Odisha news

ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ 

0
କନ୍ଧମାଳ, ତା, ୨୯/୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ଅତ୍ୟାଧୁନିକ ଯୁଗରେ ସମାଜ ପାଇଁ ସାଇବର ଠକେଇ ନାମରେ ଏକ ବଡ଼ ବିପଦ ସୃଷ୍ଟି ହୋଇଛି ଯାହା ଦ୍ୱାରା ସାଧାରଣ ଜନତାଙ୍କ ଧନ, ଜୀବନ ଓ ସମ୍ମାନ ହାନି ହେଉଛି। ବିଭିନ୍ନ ଉପାୟରେ ସାଇବର ଠକମାନେ ନିରୀହ ଲୋକଙ୍କ କ୍ଷତି କରୁଥିବା ନେଇ ପ୍ରତିଦିନ ବିଭିନ୍ନ ଥାନାରେ ଏତଲା ପଞ୍ଜୀକୃତ ହେଉଛି। ଏ ନେଇ ଜି. ଉଦୟଗିରି ଆଦର୍ଶ ଥାନା ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ସମନିତ କାର୍ଯ୍ୟାଳୟ ଓ ବ୍ଲକ ପ୍ରେକ୍ଷାଳୟଠାରେ ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ବୁଧବାର ଏକ ସଚେତନତା କାର୍ଯ୍ୟକ୍ରମରେ ଫୁଲବାଣୀ ସାଇବର ଥାନା ମହିଳା ଅଧିକାରୀ ଗେଲି ସାହୁ, ତହସିଲଦାର ରଞ୍ଜନ କୁମାର ସାହୁ, ଏସ୍‌ଡିପିଓ ବିଜୟ କୁମାର ବିଶି, ଏନ୍‌ଏସି ଇ.ଓ ଆଶୁତୋଷ ଗୌରବ କର, ବିଡିଓ ଶରତ ଚନ୍ଦ୍ର ମଲ୍ଲିକ, ମହିଳା ଆଇଆଇସି ରଞ୍ଜିତା ବେହେରା, ଏସ ଆଇ ଅସିତ୍‌ ସେଠୀ ପ୍ରମୁଖ ଯୋଗ ଦେଇ ସାଇବର ଅପରାଧକୁ ନେଇ ସଚେତନତା ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ସାଇବର ଥାନା ମହିଳା ଅଧିକାରୀ ସାଇବର ଠକେଇର ପ୍ରମୁଖ ମାଧ୍ୟମ ନିତ୍ୟ ବ୍ୟବହାର୍ଯ୍ୟ ‘ମୋବାଇଲ’ ବୋଲି କହିବା ସହ ଠକେଇର ବିଭିନ୍ନ ମାଧ୍ୟମ ବିଷୟରେ ଅବଗତ କରାଇଥିଲେ । ତା’ସହ ସାଇବର ଠକେଇରୁ ବଞ୍ଚିବା ପାଇଁ ସତର୍କତା ଉପାୟ ଯଥା ମୋବାଇଲରେ ଜଟିଳ ପାସଓ୍ବାର୍ଡ ବ୍ୟବହାର, ଅନ୍‌ଲାଇନ୍‌ ଆର୍ଥିକ କାରବାର, କଓ୍ବୋଇସି ଅପଡେଟ୍‌, ମୋବାଇଲରେ ସର୍ଚ୍ଚ ଇଞ୍ଜିନ ବ୍ୟବହାର, ଚାକିରି ଦେବା ପାଇଁ ଠକେଇ, ବିଭିନ୍ନ ପ୍ରକାରର ଲୋନ ଆପ, ମାଟ୍ରିମୋନି ଆପ୍‌, ଅନଲାଇନ କ୍ରୟ ବିକ୍ରୟ, ଅନ୍‌ନୋନ୍‌ କଲ୍‌, ଟାୱାର ସ୍ଥାପନ, ଅନଲାଇନ ଶପିଂ,ସୋସିଆଲ ମିଡିଆ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ସହ ଠକେଇରୁ ବଞ୍ଚିବା ପାଇଁ ଆବଶ୍ୟକୀୟ ଉପାୟ ବିଷୟରେ ସଚେତନତା ବାର୍ତ୍ତା ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ମହିଳା ପୁରୁଷ ଉପସ୍ଥିତ ଥିଲେ।
Leave A Reply