ଭୁବନେଶ୍ୱର – ବ୍ରହ୍ମପୁର ରେଳ ସେକ୍ସନରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ନିରୀକ୍ଷଣ : ଟ୍ରେନ ଚଳାଚଳ ପାଇଁ ନିରାପତ୍ତା ଦିଗ ସହ ଅମୃତ ଭାରତ ଷ୍ଟେସନକୁ ଗୁରୁତ୍ୱାରୋପ
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ଭୁବନେଶ୍ୱର – ବ୍ରହ୍ମପୁର ରେଳ ସେକ୍ସନର ସମଗ୍ର ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ନିରୀକ୍ଷଣ ସମୟରେ ସେ ବ୍ରହ୍ମପୁର ଓ ବାଲୁଗାଁ ରେଳଷ୍ଟେସନରେ ଚାଲିଥିବା ଅମୃତ ଷ୍ଟେସନ ପୁନର୍ବିକାଶ ପ୍ରକଳ୍ପର ପ୍ରଗତିକୁ ସମୀକ୍ଷା କରିଛନ୍ତି । ଏଥି ସହିତ, ଯାତ୍ରୀଙ୍କ ସୁବିଧାର ସୁଧାରଣୀୟ ବିଭିନ୍ନ ବ୍ୟବସ୍ଥାକୁ ବିଭିନ୍ନ ଷ୍ଟେସନରେ ନିରୀକ୍ଷଣ କରିଛନ୍ତି ।
ଶ୍ରୀ ଫୁଙ୍କୱାଲ ଟ୍ରେନ ପରିଚାଳନା ଓ ଆଧାରଯୁକ୍ତ ସଂରଚନା ସମ୍ବନ୍ଧୀୟ ନିରାପତ୍ତା ବ୍ୟବସ୍ଥାଗୁଡିକୁ ମଧ୍ୟ ନିରୀକ୍ଷଣ କରିଥିଲେ । ମହାପ୍ରବନ୍ଧକ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଚାଲୁରହିଥିବା କାର୍ଯ୍ୟଗୁଡିକୁ ଶୀଘ୍ରତାର ସହିତ ସମ୍ପନ୍ନ କରିବାକୁ ଓ ନିର୍ଦ୍ଧାରିତ ସମୟସୀମାରେ କାର୍ଯ୍ୟ ସମାପ୍ତ ପାଇଁ ପ୍ରୟାସ କରିବାକୁ, ଯାହାଦ୍ୱାରା ଯାତ୍ରୀ ସୁବିଧା ଓ ନିରାପତ୍ତାରେ ଅଧିକ ଗୁରୁତ୍ୱ ଦିଆଯିବ ।
ଏହି ନିରୀକ୍ଷଣରେ ତାଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ, ପୂର୍ବତଟ ରେଳପଥର ବିଭିନ୍ନ ବିଭାଗର ପ୍ରଧାନ ମୁଖ୍ୟାଧ୍ୟକ୍ଷମାନେ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଶ୍ରୀ ଫୁଂକୱାଲ ଙ୍କୁ ଏହି ନିରୀକ୍ଷଣ ସମୟରେ ସହାୟତା କରିଥିଲେ।