Odisha news

ପିତୃପକ୍ଷ ରେ ମାତୃ ନବମୀ ଶ୍ରାଧର କଣ ରହିଛି ମହତ୍ୱ ଏବଂ ଏହା କାହାପାଇଁ ଦିଆଯାଇ ଥାଏ

0

ପିତୃ ପକ୍ଷ ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇ ଯାଇଛି , ଏବଂ ୨୧ ସେପ୍ଟେମ୍ବର ରେ ଏହା ସମାପ୍ତ ହେବ l ପିତୃ ପକ୍ଷରେ ପିତୃ ପୁରୁଷ ଙ୍କୁ ପିଣ୍ଡ ଦାନ କରାଯାଏ ଏବଂ ଶ୍ରାଧ ତର୍ପଣ ମଧ୍ୟ କରାଯାଇଥାଏ l

ପିତୃ ପକ୍ଷରେ ଶ୍ରାଧ ଦ୍ୱାରା ବ୍ୟକ୍ତି ର ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ମଧ୍ୟ ହୋଇଥାଏ l କିନ୍ତୁ ପିତୃ ପକ୍ଷ ଶ୍ରାଧ ରେ ମାତୃ ପକ୍ଷ ନବମୀ ଶ୍ରାଧ ର ମଧ୍ୟ ଅନେକ ମହତ୍ୱ ରହିଥାଏ l

ମାତୃ ନବମୀ ଶ୍ରାଧ ର ମୁହୂର୍ତ୍ତ :-
ମାତୃ ନବମୀ ଶ୍ରାଧ ୧୫ ସେପ୍ଟେମ୍ବର ଦିନଟି ଖୁବ ଶୁଭ ଅଟେ , ଏହିଦିନ ମାତୃ ନବମୀ ଶ୍ରାଧ ଦିଆଯିବା ର ସମ୍ପୂର୍ଣ ଶୁଭ ଅଟେ l ଏହିଦିନ ଆପଣ ଦିନ ୧୧ ଟା ୫୧ ମିନିଟ ରୁ ଦିନ ୧୨ ଟା ୪୧ ମିନିଟ ମଧ୍ୟରେ ଶ୍ରାଧ ତର୍ପଣ କରି ପାରିବେ l ଯାହାକୁ କୁତୁପ ମୁହୂର୍ତ୍ତ କୁହାଯାଇଥାଏ l ଯାହାକି ପିତୃ ପୁରୁଷ ଙ୍କୁ ଶ୍ରାଧ ଦେବାର ଶୁଭ ମୁହୂର୍ତ୍ତ ଅଟେ l

ମାତୃ ନବମୀ ଶ୍ରାଧ ର ମହତ୍ୱ –
ପିତୃ ପକ୍ଷରେ ମାତୃ ନବମୀ ଶ୍ରାଧ ମୃତ ମାତା ଙ୍କୁ ଦିଆଯାଇ ଥାଏ l ଯଦି କୌଣସି ମହିଳା ଙ୍କ ମୃତ୍ୟୁ ତାରିଖ ମନେ ନଥାଏ ତେବେ ତାଙ୍କର ଶ୍ରାଧ ତର୍ପଣ ମଧ୍ୟ କରି ହେବ l ମାତୃ ନବମୀ ରେ ଶ୍ରାଧ ତର୍ପଣ ଦ୍ୱାରା ମୃତକ ମହିଳା ଙ୍କ ଆତ୍ମା ସନ୍ତୁଷ୍ଟ ହୋଇଥାଏ ଏବଂ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l ଏହାଛଡା ମାତୃ ଶକ୍ତି ଙ୍କ କୃପା ପ୍ରାପ୍ତ ହୋଇଥାଏ l

Leave A Reply