Odisha news

ଧନ ତେରାସ ରେ କୁବେର ଙ୍କ ନିକଟରେ କରି ନିଅନ୍ତୁ ଏହି ମନ୍ତ୍ରପାଠ , ରହିବ ନାହିଁ ଧନ ର ଅସୁବିଧା

0

କୃତିକ ମାସ ହେଉଛି ଧର୍ମର ମାସ, ଏବଂ ଏହି ମାସରେ ଧନ୍ଵନ୍ତରୀ ଙ୍କ ଜୟନ୍ତୀ କୁ ଧନତେରସ ଭାବରେ ପାଳନ କରାଯାଇଥାଏ l ଚଳିତ ବର୍ଷ ଅକ୍ଟୋବର ୧୯ ତାରିଖ ରେ ଧନତେରସ ପାଳନ କରାଯିବ l ଏହାପରେ ଦୀପଦାନ ଉତ୍ସବ ପାଳିତ ହେବ l

ହିନ୍ଦୁ ଧର୍ମରେ ଆଲୋକର ପର୍ବ ଦୀପାବଳୀ କୁ ସୁଖ ସମୃଦ୍ଧିର ପର୍ବ ବୋଲି କୁହାଯାଏ, ଏବଂ ଅନ୍ଧାର ଉପରେ ଆଲୋକର ବିଜୟ ବୋଲି ଆମେ ଏହିଦିନ କୁ ସଠିକ ଭାବରେ ପାଳନ କରିଥାଉ l

ଦୀପାବଳୀ ର ପର୍ବ ରେ ଆମେ ଲକ୍ଷ୍ମୀ-ଗଣେଶ ଙ୍କ ସହିତ କୁବେର ଙ୍କୁ ମଧ୍ୟ ପୂଜାର୍ଚନା କରିବା ଜରୁରୀ, ଯେଉଁଠି ଏହି ଦୁଇ ଦେବଦେବୀଙ୍କ କୃପା ବରଷି ଥାଏ ସେଠାରେ କଦାପି ଧନର ଅଭାବ ରହିନଥାଏ l

ମାନ୍ୟତା  ରହିଛି ଯେ ଧନତେରାସ ରେ ଯଦି ଶୁଭ କାର୍ଯ୍ୟ କରାଯାଏ ତେବେ ୧୩ ଗୁଣ ଫଳପ୍ରଦ ହୋଇଥାଏ, ତେଣୁ ଧନତେରସ ରେ ଧନ ପ୍ରାପ୍ତି ପାଇଁ ଉପାୟ କରାଯାଇଥାଏ, ଯାହାକି ଫଳପ୍ରଦ ଅଟେ, ଚଳିତ ବର୍ଷ ଧନତେରସ ୧୮ ଅକ୍ଟୋବର ରେ ପାଳିତ ହେବ, ଏବଂ କୁବେରଙ୍କ ସହିତ ମାଲକ୍ଷ୍ମୀ ଙ୍କର ପୂଜାର୍ଚନା ହେବ l

ଧଂନତେରାସ ଦିନ ସନ୍ଧ୍ୟା ସମୟ ରେ ୧୩ଟି ଘିଅ ଦୀପ ଜଳାନ୍ତୁ ,ଏଥିସହିତ ଚନ୍ଦନ, ଧୂପ, ଦୀପ, ନୈବେଦ୍ୟ, ଫଳ,ଫୁଲ ଆଦି ଅର୍ପିତ କରନ୍ତୁ , ଏବଂ କୁବେର ଙ୍କୁ ଆବାହନ କରି ଦିବ୍ୟ ମନ୍ତ୍ର ପାଠ କରନ୍ତୁ l ମନ୍ତ୍ରଟି ହେଲା –
‘ ୟକ୍ଷlୟ କୁବେରାୟ ବୈଶ୍ରବିଣlୟ ଧନ-ଧାନ୍ୟ ଅଧିପତୟେ ଧନ-ଧାନ୍ୟ ସମୃଦ୍ଧି ମେ ଦେହୀ ଦାପାୟ ଦ୍ୱାପୟା ସ୍ୱାହା ‘ l

– ଯଦି ଘରେ ଧନ ରହୁନାହିଁ ତେବେ ଧନତେରସ ଦିନ ଠାରୁ ଦୀପାବଳୀ ପର୍ଯ୍ୟନ୍ତ ପ୍ରତିଦିନ ମାଲକ୍ଷ୍ମୀ ଙ୍କ ପୂଜା କରନ୍ତୁ, ଏବଂ ପୂଜାରେ ଦୁଇଟି ଲବଙ୍ଗ ଅର୍ପଣ କରନ୍ତୁ l

– ଯଦି କିଛି କାମ ଅଟକି ରହୁଛି ତେବେ ଧନତେରସ ରେ କ୍ଷୀରୀ , ଧଳା ବସ୍ତ୍ର ଏବଂ ଅନ୍ୟ ଧଳା ଜିନିଷ ଦାନ କରନ୍ତୁ l

– ଧନତେରସ ରେ କିନ୍ନର ଙ୍କୁ ଦାନ କରିବା ଖୁବ ଶୁଭ ଅଟେ, ଏବଂ ସେମାନଙ୍କ ନିକଟରେ ଗୋଟିଏ ମୁଦ୍ରା ନେଇ ନିଜ ଘରେ ନିହାତି ରଖନ୍ତୁ, ଏବଂ ଯଦି ଧନତେରସ ରେ କେହି ଆପଣଙ୍କ ଘରକୁ ଆସୁଛି ତାକୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ l

– ଧନତେରସ ରେ ଦକ୍ଷିଣବର୍ତ୍ତୀ ସଂଖରେ ରେ ଜଳ ଭାରି ଘରର ଚତୁର୍ପାର୍ଶ୍ୱରେ ଛିଂଚି ଦିଅନ୍ତୁ, ଏହାଦ୍ୱାରା ଘରକୁ ମାଲକ୍ଷ୍ମୀ ଙ୍କ ଆଗମନ ହେବ l

Leave A Reply