ଦେଶରେ ଲାଗୁ ହେଲା ନୂଆ GST ରେଟ , GST କାଉନସିଲ ବଡ଼ ଘୋଷଣା ,କେନ୍ଦ୍ର ସରକାର ଲଗାଇଲେ ମୋହର ,କେଉଁମାନେ ହେବେ ଲାଭାନ୍ବିତ ? ୩୩ ଟି ଜୀବନ ରକ୍ଷକ ଔଷଧ ଉପରୁ ହଟିଲା GST,ଜୀବନ ବୀମା ଓ ହେଲଥ ଇନ୍ସୁରାନ୍ସ ଉପରୁ ହଟିଲା GST ,କଣ ହେବ ଶସ୍ତା ? ଏବଂ କାହାର ବଢିବ ମୂଲ୍ୟ ? ମଧ୍ୟମ ବର୍ଗଙ୍କ ପାଇଁ ଆଣିଲା ଖୁସି ଖବର , ଚାଷୀ ଙ୍କ ମନରେ ଆଣିଲା ଖୁସି l
ବୁଧବାର ଦିନ GST କୁ ନେଇ ବଡ଼ ଘୋଷଣା ହୋଇଛି , GST କାଉନସିଲ ର ୫୬ ତମ ବୈଠକ କେନ୍ଦ୍ର ଲଗାଇଛି ମୋହର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ କହିଛନ୍ତି ବର୍ତମାନ କେବଳ ଦୁଇଟି GST ସ୍ଲାବ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଲାଗୁ ହେବ , ଏବଂ ୧୨ ପ୍ରତିଶତ ଏବଂ ୨୮ ପ୍ରତିଶତ ର ସମାପ୍ତି ହେବ, ଯେଉଁଥିରେ ଅଧିକାଂଶ ଜରୁରୀ ଜିନିଷ ସାମିଲ ରହିଛି l ବିଳାସିତ ଏବଂ ହାନିକାରକ ବସ୍ତୁ ପାଇଁ ଗୋଟିଏ ନୂଆ ସ୍ଲାବ ହେବ, ଯେଉଁଥିରେ ୪୦ ପ୍ରତିଶତ GST ଲାଗିବ, ଏବଂ ଏହା ଲାଗୁହେବ ୨୨ ସେପ୍ଟେମ୍ବର ରୁ l
ନୂଆ GST ଲାଗୁ ହେବା ପରେ ଏହିସବୁ ବସ୍ତୁ ର ହେବ ମୂଲ୍ୟ ହ୍ରାସ –
ଦୁଗ୍ଧ ଜାତୀୟ ଜିନିଷ ଯେପରିକି ଦୁଗ୍ଧ, ପନିର , ଛେନା ରେ ପୂର୍ବରୁ ଲାଗିଥିଲା ୫ ପ୍ରତିଶତ GST , କିନ୍ତୁ ବର୍ତମାନ ତାହା ଆଉ ଦେବାକୁ ପଡିବ ନାହିଁ, ଏବଂ ଖୁଆ , ବଟର , ଘିଅ, ଚିଜ ଏବଂ ଅନ୍ୟ ଡେ଼ରି ପ୍ରଡକ୍ଟ ଉପରେ ପୂର୍ବରୁ ଦେବାକୁ ପଡୁଥିଲା ୧୨ ପ୍ରତିଶତ GST ଯାହାକି ବର୍ତମାନ ୫ ପ୍ରତିଶତ ହୋଇଛି l
୩୩ ଟି ଜୀବନ ରକ୍ଷକ ଔଷଧ ଯେଉଁଥିରେ ସୁଗାର, ବିପି, ଇନ୍ସୁଲିନ ସହିତ କ୍ୟାନ୍ସର ଏବଂ ଦୁର୍ଲଭ ରୋଗର ଔଷଧ ସାମିଲ ରହିଛି ଏଥିରୁ ଏବଂ GST ସମ୍ପୂର୍ଣ ଉଠାଇ ଦିଆଯାଇଛି l ପର୍ଶନଲ ହେଲଥ ଇନ୍ସୁରାନ୍ସ ଯାହାକି ଜୀବନ ବୀମା ପୂର୍ବରୁ ଥିଲା ୧୨ ପ୍ରତିଶତ ଏବଂ ବର୍ତମାନ ତାହା GST ମୁକ୍ତ l ବେକରି ଜିନିଷ ଯେପରିକି ବ୍ରେଡ, କେକ ଉପରେ ପୂର୍ବରୁ ଥିଲା ୫ ପ୍ରତିଶତ GST ଯାହା ବର୍ତମାନ ଜିରୋ କରାଗଲା l
ପିଲାଙ୍କ ପାଠ ପଢା ଜିନିଷ ପେନ୍ସିଲ, ରବର, କଟର , ଖାତା ଉପରୁ ପୂର୍ବରୁ ଥିଲା ୫ ପ୍ରତିଶତ GST ବର୍ତମାନ ହେଲା GST ମୁକ୍ତ, କୃଷି କାର୍ଯ୍ୟପାଇଁ ବ୍ୟବହୃତ ହେଉଥିବା ମେସିନ, ଟ୍ରାକ୍ଟର ସିସି, ଅଧିକ ଇଂଜିନ କ୍ଷମତା ଥିବା ସେମି-ଟ୍ରେଲର , ହ୍ୟାଣ୍ଡ, ପମ୍ପ ଭଳି କିଛିଟା ଜିନିଷ, ଏବଂ କିଛିଟା କୀଟ ନାଶକ ଉପରେ ପୂର୍ବରୁ ଥିଲା ୧୨ ପ୍ରତିଶତ GST ବର୍ତମାନ ୫ ପ୍ରତିଶତ କରାଗଲା l
ଟ୍ରାକ୍ଟର, ଟାୟାର ଟ୍ୟୁବ,କୃଷକ ଙ୍କ ପାଇଁ ଡିଜେଲ , ଚାଷ ପାଇଁ ହାଇଡ୍ରୋ ଲିକ ପମ୍ପ ଉପରେ ୧୮ ପରିବର୍ତେ ୫ ପ୍ରତିଶତ ଲାଗିଲା GST , କିଛିଟା ଇଲେକ୍ଟ୍ରିକ ଉତ୍ପାଦନ ସହିତ ୩୫୦ ସିସି ମୋଟର ସାଇକଲ ଲାଗିଲା ୨୮ ପରିବର୍ତେ ୧୮ ପ୍ରତିଶତ GST l ପାନ ମସଲା, ସିଗାରେଟ,ଗୁଟକା , ତମ୍ବାଖୁ,, ବିଡି , ଧୁମ୍ରପାନ ପାଇପ, ପ୍ରାଇଭେଟ ଫ୍ଲାଇଟ, ଲଟେରୀ, ଅନଲାଇନ ମନି ଗେମିଙ୍ଗ , ବନ୍ଧୁକ, ବିଭିନ୍ନ ପ୍ରକାର ଡ୍ରିଂକ୍ସ ଉପରେ ଲାଗିଲା ୪୦ ପ୍ରତିଶତ GST l