ଦେବ ଉତ୍ଥାନ ଏକାଦଶୀ ଦିନ ଭଗବାନ ଶ୍ରୀହରୀ ଚାରିମାସ ର ଯୋଗ ନିଦ୍ରାରୁ ଉଠି ଥାଆନ୍ତି ଏବଂ ଚାତୁର୍ମାସ ର ସମାପ୍ତି ହୋଇଥାଏ , ଏହିଦିନ ଟି କାର୍ତିକ ମାସର ଗୋଟିଏ ମହତ୍ଵପୁର୍ଣ ଦିନ ଅଟେ, ସାୟଂ ଏକାଦଶୀ ଠାରୁ ଭଗବାନ ବିଷ୍ଣୁ ଚାରି ମାସ ପାଇଁ ଯୋଗ ନିଦ୍ରାକୁ ଯାଇ ଥାଆନ୍ତି, ଚତୁର୍ମାସ ରେ ହିନ୍ଦୁ ଧର୍ମ ରେ ମାଙ୍ଗଳିକ କାର୍ଯ୍ୟ ବନ୍ଦ କରାଯାଏ, ଏବଂ ଏହି ଚାରିମାସ ପୃଥିବୀ ଲୋକ ର ପାଳନ ଦାୟିତ୍ୱ ଶିବ ପରିବାର ଉପରେ ରହିଥାଏ l
ଦେବ ଉତ୍ଥାନ ଏକାଦଶୀ ପରେ ହିନ୍ଦୁ ଧର୍ମ ରେ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ l ଚଳିତ ବର୍ଷ ଦେବ ଉତ୍ଥାନ ଏକାଦଶୀ ୨ଦିନ ପାଳିତ ହେବ, ଗୋଟିଏ ଦିନ ହେଲା ନଭେମ୍ବର ୧ ତାରିଖ ଶନିବାର, ଏବଂ ଅନ୍ୟଟି ହେଲା ନଭେମ୍ବର ୨ତାରିଖ ରବିବାର l ଏକାଦଶୀ ତିଥି ଶନିବାର ୧ ତାରିଖ ସକାଳ ୯ ତା ୧୧ ମିନିଟ ରେ ଆରମ୍ଭ ହେବ, ଏବଂ ୨ତାରିଖ ସକାଳ ୭ଟା ୧୧ ମିନିଟ ରେ ସମାପ୍ତ ହେବ l ଗୃହସ୍ଥ ମାନେ ୧ ତାରିଖ ରେ ଏକାଦଶୀ ବ୍ରତ ରଖିପାରିବେ ଏବଂ ଅନ୍ୟମାନେ ଦୁଇ ତାରିଖରେ ବ୍ରତ ରଖିବେ l
ଆଜିର ଦିନରେ ବିଶେଷ ଭାବରେ ଶାଳଗ୍ରାମ ଙ୍କ ସହିତ ମା ବୃନ୍ଦାବତୀ ଙ୍କର ବିବାହ କାର୍ଯ୍ୟ ହୋଇଥାଏ l ଯାହାକି ହିନ୍ଦୁ ପରମ୍ପରା ଓ କାର୍ତିକ ମାସର ଗୋଟିଏ ମୁଖ୍ୟ କାର୍ଯ୍ୟ l ତୁଳସୀ ବିବାହ ଧର୍ମୀଙ୍କ ଦୃଷ୍ଟିରୁ ଗୋଟିଏ ଶୁଭ କାର୍ଯ୍ୟ l ତୁଳସୀ ବିବାହ ସହିତ ହିନ୍ଦୁ ଧର୍ମରେ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇ ଥାଏ l ଯେଉଁ ଘରର ଅଗଣାରେ ମା ବୃନ୍ଦାବତୀ ଓ ବିଷ୍ଣୁ ଙ୍କ ବିବାହ କାର୍ଯ୍ୟ ହୋଇଥାଏ ସେଠାରେ ସର୍ବଦା ସୁଖ- ସମୃଦ୍ଧି ରହିଥାଏ l
– ତୁଳସୀ ବିବାହ କରିବା ଦ୍ୱାରା ଘରର ପବିତ୍ରତା ସ୍ଥିର ହୋଇ ରହିଥାଏ ଏବଂ ସମୃଦ୍ଧି ର ଆଗମନ ହୋଇଥାଏ l
– ତୁଳସୀ ବିବାହ କରିବା ପୂର୍ବରୁ ଘରର ଅଗଣାକୁ ପୋଛି ସେଠାରେ ଗୋଟିଏ କଳସ ସ୍ଥାପନା କରନ୍ତୁ, ଏବଂ ବୃନ୍ଦାବତୀ ଙ୍କୁ ହଳଦିଆ ବସ୍ତ୍ର, ଶଙ୍ଖା , ସିନ୍ଦୁର ଏବଂ ପଦ୍ମ ଫୁଲ ଅର୍ପଣ କରନ୍ତୁ l
– ଏହା ସହିତ ଶାଳଗ୍ରାମ ବା ଭଗବାନ ବିଷ୍ନୁ ଙ୍କୁ ତୁଳସୀ, ପାନ ପତ୍ର, ଦୁବ ଏବଂ ସିନ୍ଦୁର ଅର୍ପଣ ସହିତ ବସ୍ତ୍ର ମଧ୍ୟ ଅର୍ପଣ କରନ୍ତୁ l ବିଷ୍ନୁ ଙ୍କ ନିକଟରେ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରିବାକୁ ଭୁଲିବେ ନାହିଁ l
– ମାନ୍ୟତା ରହିଛି ଯେ ଯଦି କୌଣସି ଗୃହୀ ଆଜିର ଦିନରେ ବିଷ୍ନୁ ଲକ୍ଷ୍ମୀ ଙ୍କ ସ୍ତୁତି କରିଥାଏ ତାର ପାରିବାରିକ ଜୀବନ ସୁଖ ସ୍ବାଛନ୍ଦ୍ୟ ରେ ଅତିବାହିତ ହୋଇଥାଏ l ଏବଂ ସନ୍ତାନ ସୁଖ ଲାଭ ହେବା ସହିତ ଧନର ବୃଦ୍ଧି ମଧ୍ୟ ହୋଇଥାଏ l
