Odisha news

ମୁମ୍ବାଇ ଟ୍ରାଫିକ ପୋଲିସ କୁ ମିଳିଲା ହ୍ଵାଟ୍ସଆପ ରେ ଧମକ, ୪୦୦ କେଜି RDX ରେ ମରିବେ ୧କୋଟି ସାଧାରଣ ଲୋକ

0

ମୁମ୍ବାଇ ରେ ପଶିଲେ ୧୪  ଆତଙ୍କବାଦୀ, ଧମକ ଦେଲେ ୨୬ /୧୧ କୁ ଦୋହରାଇବେ , ପୁଣି ରକ୍ତ ରଂଜିତ ହେବ କି ମୁମ୍ବାଇ ? ଯାହାକୁ ନେଇ ଆଇ ଆଲର୍ଟ ରେ ମୁମ୍ବାଇ ପୋଲିସ , ୪୦୦କେଜି RDX ରେ କରାଯିବ ବ୍ଲାଷ୍ଟ ,ଏକ କୋଟୀ ଲୋକଙ୍କୁ ମରିବାର ଟାର୍ଗେଟ , ଛତ୍ରପତି ଟର୍ମିନାଲ କୁ ଉଡ଼ାଇବାର ଧମକ l

ଆତଙ୍କବାଦୀ ଙ୍କ ନିକଟରୁ ମୁମ୍ବାଇକୁ ଉଡ଼ାଇବାର କିଛି ଏଭଳି ମିଳିଛି ଧମକ, ସୂଈସାଇଡ ବମିଙ୍ଗ ଅର୍ଥାତ ମାନବ ବୋମା ରେ ଉଡ଼ାଇବାର ମିଳିଛି ଧମକ, ଏହି ଧମକ ମିଳିଛି ମୁମ୍ବାଇ ଟ୍ରାଫିକ ପୋଲିସ ର ହ୍ଵାଟ୍ସଆପ ରେ, ତେଣୁ ବର୍ତମାନ ମୁମ୍ବାଇ ରହିଛି ହାଇ ଆଲର୍ଟରେ , ମେସେଜ ଅନୁସାରେ ୩୪ ଟି ଗାଡ଼ିରେ ମାନବ ବୋମା ଖଞ୍ଜା ଯାଇଛି l

ଏହି ଧମକ ଦେଇଛି ପାକିସ୍ତାନୀ  ଆତଙ୍କବାଦୀ ସଂଗଠନ ଲସ୍କର-ଏ-ଜିହାଦି , ଏଥିରେ ଏହା ମଧ୍ୟ ଦାବି ହୋଇଛି ଯେ ୧୪ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପଶିଛନ୍ତି, ମୁମ୍ବାଇ ଟ୍ରାଫିକ ପୋଲିସ କୁ ମିଳିଥିବା ଧମକ ରେ ଲେଖାଯାଇଛି ଯେ ୪୦୦ କେଜି RDX ରେ ୧କୋଟି ଆତଙ୍କବାଦୀ ଙ୍କୁ ମରିବାର ମିଳିଛି ଧମକ l

ଏହା ପୂର୍ବରୁ ଅନେକ ଥର ପୋଲିସ କଣ୍ଟ୍ରୋଲ ରୁମ କୁ ଏବଂ ମୁମ୍ବାଇ ପୋଲିସ କୁ ଧମକ ମିଳି ସାରିଛି l କିନ୍ତୁ ଟ୍ରାଫିକ ପୋଲିସ କୁ ମିଳିଥିବା ଧମକ କୁ ଗମ୍ଭୀରତା ର ସହିତ ନିଆଯାଇଛି l ଦୁଇସପ୍ତାହ ପୂର୍ବରୁ ମୁମ୍ବାଇ ର ବରଲି ର ଫୋର ସିଜନ ହୋଟେଲ କୁ ବ୍ଲାଷ୍ଟ ରେ ଉଡ଼ାଇବାର ଧମକ ମିଳିଥିଲା l ପୋଲିସ ର ଯାଞ୍ଚ ରେ କେହି ସନ୍ଦିଗ୍ଧ ମିଳିନଥିଲେ l ଜୁଲାଇ ୨୬ ରେ ମିଳିଥିବା ଗୋଟିଏ ଧମକ ରେ କୁହାଯାଇଥିଲା ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ କୁ ଉଡାଇ ଦିଆଯିବ l  ପୋଲିସ ର ଏହି ଯାଞ୍ଚ ରେ ମଧ୍ୟ କେହି ସନ୍ଦିଗ୍ଧ ମିଳି ନଥିଲେ l

Leave A Reply