ଅବିଶ୍ୱସନୀୟ ହେଲେ ମଧ୍ୟ ସତ୍ୟ : ପ୍ରଭୁ ଶ୍ରୀଗଣେଶ ଙ୍କର ଏଭଳି ଗୋଟିଏ ମନ୍ଦିର , ଯେଉଁଠି ମୂର୍ତି ର ଉଚତା ବୃଦ୍ଧି ପାଉଛି ପ୍ରତ୍ୟେକବର୍ଷ
ଭାରତର ପ୍ରାଚୀନ ମନ୍ଦିର ସହିତ ଜଡିତ ଅନେକ ତଥ୍ୟ ଜଡିତ ରହିଛି, ବିଜ୍ଞାନ ମଧ୍ୟ ସେହି ସ୍ଥାନରେ ନତମସ୍ତକ ଅଟେ, ତାହା ଜଗନ୍ନାଥ ପୁରୀ ମନ୍ଦିର ହୋଇଥାଉ, କି ବୃନ୍ଦାବନ ର ମନ୍ଦିର ହୋଇଥାଉ, ଏଭଳି ଅନେକ ତଥ୍ୟ ଲୁଚି ରହିଛି ଭାରତର ପ୍ରାଚୀନ ମନ୍ଦିର ରେ l ସେହିଭଳି ଗୋଟିଏ ମନ୍ଦିର ରହିଛି ପ୍ରଥମପୂଜ୍ୟ ଭଗବାନ ଗଣେଶଙ୍କ ର, ଯେଉଁଠି ପ୍ରତ୍ୟେକ ବର୍ଷ ମୂର୍ତି ର ଆକାର ବଢି ଚାଲିଛି, ଏହି ମନ୍ଦିର ଟି ରହିଛି ଆନ୍ଧ୍ରପ୍ରଦେଶ ର କନିପକମ ଗ୍ରାମରେ l
ଆନ୍ଧ୍ରପ୍ରଦେଶ ର କନିପକମ ଗ୍ରାମରେ ଥିବା ବରସିଦ୍ଧି ବିନାୟକ ସ୍ୱାମୀ ମନ୍ଦିର କୁ ନେଇ ଭକ୍ତଙ୍କ ମତ ରହିଛି ଯେ ଏଠାକୁ ଯାଇ ସ୍ନାନ କରିବା ଦ୍ୱାରା ବଡରୁ ବଡ଼ ରୋଗ ମଧ୍ୟ ଭଲ ହୋଇଯାଇଥାଏ l ଏହି ମନ୍ଦିର ଟିକୁ ଲୋକେ ଖୁବ ଦୁରାନ୍ତର ରୁ ଆସିଥାନ୍ତି ଦର୍ଶନ ପାଇଁ l
ମାନ୍ୟତା ରହିଛି ଯେ କନିପକମ ଗ୍ରାମରେ ଥିବା ଏହି ମନ୍ଦିରର ସାମଞ୍ଜସ୍ୟ କଳିଯୁଗ ସହିତ ରହିଛି, ଏହି ମନ୍ଦିରରେ ଥିବା ପ୍ରଭୁ ଗଣେଶଙ୍କ ମୂର୍ତ୍ତିର ଆକାର ପ୍ରତି ବର୍ଷ ବଢିଥାଏ, ଏବଂ କଳିଯୁଗ ର ଶେଷ ହେବା ବେଳକୁ ମୂର୍ତ୍ତିଟି ପୁର୍ଣ ଆକାର ନେଇଯିବ ଓ ଭଗବାନ ଗଣେଶ ସ୍ୱୟଂ ପ୍ରକଟ ହେବେ l
କନିପକମ ଗ୍ରାମରେ ଥିବା ଏହି ବିନାୟକ ମନ୍ଦିରରେ ଏହି ମୂର୍ତି ସ୍ୱୟଂ ପ୍ରକଟ ହୋଇଛନ୍ତି, ଏବଂ ମନ୍ଦିର ସମୁଖ ରେ ଥିବା ପୋଖରୀ ମଧ୍ୟରୁ ଶ୍ରୀଗଣେଶ ଙ୍କ ଉତ୍ପତି ହୋଇଥିଲା, ମାନ୍ୟତା ଅନୁସାରେ କୁହାଯାଏ ଯେ ଯେଉଁ ପୋଖରୀରୁ ଶ୍ରୀଗଣେଶ ଙ୍କ ଉତ୍ପତି ହୋଇଥିଲା ତାର ଜଳ ଅମୃତ ସମାନ ବୋଲି କୁହାଯାଏ l ଏବଂ ଏହି ପାଣି କୁ ଯେ କେହିବି ପିଇଥାଏ ସମସ୍ତ ରୋଗରୁ ମୁକ୍ତି ମିଳିଥାଏ l କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିରଟି ହଜାରେ ବର୍ଷ ପୁରୁଣା ଅଟେ, ଏହାର ନିର୍ମାଣ ଏକାଦଶ ଶତାବ୍ଦୀ ରେ ନିର୍ମାଣ ହୋଇଥିଲା l
କଣ ରହିଛି କିମ୍ବଦନ୍ତୀ ରେ ବର୍ଣନା –
ମନ୍ଦିର ସହିତ ଜଡିତ ପୌରାଣିକ କଥା ଅନୁସାରେ ହଜାର ବର୍ଷ ପୂର୍ବରୁ ଜଣେ ଅନ୍ଧ ବ୍ୟକ୍ତି, ଜଣେ କାଲ ଓ ଜଣେ ମୁକ ବ୍ୟକ୍ତି ତିନି ଭାଇ ପାଣି ପାଇଁ କୂଅ ଖୋଳୁଥିଲେ, ଏବଂ ସେହି ସମୟରେ ତାଙ୍କ ଶାବଳ ପଥରରେ ବାଜିବାରୁ ସେଥିରୁ ରକ୍ତ ବାହାରିଥିଲା, କୂଅ ର ପାଣି ରକ୍ତରଞ୍ଜିତ ହୋଇଯାଇଥିଲା, ଏବଂ ସେହି କୂଅ ପାଣି ଦ୍ୱାରା ୩ ଭାଇ ରୋଗ ମୁକ୍ତ ହୋଇଗଲେ, ଏବଂ ଉକ୍ତ ପଥର ଟି ଗଣେଶ ଙ୍କ ମୂର୍ତି ଜାଣିପାରି ସ୍ଥାପିତ କରାଯାଇଥିଲା l