ହରିୟାଣା ଫରିଦାବାଦ ସ୍ଥିତ ‘ ଅଲ – ଫଲାହ ‘ ୟୁନିଭର୍ସିଟି ଆଜି ଚର୍ଚାରେ ରହିଛି, ୧୦ ନଭେମ୍ବର ରେ ଦିଲ୍ଲୀ ଧମାକା ପରେ ବିଶ୍ୱବିଦ୍ୟାଳୟ ଟି ବିଷୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା, ଯାଞ୍ଚ ଏଜେନ୍ସି କୁ ଦିଲ୍ଲୀ ବ୍ଲାଷ୍ଟ ରେ ଏଠାରୁ ନିୟମିତ ମିଳୁଛି ନୂଆ ନୂଆ ତଥ୍ୟ l
ପ୍ରଥମେ ଦିଲ୍ଲୀ ବ୍ଲାଷ୍ଟ ର ସନ୍ଦିଗ୍ଧ ଉମର ମହମ୍ମଦ , ଯିଏକି ଏହି ବିଶ୍ୱବିଦ୍ୟାଳୟ ରେ ପ୍ରଫେସର ଥିଲେ ସାମ୍ନାକୁ ଆସିଥିଲେ, ଏହାପରେ ଯାଞ୍ଚ ଏଜେନ୍ସି ଙ୍କର ‘ ଅଲ – ଫଲାହ ‘ ବିଶ୍ୱବିଦ୍ୟାଳୟ ରେ ଛାନଭିନ ଆରମ୍ଭ ହୋଇଥିଲା, ଏବଂ ଏଠାରୁ ମିଳିଥିଲା ଡକ୍ଟର ଟେରର ମୋଡ୍ୟୁଲସ ର ବିଭିନ୍ନ ରହସ୍ୟ l
ମିଳିଥିବା ଗୋଟିଏ ସୂଚନା ଅନୁସାରେ ଡାକ୍ତର ସାହିନ, ଡାକ୍ତର ଉମର ଓ ଡାକ୍ତର ମୁଜାମିଲ ଙ୍କର ରହିଛି ‘ ଅଲ – ଫଲାହ ‘ ୟୁନିଭର୍ସିଟି ସହିତ ବିଶେଷ କନେକ୍ସନ l ଏହାଛଡା ଏହି ବିଶ୍ୱବିଦ୍ୟାଳୟ ରୁ କିଛିଟା ଷ୍ଟାଫ ଓ ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ପୋଲିସ ଉଠାଇ ନେଇ ଯାଞ୍ଚ ଚଳାଇଛି l
ଯାଞ୍ଚ ଏଜେନ୍ସି ଙ୍କୁ ଜଣାପଡିଛି ଯେ ଡାକ୍ତର ଉମର ଙ୍କ I -20 କାର ୧୧ ଦିନ ପର୍ଯ୍ୟନ୍ତ ହରିୟାଣା ର ‘ ଅଲ – ଫଲାହ ‘ ବିଶ୍ୱବିଦ୍ୟାଳୟ ର ପରିସରରେ ଠିଆ ହୋଇଥିଲା, ୨୯ ଅକ୍ଟୋବର ରୁ ନେଇ ୧୦ ନଭେମ୍ବର ପର୍ଯ୍ୟନ୍ତ ସେହି ଗୋଟିଏ ସ୍ଥାନରେ ଠିଆ ହୋଇଥିଲା l
ବ୍ଲାଷ୍ଟ ରେ ବ୍ୟବହୃତ ହୋଇଥିବା କାର ଟି ୨୯ ଅକ୍ଟୋବର ରେ କିଣା ଯାଇଥିଲା, ଏବଂ କିଣା ଯିବାର ତୁରନ୍ତ ପରେ ପ୍ରଦୂଷଣ ପ୍ରମାଣପତ୍ର ପ୍ରସ୍ତୁତ ହୋଇଥିଲା l ସିସିଟିଭି ଫୁଟେଜ ଆଧାରରେ ଜଣା ପଡିଛି ଯେ ୩ଜଣ ଙ୍କୁ ଏହି କାର ସହିତ ୟୁନିଭର୍ସିଟି କ୍ୟାମ୍ପସ ରେ ଦେଖିବାକୁ ମିଳିଥିଲା l
‘ ଅଲ – ଫଲାହ ‘ ର ଅର୍ଥ କଣ ?
‘ ଅଲ – ଫଲାହ ‘ ବିଶ୍ୱବିଦ୍ୟାଳୟ ବର୍ତମାନ ଚର୍ଚାରେ ରହିଥିବା ବେଳେ ଅନେକ ଲୋକଙ୍କର ଜାଣିବାକୁ ଇଚ୍ଛା ରହିଛି ‘ ଅଲ – ଫଲାହ ‘ ର ଅର୍ଥ କଣ ? ‘ ଅଲ – ଫଲାହ ‘ ଗୋଟିଏ ଆରବୀ ଶବ୍ଦ, ଯାହାକି ଇସ୍ଲାମିକ ସନ୍ଦର୍ଭ ରେ ଖୁବ ମହତ୍ଵପୁର୍ଣ ଶବ୍ଦ ଅଟେ l ଏହାର ପ୍ରକୃତ ଅର୍ଥ ହେଉଛି ସଫଳତା, ସମୃଦ୍ଧି, କଲ୍ୟାଣ, ମୁକ୍ତି , ସୁଖ-ଶାନ୍ତି ଇତ୍ୟାଦି l
‘ ଅଲ – ଫଲାହ ‘ ଶବ୍ଦ ମୁସଲମାନ ଙ୍କର ଅଜାନ ପାଠ ସମୟରେ ବ୍ୟବହାର ହୋଇଥାଏ, ଏବଂ ମୁସଲମାନ ମାନେ ଆଲହା ଙ୍କୁ ପ୍ରାର୍ଥନା କରିବା ସମୟରେ କହି ଥାଆନ୍ତି ଯେ ସଫଳତା ଆଡକୁ ନେଇଯାଅ, ସେହି ସ୍ଥାନରେ ‘ ଅଲ – ଫଲାହ ‘ ବ୍ୟବହାର ହୋଇଥାଏ l
