Odisha news

ଆଜି ହେଉଛି ଶନିବାର ଓ ପବିତ୍ର ଏକାଦଶୀ , ଶ୍ରୀହରି ଙ୍କ ସହିତ ଶନିଦେବ ଙ୍କୁ କରନ୍ତୁ ଏଭଳି ପୂଜା

0

୧୫ ନଭେମ୍ବର ୨୦୨୫ ରେ ଉତ୍ପନ୍ନ ଏକାଦଶୀ, , ଏହିଦିନ ଶନିବାର ପଡୁଛି, ତେଣୁ ଆଜିର ଦିନରେ ପ୍ରଭୁ ଶ୍ରୀହରି ଓ ଶନି ଦେବଙ୍କ ପୂଜା କରିବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧିର ଆଗମନ ହୁଏ, ପାପମୁକ୍ତି ହୋଇଥାଏ ଏବଂ ଜୀବନ ରେ ଧନଧାନ୍ୟ ର ଆଗମନ ହୋଇଥାଏ l

ଏକାଦଶୀରେ ବିଶେଷ ଭାବରେ ଶ୍ରୀହରି ଙ୍କ ନିକଟରେ ବ୍ରତ ରଖି ପୂଜା କରାଯିବାର ବିଧି ରହିଛି, କିନ୍ତୁ ଯେହେତୁ ଶନିବାର ପଡୁଛି ତେଣୁ ଆଜିର ଏକାଦଶୀ ର ବିଶେଷ ମହତ୍ୱ ରହିଛି l

* ଏକାଦଶୀ ବ୍ରତ ଯଦି ଆପଣ କରୁଥାଆନ୍ତି ତେବେ ଆଜିର ଦିନରେ ଶ୍ରୀହରି ଙ୍କ ନିକଟରେ ଗୋଟା ପାନ ସହିତ ଗୋଟା ଗୁଆ ଅର୍ପଣ କରନ୍ତୁ, ଏବଂ ଏକାଦଶୀ ର ପରଦିନ ଏହି ପାନ ଗୁଆ କୁ ପବିତ୍ର ନଦୀରେ ବିସର୍ଜନ କରନ୍ତୁ l ଏଭଳି କରିବା ଦ୍ୱାରା ଜିବନର ସମସ୍ୟା ଦୂର ହୋଇଥାଏ l

* ଯେଉଁ ବ୍ୟକ୍ତି ଏକାଦଶୀ ବ୍ରତ ରଖିଥାଏ ପାପରୁ ମୁକ୍ତି ମିଳିଥାଏ, ତେଣୁ ଆଜିର ଦିନରେ ନାରାୟଣ ସେବା କରିବା ଦ୍ୱାରା ଜୀବନ ରୁ ଦୁଃଖ ଦୁର୍ଦଶା ଦୂର ହୋଇଥାଏ l

* ଶ୍ରୀହରି ଙ୍କ ଛଡା ଶନିଦେବ ଙ୍କ ପୂଜା କରିବା ମଧ୍ୟ ଜରୁରୀ ଅଟେ, ଶନି ଦେବଙ୍କୁ ପୂଜା କରିବା ସମୟରେ ଓଂ ଶଂ ଶନି ଶ୍ଚରାୟ ନମଃ ମନ୍ତ୍ର ପାଠ କରନ୍ତୁ, ଶନି ଦେବଙ୍କ ଉପରେ ରାଶିତେଲ ଅର୍ପଣ କରନ୍ତୁ, ଓ ଅପରାଜିତା ଫୁଲ ଅର୍ପଣ କରନ୍ତୁ l

* ଆଜିର ଦିନରେ କୌଣସି ପ୍ରକାରର ବାଦ ବିବାଦ କରିବା ଉଚିତ ନୁହେଁ , ଏବଂ କାହାକୁ ଖରାପ ବ୍ୟବହାର ମଧ୍ୟ କରନ୍ତୁ ନାହିଁ, କାହିଁକିନା ପ୍ରଭୁ ଶ୍ରୀହରି ଓ ଶନି ଦେବ ଅସନ୍ତୁଷ୍ଟ ହୁଅନ୍ତି l ଏହାଛଡା ନାରାୟଣ ସେବା ପାଇଁ ଭୋଜନ କରାଇବା ଜରୁରୀ l

Leave A Reply