ବିହାର ବିଧାନସଭା ମତଦାନର ପରିଣାମ ଆସିଯାଇଛି, ଏହି ଇଲେକ୍ସନ ରେ ବିଜେପି ନେତୃତ୍ୱାଧୀନ ଏନଡିଏ କେବଳ ବହୁମତ ହାସଲ କରିନାହିଁ, ବରଂ ବିରୋଧୀ ଙ୍କୁ ପରାଜୟ ର ଶେଷ ଦ୍ୱାରକୁ ନେଇଯାଇଛି, ୨୪୩ ରୁ ୨୦୨ ଟି ସିଟ ରେ ବିଜୟ ହାସଲ କରିଛି, ଏନଡିଏ ଗଠବନ୍ଧନ ବିପକ୍ଷର ସମସ୍ତ ଇଛାକୁ ଧୂଳିସାତ କରିଦେଇଛି, ଏହି ମତଦାନ ରେ ମହାଗଠବନ୍ଧନ ର ପରାଜୟ ପରେ ଗାନ୍ଧିଜୀ ଙ୍କର ଗୋଟିଏ ଭିଡିଓ ଭାଇରଲ ହେବାରେ ଲାଗିଛି l
ଚାଳିତଥର ମହାଗଠବନ୍ଧନ ରେ କଂଗ୍ରେସ ପାର୍ଟି ୬୧ ଟି ସିଟ ରୁ ମାତ୍ର ୬ ଟି ସିଟ ରେ ବିଜୟ ହାସଲ କରିଛି, ୨୦୨୦ ରେ ୭୦ ଟି ସିଟ ରୁ ୧୯ ଟି ସିଟ ରେ ବିଜୟ ହାସଲ କରିଥିଲା କଂଗ୍ରେସ l ବିହାର ଗଠବନ୍ଧନ ରେ ପରାଜୟ ପରେ କଂଗ୍ରେସ ର ପ୍ରଦର୍ଶନ କୁ ନେଇ ଲୋକେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ସେୟାର କରୁଛନ୍ତି, ସେହିଭଳି ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ଗାନ୍ଧିଜୀ କହୁଛନ୍ତି କଂଗ୍ରେସ କୁ ରାଜନୀତି ଛାଡ଼ିଦେବା ଜରୁରୀ l
କଂଗ୍ରେସ କୁ କଣ କହିଥିଲେ ଗାନ୍ଧିଜୀ ?
ଏହି ବୟାନ ଟି ମହାତ୍ମା ଗାନ୍ଧୀ ଦେଶ ସ୍ୱାଧୀନତା ପରେ ଦେଇଥିଲେ, ଗାନ୍ଧିଜୀ କହିଥିଲେ ଯେ ଦେଶ ସ୍ୱାଧୀନ ହୋଇଗଲା ଏବେ ଆଉ କଂଗ୍ରେସ ର ରାଜନୀତି ରେ ରହିବା ଆବଶ୍ୟକ ନାହିଁ, ଗାନ୍ଧିଜୀ କହିଥିଲେ ସ୍ୱାଧୀନତା କୁ ନେଇ କଂଗ୍ରେସ ର ମୂଳ ଉଦେଶ୍ୟ ଯାହା ଥିଲା ତାହା ପୁରା ହୋଇସାରିଛି l ତେଣୁ କଂଗ୍ରେସ ରାଜନୀତି ଛାଡି ଜନସାଧାରଣ ଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଆବଶ୍ୟକ l
ଯଦି କଂଗ୍ରେସ ରାଜନୀତି ରେ ରହିବ ତେବେ ନିଜର ମୂଳ ଉଦେଶ୍ୟ କୁ ଭୁଲିଯିବ l ତେଣୁ କଂଗ୍ରେସ ନିଜକୁ ଗୋଟିଏ ରାଜନୀତି ଦଳ ଭାବରେ ନୁହେଁ, ବରଂ ଭାରତର ଲୋକଙ୍କ ସେବା ଓ ସାମାଜିକ କାର୍ଯ୍ୟ ରେ ନିଜକୁ ବିନିଯୋଗ କରିବା ଆବଶ୍ୟକ l ରାଜନୈତିକ ବିସ୍ଲେସକ ଙ୍କ ମତରେ ଗାନ୍ଧିଜୀ ଙ୍କର ଏହି ବୟାନ ଖୁବ ପ୍ରାସଙ୍ଗିକ ଆଜି ମଦ୍ୟ ରହିଛି l ବିହାର ରେ ପରାଜୟ ପରେ ଅନେକ ଲୋକ କଂଗ୍ରେସ ଉପରେ ସଂଗଠନ , ରଣନୀତି କୁ ଆହୁରି ମଜବୁତ କରିବା ଜରୁରୀ ବୋଲି କହିଛନ୍ତି l