Odisha news

କେରଳ ମୁଖ୍ୟମନ୍ତ୍ରୀ ପୀନରାଇ ବିଜୟନଙ୍କ ବଡ଼ ଘୋଷଣା : ଭାରତର ପ୍ରଥମ ରାଜ୍ୟ କେରଳ ଦାରିଦ୍ର୍ୟତା ଦୂରୀ କାରଣ ରେ ପ୍ରଥମ

0

ଭାରତ ଇତିହାସ ରେ ନଭେମ୍ବର ୧ ତାରିଖ ୨୦୨୫ ର କେରିଲ ରାଜ୍ୟ ପାଇଁ ମାଇଲ ଖୁଣ୍ଟ ପ୍ରମାଣ ହୋଇଛି, କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ରାଜ୍ୟ ବିଧାନସଭା ରେ ଘୋଷଣା କରିଛନ୍ତି ଯେ କେରଳ ବର୍ତମାନ ଚରମ ଦରିଦ୍ରତା ମୁକ୍ତ, ଏହି ଘୋଷଣା ରାଜ୍ୟର ସ୍ଥାପନା ଦିବସ ଅର୍ଥାତ କେରଳ ପରବି ଦିବସ ରେ ଘୋଷଣା କରାଯାଇଛି l ଯାହାକୁ ନେଇ ସମ୍ପୂର୍ଣ ରାଜ୍ୟ ଉତ୍ସାହ ରେ ପୁରି ଉଠିଛି l

ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି ‘ ଆଜିର ଦିନଟି ଇତିହାସ ରେ ଲିପିବଧ ହେବ, କାହିଁକିନା ଆଜି କେରଳ ଗୋଟିଏ ଏଭଳି ରାଜ୍ୟ ହୋଇଛି ଯେଉଁଠି ଆଜି କୌଣସି ବ୍ୟକ୍ତି ଚରମ ଗରିବୀ ରେ ନାହାନ୍ତି, ଏହା ନୂଆ କେରଳ ର ଗୋଟିଏ ନୂତନ ଦିଗ ଅଟେ l ‘

ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି ୨୦୨୧ ରେ ଆମ ସରକାର ତିଆରି ହେବା ସମୟ ରେ ନୂଆ କ୍ୟାବିନେଟ ବୈଠକ ରେ ନିଷ୍ପତି ନିଆଯାଇ ଥିଲା ଯେ ରାଜ୍ୟ ରୁ ଅତ୍ୟଧିକ ଦାରିଦ୍ର୍ୟ ଦୂରୀକରଣ ସର୍ବ ପ୍ରଥମେ କରାଯିବ l ଏହା ମତଦାନ ସମୟରେ ଜନସାଧାରଣ ଙ୍କୁ ଦିଆଯାଇଥିବା ଗୋଟିଏ ପ୍ରତିଶୃତି ଥିଲା, ଯାହା ବର୍ତମାନ ପୁରା କରାଯାଇଛି l

ପୂର୍ବରୁ କେରଳ ଦେଶର ପ୍ରଥମ ରାଜ୍ୟ ଥିଲା ଯେଉଁଠି ୧୦୦ ପ୍ରତିଶତ ସାକ୍ଷରତା ଥିଲା, ବର୍ତମାନ ଡିଜିଟାଲ ସାକ୍ଷରତା ଓ ପ୍ରତ୍ୟେକ ଘରେ ବିଜୁଳୀ ଆଲୋକ ବ୍ୟବସ୍ଥା ସହିତ ଗରିବୀ ଦୂରୀ କରଣ ରେ ନୂତନ ରେକର୍ଡ କରିଛି l ରାଜ୍ୟ ସରକାର ଏଥିପାଇଁ ୧୦୦୦ କୋଟି ଟଙ୍କାରୁ ଉର୍ଧ୍ଵ ନିବେଶ କରିଛନ୍ତି l

Leave A Reply