ଭୁବନେଶ୍ବର: ଆରମ୍ଭ ହୋଇଛି ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା । କାକିନାଡା ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା। ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପକ୍ରିୟା । ତେବେ ଏନେଇ କନକ ନ୍ୟୁଜ୍କୁ ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି । କହିଛନ୍ତି- ଛୋଟ ବାତ୍ୟା ହୋଇଥିବାରୁ ବାତ୍ୟାର ଆଖି ନାହିଁ । ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରୁଛି ।
ବାତ୍ୟାର ଲ୍ୟାଣ୍ଡଫଲ୍ କରିବା ପରେ କାକିନାଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଆରମ୍ଭ କରିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବାପରେ ସୁ ସୁ ଗର୍ଜନ ଛାଡ଼ୁଛି ସମୁଦ୍ର । ସ୍ଥାନୀୟ ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ବାତ୍ୟାକୁ ଦୃଷ୍ଟିରେ ରଖି କାକିନାଡ଼ାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବେ ସମୁଦ୍ର ସମ୍ପୂର୍ଣ୍ଣ ଅଶାନ୍ତ ହୋଇ ପଡ଼ିଛି । ଉଠୁଛି ଉଚ୍ଚ ଉଚ୍ଚ ଜୁଆର ।