ଆଫଗାନିସ୍ତା ଓ ପାକିସ୍ଥାନ ମଧ୍ୟରେ ଉତେଜନା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି, ଯାହାକି ଉଭୟ ଦେଶର ସୀମା ଅଟେ, ଗତ କିଛିଦିନ ତଳେ କତର ପକ୍ଷରୁ ଜାରି ହୋଇଥିବା ସିଜ ଫାୟାର ଷ୍ଟେଟମେଣ୍ଟ ରେ ଦୂରାଣ୍ଡ କୁ ବର୍ଡ଼ର କୁହାଯିବାକୁ ନେଇ ଆଫଗାନ ଅଫିସର ଅସନ୍ତୋଷ ପ୍ରକାଶ କରିଛନ୍ତି, ଏବଂ ଏହାପରେ କତର କୁ ଗୋଟିଏ ଷ୍ଟେଟମେଣ୍ଟ ଜାରି କରିବାକୁ ପଡିଥିଲା l
କତର ପକ୍ଷରୁ ଜାରି ହୋଇଥିବା ବୟାନ ରେ କୁହାଯାଇଥିଲା ଯେ ଉଭୟ ଭାଇ ଚାରା ର ଦେଶ ମଧ୍ୟରେ ସୀମାକୁ ନେଇ ଉତେଜନା କୁ ସମାପ୍ତ କରିବାରେ ସାହାଯ୍ୟ କରିବ, ଏବଂ ସୀମାକୁ ନେଇ ଗୋଟିଏ ସ୍ଥାୟୀ ଭିତ୍ତିପ୍ରସ୍ତର ରଖାଯିବ l
ଡୁରଣ୍ଡ ଲାଇନ କଣ ?
ଆଫଗାନିସ୍ଥାନ-ପାକିସ୍ଥାନ ମଧ୍ୟରେ ଏହି ବର୍ଡ଼ର ଲାଇନ ୧୮୯୩ ରେ ହିନ୍ଦୁ କୁଶ ରେ ନିର୍ମାଣ ହୋଇଥିଲା, ଯାହା ଆଫଗାନିସ୍ତାନ ଓ ବ୍ରିଟିସ ଭାରତର ର ଆଦିବାସୀ ଅଞ୍ଚଳ କୁ ଯୋଡ଼ିଥାଏ, ଏହା ଉନବିଂଶ ଶତାବ୍ଦୀ ରେ ରୁଷ ଓ ବ୍ରିଟିଶ ସାମ୍ରାଜ୍ୟ ମଧ୍ୟରେ ହୋଇଥିବା ଗ୍ରେଟ ଗେମ ର ଗୋଟିଏ ନମୁନା, ଯେଉଁଥିରେ ଆଫଗାନିସ୍ଥାନ କୁ ଇଂରେଜ ମାନେ ପୂର୍ବ ପଟକୁ ଓ ରୁଷ ବିସ୍ତାରବାଦ ଙ୍କ ଭୟ ରେ ଗୋଟିଏ ମାଧ୍ୟମ ଭାବରେ ବ୍ୟବହାର କରାଯାଇ ଥିଲା l
୧୮୯୩ ରେ ସେତେବେଳ ର ଭାଇସ ରାଏ ଓ ଆଫଗାନ ଶାସକ ଅମୀର ଅବଦୁଲ ରହମାନ ଙ୍କ ମଧ୍ୟରେ ଗୋଟିଏ ଚୁକ୍ତି ହୋଇଥିଲା , ଯାହାକୁ ନେଇ ଡୁରଣ୍ଡ ଲଇଁ ପ୍ରସ୍ତୁତ ହୋଇଥିଲା, ୧୮୮୦ ରେ ଅବଦୁଲ ରହମାନ ଆଫଗାନିସ୍ଥାନ ର ଶାସନ ଡୋରି ସମ୍ଭାଳି ଥିଲେ, ଦ୍ଵିତୀୟ ଆଫଗାନ ଯୁଦ୍ଧରେ ଇଂରେଜ ମାନେ ଆଫଗାନିସ୍ଥାନ ର ଅନେକ ଅଞ୍ଚଳ କୁ ଦଖଲ କରିଥିଲେ l
ଡ଼ୁରଣ୍ଡ ସହିତ ତାଙ୍କ ଚୁକ୍ତି ଭାରତ ସହିତ ଆଫଗାନ ସୀମା ରେ ବ୍ରିଟିଶ ଭାରତ ପ୍ରଭାବିତ ଅଞ୍ଚଳ ର ସୀମା ନିର୍ଧାରଣ କରାଯାଇଥିଲା, ଡ଼ୁରଣ୍ଡ ଏଗ୍ରିମେଣ୍ଟ ରେ ୨,୬୭୦ କିଲୋମିଟର ଦୀର୍ଘ ଲମ୍ବ ଲାଇନ ର ମାନ୍ୟତା ଦିଆଯାଇଛି l ଯାହାକି ଚୀନ ସୀମାରୁ ନେଇ ଆଫଗାନିସ୍ଥାନ ର ଇରାନ ସୀମା ପର୍ଯ୍ୟନ୍ତ ପରିବ୍ୟାପ୍ତ l
୧୯୪୭ ରେ ସ୍ୱାଧୀନତା ସହିତ , ପାକିସ୍ଥାନ କୁ ଡ଼ୁରଣ୍ଡ ଲାଇନ ବିରାସତ ରେ ମିଳିଥିଲା, ଏବଂ ଏହା ସହିତ ପସ୍ତୁନ ମାନେ ଏହି ଲାଇନ କୁ ଗ୍ରହଣ କରିପାରି ନଥିଲେ l ଏବଂ ଆଫଗାନିସ୍ଥାନ ମଧ୍ୟ ଏହାକୁ ଗ୍ରହଣ କରି ନଥିଲା l କିନ୍ତୁ ପାକିସ୍ତାନ ଡ଼ୁରଣ୍ଡ ଲାଇନ କୁ ଇଣ୍ଟରନେଶନାଲ ବର୍ଡ଼ର ଭାବରେ ମାନିଥାଏ , ଆଫଗାନିସ୍ଥାନ ସହିତ ତାଲିବାନ ମଧ୍ୟ ଏହାକୁ ପରିକଳ୍ପିତ ଭଗବାଣ୍ଟା ବୋଲି ଭାବିଚି, ଯାହା ପସ୍ତୁନ ମାନଙ୍କ ଅଂଚଳ କୁ ଭାଗ କରୁଛି ଏବଂ ଆଫଗାନିସ୍ଥାନ ର ସଂପ୍ରଭୁତା କୁ ଦୁର୍ବଳ କରୁଛି ବୋଲି ଆଫଗାନିସ୍ଥାନ ର ମତ ରହିଛି l
କିନ୍ତୁ ବର୍ତମାନ ଏହି ଡ଼ୁରଣ୍ଡ ଲାଇନ ଉଭୟ ଦେଶର ଉତେଜନା ର କାରଣ ହୋଇଛି l