ଧ) କାର୍ୟ୍ୟକ୍ରମ ରହିଛି ସେହି ଅଞ୍ଚଳର ଜନସାଧାରଣଙ୍କୁ ସହଯୋଗ ନିମନ୍ତେ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶା ପକ୍ଷରୁ ନିବେଦନ କରାଯାଉଛି ।