ବିଶ୍ୱରେ ଟେକ୍ନୋଲୋଜି ବ୍ୟବସ୍ଥା ଲଗାତାର ଭାବରେ ବଢିବାକୁ ଲାଗିଛି, ଯାହାକି ମଣିଷର ପାରମ୍ପରିକ ଆବଶ୍ୟକତା କୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ରୋବଟିକ୍ସ ଏବଂ ଅଟୋମେସନ ଭଳି ଆଧୁନିକ ଯନ୍ତ୍ରପାତି କୌଶଳ ଆମ କର୍ମ, ଜୀବନ ଏବଂ ଚିନ୍ତାଧାରା କୁ ସମ୍ପୂର୍ଣ ଭାବରେ ପରିବର୍ତ୍ତନ କରିଦେଇଛି l ନିକଟରେ ଗବେଷକ ମାନେ ଏହାକୁ ନେଇ ଗୋଟିଏ ଅଧୟନ କରିଥିଲେ, ଯେଉଁଥିରେ ସେମାନେ AI କୁ କିଛିଟା ପ୍ରଶ୍ନ ପଚାରିଥିଲେ l ଯାହାର ଉତର ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ l
AI ର ମତ ଅନୁସାରେ ୨୦୩୦ ସୁଦ୍ଧା କିଛି ଏଭଳି ଟେକ୍ନୋଲୋଜି ସାମ୍ନାକୁ ଆସିବ ଯାହାଦ୍ୱାରା ଆଉ ମଣିଷର କାର୍ଯ୍ୟ କରିବାର ଆବଶ୍ୟକତା ରହିବ ନାହିଁ, ଆସନ୍ତୁ ଆଜି ଜାଣିବା ସେହି ୫ଟି ବଡ଼ ଟେକ୍ନୋଲୋଜି କଣ l
* ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ –
ଆଜି ମଧ୍ୟ AIଆମ ମଧ୍ୟରେ ରହିଛି କିନ୍ତୁ ୨୦୩୦ ବେଳକୁ ମଣିଷର ମସ୍ତିଷ୍କ ଠାରୁ ଅଧିକ ଦ୍ରୁତ ଓ ସଠିକ ନିଷ୍ପତି AI ନେଇ ପାରୁଥିବ l ହେଲଥ କେୟାର, ବ୍ୟାଙ୍କିଙ୍ଗ , ଏଜୁକେସନ ଏବଂ କାନୁନ ବ୍ୟବସ୍ଥାରେ ମଧ୍ୟ AI ର ବ୍ୟବହାର ଅଧିକ ହେବ l ଲୋକେ ଓକିଲ ସ୍ଥାନରେ AI କେଶ ଷ୍ଟଡି, ଏବଂ ପିଲାମାନେ ଶିକ୍ଷକଙ୍କ ସ୍ଥାନରେ AI ଠାରୁ ଶିକ୍ଷା ଗ୍ରହଣ କରିବାକୁ ପସନ୍ଦ କରିବେ l ଏହାର ଅଧିକ ପ୍ରଭାବ ରୋଜଗାର ଉପରେ ପଡିବ ଏବଂ ବେକାରୀ ସମସ୍ୟା ବୃଦ୍ଧି ପାଇବ l
* ରୋବଟିକ୍ସ ଏବଂ ଅଟୋମେସନ –
ରୋବୋର୍ଟ ବର୍ତମାନ କେବଳ ଫ୍ୟାକ୍ଟ୍ରି ମଧ୍ୟରେ ସୀମିତ ରହିବ ନାହିଁ, ୨୦୩୦ ବେଳକୁ ଘରେ ଖାଦ୍ୟ ପ୍ରସ୍ତୁତ କରିବା ସହିତ ବୟସ୍କ ମାନଙ୍କର ଯତ୍ନ ନେବା ପ୍ରତ୍ୟେକ ସ୍ଥାନରେ ରୋବୋର୍ଟ ର ବ୍ୟବହାର ହେବ l ଉଦ୍ୟୋଗ କ୍ଷେତ୍ରରେ ମଣିଷଙ୍କ ସ୍ଥାନରେ ରୋବୋର୍ଟ ର ବ୍ୟବହାର ହେବ, ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ମେସିନ ଯଦି ସବୁ କାମ କରିବ ତେବେ ମଣିଷ ର ଆବଶ୍ୟକତା କଣ ରହିବ ?
* କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ –
କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ ଆଗାମୀ ସମୟରେ ସବୁଠୁ ବଡ଼ କ୍ରାନ୍ତିକାରୀ ଗବେଷଣା ରହିବ, ଏହି କମ୍ୟୁଟର ସାମାନ୍ୟ କମ୍ପ୍ୟୁଟର ଠାରୁ ଅଧିକ ଦ୍ରୁତ ଗତିର ରହିବ l ଏଥିରେ ନୂଆ ନୂଆ ଅଷାଢ଼ର ବିକାଶ ହେବ, ପାଣିପାଗ ର ସଠିକ ବିବରଣୀ ମିଳିବ, ଅନ୍ତରୀକ୍ଷରେ ଅଧିକ ଗବେଷଣା ର ସୁଯୋଗ ମିଳିବ l କିନ୍ତୁ ଏହାଦ୍ୱାରା ଗୋଟିଏ ବଡ଼ ବିପଦ ହେଉଛି କ୍ୱାଣ୍ଟମ ଟେକ୍ନୋଲୋଜି ସାଇବର ସୁରକ୍ଷା କୁ ବିପଦ ପୁର୍ଣ କରିଦେବ l ଯାହାଦ୍ୱାରା ଦୁନିଆର ଗୋପନୀୟ ତଥ୍ୟ ପାଦରେ ପଡ଼ିଯିବ l
* ଜେନେଟିକ ଇଂଜିନିୟରିଂ ଏବଂ ବାୟୋଟେକ୍ନୋଲୋଜି –
୨୦୩୦ ବେଳକୁ ମଣିଷ ର ଜିନ କୁ ଏଡିଟ କରି ରୋଗ ଜନ୍ମ ନେବା ପୂର୍ବରୁ ତାକୁ ନଷ୍ଟ କରିବାର କ୍ଷମତା ଆମ ନିକଟରେ ଥିବ, CRISPR ଭଳି ଟେକ୍ନୋଲୋଜି ଦ୍ୱାରା କେବଳ ମଣିଷ ନୁହେଁ ଜୀବଜନ୍ତୁ ଏବଂ ଗଛ ବୃକ୍ଷ ଙ୍କ ଜୀବନ ରେ ମଧ୍ୟ ପରିବର୍ତ୍ତନ କରାଯାଇପାରିବ l ଏହା ଶୁଣିବାକୁ ରୋମାଞ୍ଚକ ଲାଗୁଥିଲେ ସୁଦ୍ଧା ଏହା ମଣିଷ ସମାଜ ପାଇଁ ବିପଦ ଆଣିପାରେ l
* ମେଟାବର୍ସ ଓ ଭରଚୁଆଲ ରିୟାଲିଟି –
ମେଟାବର୍ସ ଓ ଭରଚୁଆଲ ରିୟାଲିଟି ଆମ ଜୀବନ ର ମୁଖ୍ୟ ଅଂଶ ହେବାକୁ ଯାଉଛନ୍ତି, ୨୦୩୦ ବେଳକୁ ଲୋକେ ଅଫିସ, ସ୍କୁଲ ଏବଂ ସପିଙ୍ଗ ମଧ୍ୟ ଭରଚୁଆଲ ସ୍ପେସ ରେ କରିବେ l ଅସଲୀ ଦୁନିଆ ଏବଂ ଡିଜିଟାଲ ଦୁନିଆ ଫିକା ପଡ଼ିଯିବ l ଏହା ସୁବିଧା ତ ବଢାଇବ କିନ୍ତୁ ଏହାଦ୍ୱାରା ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପଡିବ l ଲୋକେ ସତ୍ୟତା ଠାରୁ ଦୁରେଇ ଯିବେ ଏବଂ ଭରଚୁଆଲ ଦୁନିଆରେ ହଜିଯିବେ l